ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଅଂଚଳରେ ଶୁକ୍ରବାର ମହାପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ମେଲଛାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଅପରାହ୍ଣରେ ତିନି ଠାକୁରଙ୍କୁ ନୂଆ ଜାମା, ଫୁଲ ମାଲ ସହିତ ନାନା ଅଲଙ୍କାର ରେ ସଜ୍ଜିତ କରା ଯାଇଥିଲା । ମନ୍ଦିର ପୂଜକ ସୁବ୍ରତ ନାୟକ, ଗୌରାଙ୍ଗ ପଣ୍ଡା, ସୁଶାନ୍ତ ନାୟକ ଓ ସଂଜିବ ନାୟକଙ୍କ ପୈାରହିତ୍ୟରେ ଧୂପ,ଦୀପ ନୈବେଦ୍ୟ ଅର୍ପଣ ପରେ ଗ୍ରାମର ଗୈାନ୍ତିଆ ଦୀପକ ଭୋଇ ଛେରାପହରା କରିଥିବା ବେଳେ ଭକ୍ତ ଗଣ ଆନନ୍ଦରେ ତିନି ଠାକୁରଙ୍କୁ କାନ୍ଧରେ ବୋହି ପହଣ୍ଡି ବିଜେ କରି ରଥାରୁଢ଼ କରିଥିଲେ । ମେଲଛାମୁଣ୍ଡା ସଂକୀର୍ତନ୍ୟ ଦଳ, ବାନ୍ଦେନବାହାଲ ଗ୍ରାମର ସଂକୀର୍ତନ୍ୟ ଦଳଙ୍କ ନୃତ୍ୟର ତାଳେ ତାଳେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥ ଦାଣ୍ଡରେ ନିଜସ୍ୱ ଉଦ୍ୟମରେ ଗ୍ରାମର ସଦାନନ୍ଦ ଦେବତା ନିର୍ମାଣ କରିଥିବା ମାଉସୀ ମନ୍ଦିର ଭିତରକୁ ତାଙ୍କ ପରିବାର ବର୍ଗ ତିନି ଠାକୁରଙ୍କୁ ସ୍ୱାଗତ କରି ପ୍ରବେଶ କରାଇଥିଲେ । ରଥଯାତ୍ରା କାର୍ଯ୍ୟକ୍ରମ ସବୁକୁ ସୁଦିପ ମିଶ୍ର, ଜୟକୁମାର ବାରିକ, ହରେକୃଷ୍ଣ ଦେବତା, ରମେଶ ସାହୁ, ଜୟଗୁରୁ ସାହୁ, ପ୍ରମୋଦ ଭୋଇ, ଦିଲିପ ଚେରକିଅ, ପବିତ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ଘେଁସ, କୁଚିପାଲି, ସାଲେପାଲ, ସନିମାଲ, କେଲେଣ୍ଡା, କୁଣ୍ଡାଖାଇ, ଦକ୍ଷିଣ ନୁଆପାଲି, ତେଲମହୁଲ, ଘନାମାଲ ମହାପ୍ରଭୁଙ୍କ ଛେରା ପ୍ରହରା ପରେ ରଥଟଣା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ରଥ ଦାଣ୍ଡରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ରଥ ଦାଣ୍ଡରେ ଭକ୍ତମାନେ ତିନି ଠାକୁରଙ୍କ ଦର୍ଶନ କରିବା ସହ ବିଭିନ୍ନ ପ୍ରକାର ମିଠା ଏବଂ ଚାଟର ମଜା ନେଇଥିଲେ ।
ରାଜ୍ୟ
ମେଲଛାମୁଣ୍ଡା ଅଂଚଳରେ ରଥଯାତ୍ରା: ଭକ୍ତଙ୍କ କାନ୍ଧରେ ତିନି ଠାକୁର
- Hits: 381