ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି l ଜୁଲାଇ ୪ ତାରିଖ ରେ ଏରସମା ବ୍ଲକ, ଜୁଲାଇ ୧୧ ତାରିଖ ରେ ରଘୁନାଥପୁର ବ୍ଲକ, ଜୁଲାଇ ୧୮ ତାରିଖ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ଜୁଲାଇ ୨୫ ତାରିଖ ରେ ତିର୍ତ୍ତୋଲ ବ୍ଲକ ରେ ଅନୁଷ୍ଠିତ ହେବ l ସେହିପରି ଅଗଷ୍ଟ ୧ ତାରିଖ କୁଜଙ୍ଗ ବ୍ଲକ, ଅଗଷ୍ଟ ୮ ତାରିଖ ବିରିଡି ବ୍ଲକ, ଅଗଷ୍ଟ ୧୬ ତାରିଖ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଅଗଷ୍ଟ ୨୨ ତାରିଖ ରେ ନାଉଗାଁ ବ୍ଲକ ଓ ଅଗଷ୍ଟ ୨୯ ତାରିଖ ରେ ବାଲିକୁଦା ବ୍ଲକ ଠାରେ ଅନୁଷ୍ଠିତ ହେବ l ସେପ୍ଟେମ୍ବର ମାସ ୫ ତାରିଖ ଏରସମା ବ୍ଲକ, ସେପ୍ଟେମ୍ବର ୧୨ ତାରିଖ ରଘୁନାଥପୁର ବ୍ଲକ, ସେପ୍ଟେମ୍ବର ୧୯ ତାରିଖ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ ସେପ୍ଟେମ୍ବର ୨୬ ତାରିଖ ରେ ତିର୍ତ୍ତୋଲ ବ୍ଲକ ରେ ଅନୁଷ୍ଠିତ ହେବ l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ଅଧିକାରୀ, ବି. ଡି. ଓ, ତହସିଲଦାର, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ଜନ ସାଧାରଣ ଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିବେ l ଜିଲ୍ଲାର ଜନ ସାଧାରଣ ସେମାନଙ୍କର ସମସ୍ୟା ଓ ଅଭିଯୋଗ ର ସମାଧାନ ନିମନ୍ତେ ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l
ରାଜ୍ୟ
ଜୁଲାଇ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
- Hits: 427