ହେଡଲାଇନସ୍:

ଜଗତସିଂହପୁର ବ୍ଲକ ର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମହାପ୍ରଭୁ ଜଗନ୍ନାଥ ଙ୍କର ଘୋଷ ଯାତ୍ରା ମହାଡ଼ମ୍ବର ସହିତ ଭକ୍ତ ମାନେ ପାଳନ କରିଛନ୍ତି l ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ଧରି ଏହି ଘୋଷ ଯାତ୍ରା ହୋଇନଥିଲା l ଦୀର୍ଘ ୨ ବର୍ଷ ପରେ ଏହି ଘୋଷ ଯାତ୍ରା ହେଉଥିବାରୁ ଭକ୍ତ ମାନେ ଆନନ୍ଦ ଉଲ୍ଲାସ ର ରଥଯାତ୍ରା ପାଳନ କରିଥିବା ଦେଖିବାକୁ ମିଳିଛି lଏହି ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ବାଅଣ୍ଡେଇସାହି ପୁର ଗ୍ରାମପଞ୍ଚାୟତ ନିକଟରେ ଥିବା ସରସ୍ବତୀ ହାଟ ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଆରମ୍ଭ ହୋଇ ଦାଶକୁଦ ମଠ ଯାଇଛନ୍ତି l ସେହିଭଳି ଯଶୋବନ୍ତପୁର ଗ୍ରାମ ପଞ୍ଚାୟତ ର ଜଗନ୍ନାଥ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଖଇରଙ୍ଗ ପଞ୍ଚାୟତ ର ଖଇରଙ୍ଗ ଗ୍ରାମରୁ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ପ୍ରଫୁଲ୍ଲ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ୩ଟି ପଞ୍ଚାୟତର ବିଷ୍ଣୁଚରଣ ନାଥ, କୁନିଆ ମିଶ୍ର, ଶଙ୍କରଶଣ ତ୍ରିପାଠୀ, ବିଜୟ ପତି, ରଙ୍ଗୁଲା ମହାନ୍ତି, ଅଜୟ ମହାନ୍ତି, ସୁବଳ ଭାଇନା, ଦିଲୁ ଭାଇନା, ଅଜୁଆ ନନା, ଟୁନିଆ ନନା ଆଦି ଘୋଷ ଯାତ୍ରା ରେ ଉପସ୍ଥିତ ଥିଲେ l ପରେ ଭକ୍ତମାନେ ରଥ ଟାଣି ମାଉସୀ ମା ଘରକୁ ଯାଇଥିଲେ l ଗ୍ରାମବାସୀମାନେ ଓ ଭକ୍ତ ମାନେ ଘଣ୍ଟ ଘଣ୍ଟା, ବାଣ ବାଜା ରୋଷଣୀରେ ରଥକୁ ଟାଣି ମାଉସି ମା ଘରକୁ ନେଇଥିଲେ l

0
0
0
s2sdefault