ଅସ୍ତରଙ୍ଗ(ଦୁଃଶାସନ ନାୟକ) : ଭୁବନେଶ୍ୱରର ଏଏସଜି ନେତ୍ର ଚିକିତ୍ସାଳୟ ଓ ପୁରୀ ଜିଲ୍ଲାର ପ୍ରମୁଖ ସେବା ସଂଗଠନ ଆପଣଙ୍କ ସେବା ସଂଘ ତରଫରୁ ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ରଥଯାତ୍ରା ଅବସରରେପୁରୀକୁ ଆସୁଥିବା ଭକ୍ତମାନଙ୍କ ସେବାନେଇ ବଡ଼ ଦାଣ୍ଡରେ ଚାରିଗୋଟି ଷ୍ଟଲ ଖୋଲାଯାଇ ଖାଦ୍ୟ ପୁଡ଼ିଆ ସହ, ପାଣି ,ବିସ୍କୁଟ,ମେଡ଼ିସିନ ଆଦି ଯୋଗାଇ ଦିଆଯାଇଅଛି । ଏହାଛଡା ମେଡ଼ିକାଲ ସେବା ମଧ୍ୟରେ ତ୍ୱରିତ ରକ୍ତଦାନ ବ୍ୟବସ୍ଥା ମଧ୍ୟ ରହିଅଛି । ସଂଗଠନର ସଦସ୍ୟ ମାନେ ବଡ ଦାଣ୍ଡରେ ବୁଲି ବୁଲି ଅସୁବିଧାରେ ପଡିଥିବା ଭକ୍ତ ମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ସେମାନଙ୍କର ସେବାକାର୍ଯ୍ୟ ସହ ଭ୍ରାମମାଣ ଜଳ ସେବା ମଧ୍ୟ ଜାରି ରଖିଛନ୍ତି । ସେବା ସଙ୍ଗଠନର କୋଡିଏ ଜଣ ସାମିଲ ଥିଲା ବେଳେ ନେତ୍ର ଚିକିତ୍ସାଲୟ ତରଫରୁ ଦଶ ଜଣ ସଭ୍ୟ ସାମିଲ ରହିଛନ୍ତି । ଏହିସବୁ କାର୍ଯ୍ୟକ୍ରମରେ ଚିକିତ୍ସା ଳୟ ତରଫରୁ ,ମାର୍କେଟିଂ ମ୍ୟାନେଜର ଅରବିନ୍ଦ ଜେନା,ଅଜିତ ସାହୁ ,ରାହୁଳ ସାହୁ ପ୍ରମୁଖ ଥିବାବେଳେ ସେବା ସଂଗଠନର ସଭାନେତ୍ରୀ ଅର୍ଚ୍ଚନା ରଥ,ସୁରେଖା ମିଶ୍ର,ଅନୁପମା କର,ପଦ୍ମିନୀ ଚୌଧୁରୀ,ଆଳତି ଦେବୀ ,ପୁଷ୍ପିତା ପଟନାୟକ ପ୍ରମୁଖ ରହିଛନ୍ତି ।
ରାଜ୍ୟ
ଏଏସଜି ନେତ୍ର ଚିକିତ୍ସାଳୟ ଓ ଆପଣଙ୍କ ସେବା ସଙ୍ଘ ତରଫରୁ ସେବା କାର୍ଯ୍ୟ ।
- Hits: 574