ହେଡଲାଇନସ୍:

ନିୟମ ଉଲଙ୍ଘନକାରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ବାବୁ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଆଇନ ସମସ୍ତଙ୍କ ପାଇଁ ସମାନ , ନିୟମ ରହିଛି ଅନୁପାଳନ ପାଇଁ । ନିୟମ ଠିକ ଭାବରେ ପରିଚାଳନା ହେଉଛି ନା ନାହିଁ ତାହା ତଦାରଖ କରିବା ପାଇଁ ସରକାରୀ କର୍ମଚାରୀ ନିୟୋଜିତ ହୋଇଥାନ୍ତି । ନିୟମ ଭାଙ୍ଗୁଥିବା ଲୋକଙ୍କୁ ସରକାରୀ କର୍ମଚାରୀ ପ୍ରଶୟ ଦେବା କେତେ ଠିକ ତାହା ପ୍ରଶ୍ନବାଚୀ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଞ୍ଚଳରେ ଦେଖିବାକୁ ମିଲିଛି ଏଭଲି ଘଟଣା । ପଦ୍ମପୁର ଅବକାରୀ ଥାନା ଅନ୍ତର୍ଗତ ଗାଇସିଲାଟ ବିଦେଶୀ ମଦ ଦୋକାନରେ ଖୋଲାଖୋଲି ଭାବରେ ଅବକାରୀ ଆଇନ ଅବମାନନା କରୁଥିବା ଦେଖିବାକୁ ମିଲୁଛି । ହେଲେ ଅବକାରୀ ବିଭାଗ ଅଧିକାରୀ ଚୁପ ପଡିଛନ୍ତି । ଗାଇସିଲାଟ ବିଦେଶୀ ମଦ ଦୋକାନର କର୍ମଚାରୀ ଅବକାରୀ ବିଭାଗ ଦ୍ଵାରା ଲାଗୁ କରାଯାଇଥିବା ପୋଷାକ ପିନ୍ଧୁ ନାହାଁନ୍ତି , ଆଇ କାର୍ଡ ମଧ୍ୟ ପିନ୍ଧୁ ନାହାଁନ୍ତି । ଏମିତି କି ମଦର ଦର ତାଲିକା ମଧ୍ୟ ଦୋକାନରେ ଟଙ୍ଗା ଯାଇ ନାହିଁ । ମଦର ମୁଦ୍ରିତ ଦର ଠାରୁ ଢେର ଗୁଣା ଅଧିକ ଦରରେ ମଦ ବିକ୍ରି କରୁଛନ୍ତି ସେ ବାବଦକୁ ବିଲ ମାଗିଲେ ବିଲ ନ ଦେଇ ଓଲଟା ନାଲି ଆଖି ଦେଖାଉଛନ୍ତି । ନିୟମ ରହିଛି କି କୌଣସି ବ୍ୟକ୍ତି ମଦ କିଣିଲେ ତାଙ୍କୁ ଦୋକାନୀ ବିଲ ଦେବାକୁ ବାଧ୍ୟ ହେଲେ ଗାଇସିଲାଟ ବିଦେଶୀ ମଦ ଦୋକାନୀ ନିୟମକୁ ଖୋଲାଖୋଲି ଭାବେ ଅବମାନନା କରୁଛନ୍ତି । ଅବକାରୀ ବାବୁ ମାନେ ନିୟମ ଅବମାନନା କରୁଥିବା ଦୋକାନୀ କୁ ସୁରକ୍ଷା ଦେଉଥିବା ଭଲି ମନେ ହେଉଛି , କାହିଁକି କି ନା ଏ ବିଷୟରେ ଅଭିଯୋଗ ହେଲେ ମଧ୍ୟ କୌଣସି ପଦକ୍ଷେପ ନେବା ବଦଳରେ ଲୋକଙ୍କୁ ଏଠାରେ ଅଭିଯୋଗ କର ସେଠାରେ ଅଭିଯୋଗ କର କହି ଭୂଆଁ ବୁଲାଉଛନ୍ତି । ଦେଖିବାକୁ ଗଲେ ଅବକାରୀ ବିଭାଗ ଅଧିକାରୀ ଓ ଦୋକାନୀ ମିଲିମିଶି ଅବକାରୀ ନିୟମକୁ ଉଲଙ୍ଘନ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ନିୟମକୁ କିଏ କେତେ ପାଳନ କରୁଛି ।

0
0
0
s2sdefault