ହେଡଲାଇନସ୍:

ପେକ୍ସ ସଭାପତି ହେଲେ ଜଣେ ଉଚ୍ଚ ଶିକ୍ଷିତ କୃଷକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୃଷକ ମାନଙ୍କର ସମସ୍ୟାର ସମାଧାନ ହେବ ଅଗ୍ରାଧିକାର :- ବିଜୁ ସ୍ୱାଇଁ

ବରଗଡ :- ପାଇକମାଲ ପେକ୍ସ ର ସଭାପତି ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଶ୍ରୀ ବିଜୟ କୁମାର ସ୍ୱାଇଁ ( ବିଜୁ) । ପାଇକମାଲ ପେକ୍ସ ସଭାପତି ପଦ ପାଇଁ ହୋଇଥିବା ନିର୍ବାଚନ ପାଇଁ ଶ୍ରୀ ବିଜୟ ସ୍ୱାଇଁ କେବଳ ଜଣେ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ଦାଖଲ କରିଥିଲେ । ଅନ୍ୟ କୋଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ଶ୍ରୀ ବିଜୟ ସ୍ୱାଇଁ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ସ୍ୱାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୁ ଏମ ଏସ ସି , ଏମ ଫିଲ୍ ସହିତ ବି ଇଡ଼ି ଡିଗ୍ରୀ ହାସଲ କରିଥିବା ଜଣେ ଉଚ୍ଚ ଶିକ୍ଷିତ ଚାଷୀ । ଏହା ପୂର୍ବରୁ ଶ୍ରୀ ସ୍ୱାଇଁ ଉକ୍ତ ପେକ୍ସ ରେ ଜଣେ ଡ଼ାଇରେକ୍ଟର ଭାବରେ କାର୍ୟ୍ଯ ସମ୍ପାଦନ କରିବା ସହିତ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ମଧ୍ୟ ଥିଲେ । ଜଣେ ଉଚ୍ଚ ଶିକ୍ଷିତ କୃଷକ ହୋଇଥିବା କାରଣରୁ ପେକ୍ସ ମାଧ୍ୟମରେ ଚାଷୀ ମାନଙ୍କର ସମସ୍ୟା ର ସମାଧାନ କରିବାକୁ ସବୁବେଳେ ପ୍ରୟାସ ରତ ରହିବେ ବୋଲି ଶ୍ରୀ ସ୍ୱାଇଁ ଜଣାଇଥିଲେ । ଜଣେ ଉଚ୍ଚ ଶିକ୍ଷିତ ସଭାପତି ଙ୍କୁ ପାଇ କୃଷକ ମାନଙ୍କର ମଧ୍ୟରେ ଅନେକ ଆଶା ମଧ୍ୟ ରହିଛି । ଶ୍ରୀ ସ୍ୱାଇଁ ଙ୍କର ନାମାଙ୍କନ ସମୟରେ ପାଇକମାଲ ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଓ ଅନେକ ଡ଼ାଇରେକ୍ଟର ଉପସ୍ଥିତ ଥିଲେ ।

0
0
0
s2sdefault