ତିନୋଟି ରାଜସ୍ୱ ଗ୍ରାମ ଅତିକ୍ରମ କରି ପାଇକମାଲ ମାଉସୀ ମନ୍ଦିର ରେ ମହାପ୍ରଭୁ
ବରଗଡ :- ବିଶ୍ୱ ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠରୁ ଆଜି ଭକ୍ତଙ୍କର ଗହଣରେ ମହାପ୍ରଭୁ ଜଗନ୍ନାଥ ନିଜର ଜ୍ୟେଷ୍ଠ ଭ୍ରାତା ଓ ଭଉଣୀ ସୁଭଦ୍ରା ଙ୍କୁ ସାଥିରେ ନେଇ ରଥରେ ପାଇକମାଲ ସ୍ଥିତ ମାଉସୀ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ନୃସିଂହନାଥ ରୁ ପାଇକମାଲ ମଝିରେ ଦୁର୍ଗାପାଲି , ଦଣ୍ଡପାଟ ଓ ଜର୍ଜଗଡ଼ ରାଜସ୍ବ ଗ୍ରାମ ମାନଙ୍କର ଭକ୍ତ ମାନଙ୍କୁ ଦର୍ଶନ ଦେଇ ମହାପ୍ରଭୁ ମାଉସୀ ମନ୍ଦିର କୁ ବିଜେ ହୋଇଛନ୍ତି । ଦୀର୍ଘ ଦୁଇ ବର୍ଷ ହେବ ମହାମାରୀ କାରଣରୁ ରଥ ଯାତ୍ରାରେ ଜନସମାଗମ ଉପରେ କଟକଣା ରହିଥିବା କାରଣରୁ ରଥଯାତ୍ରା ସମ୍ଭବ ହୋଇ ପାରିନଥିଲା । କିନ୍ତୁ ମହାପ୍ରଭୁଙ୍କ ଙ୍କର ଅସୀମ କୃପାରୁ ଚଳିତ ଥର ମହାପ୍ରଭୁ ରଥାରୂଢ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।
ରଥଯାତ୍ରା ପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସମୟ ମୁତାବକ ସେବାୟତ ତଥା ଭକ୍ତଙ୍କର ଦ୍ୱାରା ସମ୍ପାଦନ କରାଯାଇଥିଲା । ଏହାପରେ ମହାପ୍ରଭୁ ପହଣ୍ଡିରେ ଆସି ରଥାରୂଢ ହୋଇଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟବର୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବି ଡ଼ି ଓ ଶ୍ରୀ ଦେବାଶିଷ ସିନହା ରଥରେ ଛେରାପହଁରା କରିଥଲେ । ଏହାପରେ ଚାରିଗୋଟି ସଂକୀର୍ତ୍ତନ ମଣ୍ଡଳୀ ସହିତ ଭକ୍ତଙ୍କର ସମାବେଶ ରେ ରଥ ଟଣା ଆରମ୍ଭ ହୋଇଥିଲା । ଭକ୍ତ ଙ୍କର ପ୍ରବଳ ଭିଡକୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ଅନେକ ପ୍ରକାର ସୁବ୍ୟବସ୍ଥା କରାଯାଇଥବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯN ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି ।