ଉମରକୋଟ/ଜିତେନ୍ଦ୍ର ମହାନ୍ତି -ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗ କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି। ନିକଟରେ ଗୋଟିଏ କାଠ ବଝୋଇ ପିକଅପ ଭ୍ୟାନ ଓ କଇଁଚ ଚାଲାଣ କାରିଙ୍କୁ ଧରିବାରେ ସଫଳତା ପରେ ଆଉ ଏକ ବଡ଼ ସଫଳତା ମିଳିଛି । ଏକ କଲରା ପତରିଆ ବାଘ ର ଛାଲ ଚାଲାଣ ହେଉଥିବା ସମୟ ରେ ଚାଲାଣକାରି ଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ ର ଟିମ୍ ଏବଂ ଚାଲାଣ କାରି ଙ୍କ ଠାରୁ ଏକ କଲରା ପତରିଆ ବାଘ ର ଚମଡା ଜବତ କରା ଯାଇଛି । ସୂଚନା ଅନୁସାରେ ଝରିଗାଁ ବ୍ଲକ ଅନ୍ତର୍ଗତ ବେଲ ଗାଁ ଗ୍ରାମର ଅନନ୍ତ ପନକା(୫୦) ନାମକ ଜଣେ ବ୍ୟକ୍ତି ରାଇଘର ବ୍ଲକ ଅନ୍ତର୍ଗତ କିରା ପାଣି ଗ୍ରାମ ର ବନ ସାନ୍ତା ଙ୍କ ନିକଟ ରୁ ଏକ କଲରା ପତରିଆ ବାଘ ର ଛାଲ ନେଇ ନବରଙ୍ଗପୁର ନିକଟ ତାରାଗାଁ ର ଜଗନ୍ନାଥ ହରିଜନ ନାମକ ଜଣେ ବ୍ୟବସାୟୀ ଙ୍କ ପାଖକୁ ନେଇ ଯାଉଥିବା ସମୟ ରେ ଉମରକୋଟ ନିକଟସ୍ଥ ସେମଳା ଗ୍ରାମ ନିକଟ ରେ ଉମରକୋଟ ବନ ବିଭାଗ ସହ ଡ଼ାବୁଗାଁ ବନ ବିଭାଗ ଓ ରାଇଘର ବନ ବିଭାଗ ର ଟିମ୍ ମିଳିତ ଭାବରେ ଚଢ଼ାଉ କରିଥିଲେ ।
ଏହି ଚଢାଉ ରେ ମୋଟ ୩୫ ଜଣ ସଦସ୍ୟ ରହିଥିଲେ । ଏ ନେଇ ଉମରକୋଟ ବନ ବିଭାଗ ଦ୍ବାରା କେସ ନମ୍ବର ୫୭/୨୨-୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇଛି ଏବଂ ବନ୍ୟ ଜନ୍ତୁ ଆକ୍ଟ ୧୯୭୨ ର ଧାରା ୨,୯,୩୯,୪୦,୪୮ ଓ ପେନାଲ ୫୧ ଲଗା ଯାଇଛି। ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ବାଘ ଛାଲ ଚାଲାଣ ରେ ଅନ୍ୟ କେଉଁ ମାନେ ସଂପୃକ୍ତ ରହିଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ ।