ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ପଂଚାୟତ ରେ ଚାଲିଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ l ଏହି କାର୍ଯ୍ୟରେ କେବଳ କାଗଜ ପତ୍ରରେ ମୁଲିଆ ଦିନ ମଜୁରିଆ ଦର୍ଶାଇ ପ୍ରକୃତ ଜେସିବି ମେସିନ ଟ୍ରାକ୍ଟର ଦ୍ୱାରା କାର୍ଯ୍ୟ ଚାଲୁଛି l ଏହା ଭିତରେ ୬୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କର ନାମରେ ଜବ କାର୍ଡ ଜରିଆରେ ମଧ୍ୟ ଅର୍ଥ ପୈଠ କରାଯାଉଛି ଯାହା ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଉଲଂଘନ କରୁଛି ଯାହା ଦେଖିବାକୁ ମିଳିଛି ଏହି ବ୍ଲକ ଅନ୍ତର୍ଗତ ସଅଂରା ପଞ୍ଚାୟତରେ l ଏହି ପଞ୍ଚାୟତରେ ୬୦ ବର୍ଷ ରୁ ଉର୍ଦ୍ଧ ଲୋକଙ୍କ ନାମରେ ଜବ କାର୍ଡ ରହିଥିବା ବେଳେ ସେମାନଙ୍କ ବ୍ୟାଙ୍କ ଖାତା କୁ ମଧ୍ୟ ଦିନ ମଜୁରିଆ ବାବଦକୁ ଅର୍ଥ ପୈଠ କରାଯାଉଥିବା ନେଇ ଅଭିଯୋଗ ହୋଇଛି l ଏହି ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବ୍ଲକ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ରେଜିଷ୍ଟ ଦ୍ୱାରା ଅଭିଯୋଗ କରାଯାଇଛି l ଅଭିଯୋଗ ମୁତାବକ ଯୋଜନା ଗୁଡିକ ହେଲା ତିର୍ତ୍ତୋଲ ତହସିଲଦାର ଙ୍କ ବିନା ଅନୁମତିରେ ପୋଷଲ ଘାଇମୁହଁ ଗଣ୍ଡଖୋଳା, ୨. ଲଙ୍ଗଳାମଠ ଠାରୁ ହାବେଳୀ ଘୋଡା ଖାଲିଆ ରାସ୍ତା ମାଟି ପୋତା, ୩. ହାବେଳୀ ଘୋଡା ଖଲିଆ ଠାରୁ ଲଙ୍ଗଳା ମଠ ରାସ୍ତା ମାଟି ପୋତା, ୪. ହାବେଳୀ ଅପୂର୍ବ ସୁନ୍ଦରୀ ପୋଖରୀ ଖୋଳା, ୫. ପରୁଣା ପ୍ରାଥମିକ ବିଦ୍ୟାଳୟ ପରିସର ମାଟିପୋତା, ୬. ଦାଇଁଲୋ ପ୍ରଭାତ ମହାପାତ୍ର ଙ୍କ ପୋଖରୀ ଖୋଳା, ଦାଇଁଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମାଟି ପୋତା, ଦାଇଁଲୋ ମିଶନ ଶକ୍ତି ଗୃହ ସାମ୍ନା ମାଟି ପୋତା, ଦାମୋଦର ପାଟଣା ଠାରୁ ବାଳିଆ ପାଟ ରାସ୍ତା ମାଟି ପୋତା, ଦାଇଁଲୋ ଠାରୁ ବାଳିଆ ପାଟ ରାସ୍ତା ମାଟି ପୋତା, ବାଳିଆ ପାଟ ରାସ୍ତା ଠାରୁ ମସାଣି ରାସ୍ତା ମାଟି ପୋତା, ତହସିଲଦାର ଙ୍କ ବିନା ଅନୁମତିରେ କେସିପୁର ଗ୍ରାମ ଗୋଚର ରେ ପୋଖରୀ ଖୋଳା, କେସିପୁର ଠାରୁ ମସାଣି ପର୍ଯ୍ୟନ୍ତ ରାସ୍ତା ମାଟି ପୋତା ପ୍ରଭୃତି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରକଳ୍ପ ଗୁଡିକରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର ପ୍ରକଳ୍ପ ଅଧିକାରୀ, ଜଗତସିଂହପୁର ଅମ୍ବୁଡ୍ସମ୍ୟାନ, ଜଗତସିଂହପୁର ଜ଼ିଲ୍ଲା ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ, ତିର୍ତ୍ତୋଲ ବିଡିଓ, ତିର୍ତ୍ତୋଲ ବ୍ଲକ ଏମ ଜି ଏନ ଆର ଜି ଏସ ଅଧିକାରୀ, ତିର୍ତ୍ତୋଲ ବ୍ଲକ ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଙ୍କୁ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ପଞ୍ଚାୟତ ଗ୍ରାମ ରୋଜଗାର ସେବକ, କନିଷ୍ଟ ଯନ୍ତ୍ରୀ, ସ୍ଥାନୀୟ ସରପଞ୍ଚ ଙ୍କ ମିଳିତ ଶୋଷଣ ଯୋଜନାରେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି l ଜବକାର୍ଡ ଧାରିଙ୍କ ଅର୍ଥ ରାଶିକୁ ହଡପ କରିବାର ପ୍ରୟାସ କରି ଜୋର ଜବରଦସ୍ତ ଜେସିବି ମେସିନ ଓ ଟ୍ରାକ୍ଟର ଯୋଗେ ଉକ୍ତ ପୋଖରୀ ଖୋଳା ଓ ରାସ୍ତା ନିର୍ମାଣ କରାଯାଇଛି l ଲଙ୍ଗଳା ମଠ ଠାରୁ ହାବେଳୀ ପର୍ଯ୍ୟନ୍ତ ମାଟି ପୋତା ରାସ୍ତା ର ଦୁଇ କଡ଼ରୁ ମାଟି ଉଠାଇ ମେସିନ ସାହାଯ୍ୟରେ କାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଦୁଇଥର ବିଲ କରିବା ପାଇଁ ଚାଲିଛି ମସୁଧା l ପୂର୍ବରୁ ଅନୁମୋଦିତ କେତକ ପ୍ରକଳ୍ପ ଓ ଚଳିତ ଆର୍ଥିକ ବର୍ଷ ର କେତେକ ପ୍ରକଳ୍ପ କୁ ସ୍ଥାନିତ କରି ଅନୁମୋଦନ ପରେ ଉକ୍ତ ସବୁ ପ୍ରକଳ୍ପ ର ବିଲ କରାଯିବାର ଯୋଜନା କରାଯାଉଛି ବୋଲି ଅଭିଯୋଗ ରେ ଦର୍ଶାଯାଇଛି l ବିଭିନ୍ନ ସ୍ଥାନରେ ପଶୁ ଯନ୍ତୁ ମାନଙ୍କର ଚାରଣ ଭୂମିକୁ ବେଆଇନି ଭାବରେ ପୋଖରୀ ଖୋଳି ବିଲ କରାଯିବାକୁ ଚାଲିଥିବା ପ୍ରୟାସ କୁ ବିରୋଧ କରି ପଞ୍ଚାୟତ ର ଗୋଲୋକ ବିହାର ଦାସ, ଭଗବାନ ଦାସ, ସରୋଜ କୁମାର ଦାସ, ନଟବର ଦାସ, ରମେଶ ସାହୁ, ଉତ୍ତମ ଚରଣ ସାହୁ, ପୂର୍ବତନ ସରପଞ୍ଚ ଧନଞ୍ଜୟ ସୁତାର, ଦେବ ବ୍ରତ ବେହେରା, ଚିତ୍ତ ରଞ୍ଜନ ମହାପାତ୍ର, ଶୈଳେନ୍ଦ୍ର ବେହେରା, ଦେବେନ୍ଦ୍ର ସାହୁ, କୈଳାଶ ସାହୁ, ସନାତନ ବେହେରା, ଧନେଶ୍ୱର ମିଶ୍ର, ରଜନୀ କାନ୍ତ ବାରିକ, ନିର୍ମଳ କୁମାର ବାରିକ, ବାବାଜୀ ଜେନା, ପରମାନନ୍ଦ ସାହୁ, ପ୍ରଶାନ୍ତ ସାହୁ ନୀଳମଣି ସାମଲ, ଗଣେଶ୍ୱର ଓଝାଙ୍କ ସମେତ ଶତାଧିକ ଜନସାଧାରଣ ଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି l ଉକ୍ତ କାର୍ଯ୍ୟ ର ସଠିକ ତଦନ୍ତ କରାଯାଇ ଅନିୟମିତତା କରିଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଭିଯୋଗରେ ଦାବି କରାଯାଇଛି l ସେହିଭଳି ଏହି ବ୍ଲକ ଆମ୍ବେରୀ ପଞ୍ଚାୟତ ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି l ଆମ୍ବେରୀ ପଂଚାୟତର ଏରଗାରୀ - ନମାଣିଆ ରାସ୍ତା ୩ ଲକ୍ଷ ଟଙ୍କା ବେୟବରଦାରେ ଫଳକରେ ବିନା କୌଣସି ସୂଚନା ରେ କୋର୍ଡ ନମ୍ବର ୨୪୧୯୦୦୫୦୨୦/RC/୧୦୪୭୭୬୨୬ ପ୍ରକଳ୍ପ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଏହାର ସଠିକ ତଦନ୍ତ କରାଯିବାପାଇଁ ପଞ୍ଚାୟତ ର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି l
ରାଜ୍ୟ
ଦାଇଁଲୋ ପଞ୍ଚାୟତ ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ
- Hits: 222