ହେଡଲାଇନସ୍:

ଘୁ.ଉଦୟଗିରି ଠାରେ ଅନନ୍ଦ ଉଲହାସର ସହ ରଥଯାତ୍ରା ପାଳିତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):  କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବଡ଼ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ମାତା ସୁଭଦ୍ରାଙ୍କ ଦେବଦଳନ ତିନି ରଥଙ୍କୁ ଉପସ୍ଥିତ ଭକ୍ତ ଏବଂ ଶ୍ରଦ୍ଧାଳୁ ମହାଆନନ୍ଦରେ ଟାଣି ଟାଣି ନେଇତାଙ୍କ ମାଉସୀମାଙ୍କ ମନ୍ଦିର ନିକଟରେ ପହଞ୍ଚେଇଛନ୍ତି I ଭକ୍ତଙ୍କ ମନରେ ଅଶେଷ ଆନନ୍ଦ ଏବଂ ଉତ୍ସାହ ଦେଖିବାକୁ ମିଳିଥିଲା I ମାତା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଗଣ ଟାଣିନେଇଥିଲେ I କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଘୋଷ ଯାତ୍ରା କାର୍ଯ୍ୟକ୍ରମ ବନ୍ଦ ରହିଥିଲା I ସ୍ଥାନୀୟ ଭକ୍ତ ଦୁଇ ବର୍ଷ ପରେ ତିନି ଠାକୁରଙ୍କ ଦର୍ଶନ ପାଇ ଏହି ମହାପର୍ବ ରଥଯାତ୍ରାରେ ସାମିଲ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଥିବା ପ୍ରକାଶ କରିଛନ୍ତି I ତିନି ରଥକୁ ଛେରା ପହଁରା ରାମକୃଷ୍ଣ ପାତ୍ରଙ୍କ ଦ୍ୱାରା କରାଯାଇଥିଲା I ଉପସ୍ଥିତ ସେବାୟତ ଅଚ୍ୟୁତାନନ୍ଦ ପଣ୍ଡା, ଚନ୍ଦ୍ରକାନ୍ତ ପଣ୍ଡା, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ତିନି ଠାକୁରଙ୍କ ନୀତିକାନ୍ତି ପରେ ପହଣ୍ଡି ବିଜେ କରାଇଥିଲେ I ଶ୍ରୀ ଜଗନ୍ନାଥ ମନ୍ଦିର ପୂଜା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା I ସେହି ପରି ଟିକାବାଲି ଓ ରାଇକିଆ ସହରେ ମଧ୍ୟ ରଥଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି I ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିଲା I

0
0
0
s2sdefault