ହେଡଲାଇନସ୍:

"ଜିଲ୍ଲାର ମାଁ ମାନେ ଶକ୍ତ ହେଲେ ଜିଲ୍ଲା ସଶକ୍ତ ହେବ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାହାଜପିଟା ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ପ୍ରଥମ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସାହାଜପିଟା ଗ୍ରାମ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ଛତୁମଞ୍ଜି ଉତ୍ପାଦନ ର ଶୁଭ ଉଦଘାଟନ କରିଛନ୍ତି l ଓଡିଶା ସରକାରଙ୍କ ମିଶନ ଶକ୍ତି ଫେଡେରେସନ ତରଫରୁ ୩ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ୨0୨୧ -୨୨ ବର୍ଷ ରେ ଏସ ବି ଆଇ, ସୋନପୁର ର ଆର୍ଥିକ ସହଯୋଗରେ ସାହାଜପିଟା ର ସୀତାରାମ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ସୀତାରାମ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟନ ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ସୁବର୍ଣ୍ଣପୁର ତଥା ମଂଚାସୀନ ଅତିଥି ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିହାର ରଞ୍ଜନ କଁହର, ଜିଏମ. ଡି ଆଇ ସି
ବଳଭଦ୍ର ନାୟକ,ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ମୁଖ୍ୟ ପରିଚାଳକ ଏସ ବି ଆଇ, ସୋନପୁର, ସମ୍ପୃକ୍ତ ଗୋଷ୍ଠୀ ର ମାଁ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କେନ୍ଦ୍ର ଦ୍ୱାରା ଉତ୍ପାଦିତ ମଞ୍ଜି ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଛତୁ ଚାଷୀଙ୍କୁ ମଧ୍ୟ ଯେପରି ଉପଲବ୍ଧ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ସହିତ ଜୀବନରେ ଆଗକୁ ବଡ ସଫଳତା ପାଇଁ ପ୍ରଚେଷ୍ଟା ନିମନ୍ତେ ନିରନ୍ତର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ଏହି ଉଦଘାଟନ ଅବସରରେ ଏଡିଏଚ ସୋନପୁର,ହୃଷିକେଶ ଦାଶ,ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ,ରେଆର ସାଧାରଣ ସମ୍ପାଦକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ,ଆଇ ପି ଓ ଦେବାଶିଷ ମିଶ୍ର,ସି ଡି ପି ଓ ନିବେଦିତା ସରାଫ, ବି ପି ସି ସୁବାଷ ଚନ୍ଦ୍ର ବିଶି, ବି ପି ଏମ ସୁବ୍ରତ କୁମାର ମେହେର, ସୀତାରାମ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ର ର ସଭାନେତ୍ରୀ , ସମ୍ପାଦିକା ଓ ସମସ୍ତ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ l ବର୍ତ୍ତମାନ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ର ଦୈନିକ ମଞ୍ଜି ଉତ୍ପାଦନ କ୍ଷମତା ୨୪0 ବୋତଲ ରହିଥିବା ବେଳେ ଏହା ଜିଲ୍ଲାରେ ପ୍ରଥମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର l ଏହି କେନ୍ଦ୍ରରେ ବର୍ତ୍ତମାନ ୧୨୫0 ଟି ଛତୁ ବେଡ଼ ରୁ ଦୈନିକ ୫0 କେଜି ରୁ ଉର୍ଦ୍ଧ ଛତୁ ଉତ୍ପାଦିତ ହେଉ ଥିବା ସୂଚନା ଦିଆଯାଇଛି l ଆଜି ଅନୁଷ୍ଠିତ ସାଧାରଣ ସଭାକୁ ଡି ପି ସି ମିଶନ ଶକ୍ତି ଶ୍ରୀ କାର୍ତ୍ତିକ ନାୟକ ପରିଚାଳନା କରିଥିବା ବେଳେ ଡେପୁଟି ସି ଇ ଓ ଓରମାସ ଶ୍ରୀ ଯୁବରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ତଥା ଅନ୍ୟାନ୍ୟ ଅଧିକାରୀ ହରଡ଼ଖୋଲ ଛକ ପାଖରେ ଥିବା ତାରାତାରିଣୀ ବେକେରି ପରିଦର୍ଶନ କରିଥିଲେ l

0
0
0
s2sdefault