ହେଡଲାଇନସ୍:

ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ


ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀବଳଦେବ ଜୀଉଙ୍କର ରଥ ଅପରାହ୍ନ ୬.୩୦ ସୁଦ୍ଧା ମାଉସୀ ମାଆ ମନ୍ଦିରରେ ପହଂଚିଥିଲା । ପବିତ୍ର ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ମୁରତୀଙ୍କ ବିଭିନ୍ନ ନୀତିକାନ୍ତି ତଥା ବାଲ୍ୟଧୂପ, ମଧ୍ୟାହ୍ନ ଧୂପ, କ୍ଷୀରୀ ଖେଚୁଡି ନୈବେଦ୍ୟ ଅର୍ପଣ କରାଯାଇଥିଲା । ସେନାପଟା ହେବା ପରେ ପହଣ୍ଡିଆମାନଙ୍କ ଦ୍ୱାରା ମଧ୍ୟାହ୍ନ ୧.୩୦ ରେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂରତୀଙ୍କୁ ଗୋଟି ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା । ପ୍ରଥମେ କଳସଦେବତା ଓ ତାପରେ ଗରୁଡ ଦେବତା ରଥ ଉପରକୁ ଆସିବା ପରେ ପ୍ରଭୁ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ କ୍ରମାନ୍ୱୟରେ ପହଣ୍ଡି କରାଯାଇଥିଲା । ପହଣ୍ଡି ସମୟରେ ଭକ୍ତମାନଙ୍କର ହୂଳହୂଳୀ ହରିବୋଲ ଧ୍ୱନୀରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଶ୍ରୀଜୀଉଙ୍କର କୂଳପୁରୋହିତ ତଥା ଠାକୁରରଜା ଭାବେ ବିଦିତ ବନ ବିହାରୀ ମିଶ୍ର ଛେରା ପହରା କାର୍ଯ୍ୟ ସମାପନ କରାଯିବା ପରେ ପଣା ଭୋଗ କରାଯାଇଥିଲା । ଏହାପରେ ଅପରାହ୍ନ ୫.୩୦ରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବ୍ରହ୍ମକ୍ଷେତ୍ରର ବଡ ଦାଣ୍ଡରେ ବିଗତ ୨ ବର୍ଷ ପରେ ଲକ୍ଷାଧିକ ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧା ମୁରତୀଙ୍କୁ ଦର୍ଶନ କରି ଆନନ୍ଦରେ ବିଭୋର ହେବା ସହ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଥିଲା । ମ୍ୟାନେଜିଂ ଟ୍ରଷ୍ଟୀ ଧୀରେନ୍ଦ୍ରନାଥ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନାରେ ସମସ୍ତ କାର୍ଯ୍ୟ କରାଯାଇଥିଲା ବେଳେ ବ୍ଲକ ଉପାଧ୍ୟକ୍ଷା ଅଶୋକ ଓଝା, ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାକାନ୍ତ ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଜ୍ଞାନରଂଜନ ରାଉତ, ଟ୍ରଷ୍ଟବୋର୍ଡ ସଭ୍ୟ ଅଜୟ ନନ୍ଦ, ରାଜେନ୍ଦ୍ର ମୋହନ କର, ଜ୍ୟୋତି ପ୍ରକାଶ ସ୍ୱାଇଁ, ବଳଦେବଜୀଉ ବଜାର କମିଟି ସଭାପତି ସନ୍ତୋଷ ପ୍ରଧାନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ସବିତା ଓଝା , ସରପଂଚ ତିଳୋତମା ରାଉତଙ୍କ ସମେତ ଶ୍ରୀଜୀଉଙ୍କର ପଣ୍ଡା ପଡିହାରୀ, ସେବାୟତ ଓ ନାଜିମନ୍ତମାନେ ଯାତ୍ରାକାର୍ଯ୍ୟ ପରିଚାଳାନା କରିଥିଲେ । ତହସିଲଦାର କର୍ଣ୍ଣଦେବ ସମାଦ୍ଦାରଙ୍କ ନେତୃତ୍ୱରେ ସାଲେପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ସମାପନ ହୋଇଥିଲା । ସେହିପରି ଭାବେ ଅସୁରେଶ୍ୱର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି ।

0
0
0
s2sdefault