ହେଡଲାଇନସ୍:

ଅଞ୍ଚଳର ଚାଷି ର ସମସ୍ୟା ର ସମାଧାନ ମୋର ପ୍ରାଥମିକତା: ଗଣେଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଜାମସେଠ ସେବା ସମବାୟ ସମିତି ନିର୍ବାଚନ ରେ ସମିତି ସଭାପତି ପାଇଁ ନିର୍ବାଚନ ରେ ୧୫ରୁ୧୩ଜଣ ଙ୍କର ଏକ ତରଫା ସମର୍ଥନ ରହିଥିବାରୁ ସଭାପତି ପଦରେ ଅପ୍ରତିଦ୍ୱଂଦ୍ୱୀ ଭାବରେ ସଭାପତି ନିର୍ବାଚିତ ହେଲେ ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ର ବରିଷ୍ଠ କୃଷକ ନେତା ରାଜେନ୍ଦ୍ର କୁମାର ପ୍ରଧାନ ଓରଫ ଗଣେଷ। ସମବାୟ ନିର୍ବାଚନ ଆରମ୍ଭ ରୁ ସୋସାଇଟି ଅଞ୍ଚଳ ର ସମସ୍ତଙ୍କୁ ଏକଜୁଟ କରି ୧୫ରୁ ୧୩ଟି ରେ ଅପ୍ରତିଦ୍ୱଂଦ୍ୱୀ ସଭ୍ୟ ନିର୍ବାଚିତ ହୋଇପାରି ଥିଲେ।ଯେତେବେଳେ ଅଞ୍ଚଳ ରେ ଚାଷ ହେଉବା ଚାଷିର ସମସ୍ୟା ଦେଖାଦିଏ ଆନ୍ଦୋଳନ ହେଉ କି ଧାରଣା ଅବା ରାସ୍ତାରୋକ ସବୁବେଲେ ଆଗଧାଡିରେ ଦେଖାଯାଉଥିବା ବ୍ୟକ୍ତି ହେଲେ ଗଣେଷ। ନିସ୍ୱାର୍ଥ ପର ଭାବରେ ଲୋକଙ୍କର ସେବା ଓ ସାହାଯ୍ୟ କରିବାର ବହୁ ଉଦାହରଣ ରହିଛି। ସମବାୟ ସମିତି ନିର୍ବାଚନ ରେ ସଭାପତି ରୁପେ ପାଇ ଅଞ୍ଚଳ ର ଚାଷି ତଥା ବୁଦ୍ଧି ଜିବି ମହଲରେ ଖୁସିର ଲହର ଖେଲି ଯାଇ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

0
0
0
s2sdefault