ହେଡଲାଇନସ୍:

ଘେଁସ ରେଂଜରେ ବନ ମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ରେଂଜ ମେଲଛାମୁଣ୍ଡା ସେକସନ ଅଧିନସ୍ଥ କେଲେଣ୍ଡା ବିଟର ଝାଂଜ ପାହାଡ ସଂରକ୍ଷିତ ଜଙ୍ଗଳରେ ବନ ବିଭାଗ ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନାର ଦଳପତୀ ନବ କିଶୋର ପଧାନ, ସାଲେପାଲି ସଂରପଚ ଚୈତନ୍ୟ ବେହେରା, ନାଏବ ସରପଂଚ ସାବିତ୍ରୀ ଭୋଇ, କେଲେଣ୍ଡା ଓ କୁର୍ଲୁବାହାଲ ବନ ସୁରକ୍ଷା ସମିତିର ସଭ୍ୟ ଗଣ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗ ତରଫରୁ ରେଂଜର ଗଜେନ୍ଦ୍ର କୁମାର ଏଣ୍ଡଜା, ଫରେଷ୍ଟର ରମେଶ କୁମାର ପଧାନ, ବନରକ୍ଷୀ କୁଂଜଲତା ସତପଥୀ ଯୋଗ ଦେଇ ବନ ମହୋତ୍ସବର ଉଦେଶ୍ୟ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଥମ ଦିନରେ ୧୫୦୦ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ସବୁକୁ ସ୍କାଡ ପିଳା ସବୁ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ଆୟୋଜକ ଫରେଷ୍ଟର ରମେଶ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault