ହେଡଲାଇନସ୍:

ନିମ୍ନ ମାନର କାର୍ଯ୍ୟ,ନିର୍ମାଣ ସରିନାହିଁ ଭୁଷୁଡିଲା ପାଚେରୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ସର୍ବ ଶିକ୍ଷା ଅଭିଯାନ ଅଧୀନରେ ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ର କୁ ଗୁରୁତ୍ବ ଦେଇ ସମସ୍ତ ସରକାରୀ ସ୍କୁଲ ର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ ଚେଷ୍ଟା କରୁଛନ୍ତି।5T ଭଳି ଯୋଜନା ରେ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରି ଥିବା ଯୋଗୁଁ ବିଦ୍ୟାର୍ଥୀ ଓ ଅଭିଭାବକ ସରକାରୀ ବିଦ୍ୟାଳୟ ମୁହାଁ ହେଇଛନ୍ତି। ଶିକ୍ଷା ର ଭିତ୍ତିଭୂମି ଓ ମାନ ର ଉନ୍ନତି କରଣ ଯୋଗୁଁ ଏହା ସମ୍ଭବ ହେଇଛି କିନ୍ତୁ କିଛି ସରକାରୀ ବାବୁ ଙ୍କ ଠିକାଦାର ପ୍ରୀତି ଯୋଗୁଁ 5T ଭଳି ଯୋଜନା ମଧ୍ୟ ଫେଲ ହୋଇଯାଏ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ର ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସମୁଦାୟ ପାଚେରୀର ଏକ ଚତୁର୍ଥାଂଶ ପାଚେରୀ ଭୁଶୁଡି ଗଲାଣି ପ୍ରାପ୍ତ ସୂଚନା ଅନୁଯାୟୀ 5T ଯୋଜନା ଅଧୀନରେ ରୂପାନ୍ତରିଣ କାର୍ଯ୍ୟ ଅତି କ୍ଷିପ୍ର ଗତିରେ ଚାଲିଥିବା ସମୟରେ ଚଳିତ ମାସ ୩ ତାରିଖରେ ଶୁଭ ଉଦଘାଟନ କାର୍ଯ୍ୟ ସାରି ପ୍ରଶଂସା ସାଉଁଟିଥିବା ଅଧିକାରୀ ଏବେ କହୁଛନ୍ତି ପାଚେରୀ ଭୁଶୁଡିବା ଘଟଣା ବିଷୟରେ ମୁଁ ଜାଣି ନାହିଁ। ଉଦଘାଟନ ହେବାର ଠିକ ୨୨ ଦିନ ପରେ ନିର୍ମାଣାଧୀନ ପାଚେରୀ ର ପ୍ରାୟ ଏକ ଚତୁର୍ଥା୍ଂଶ ପାଚେରୀ ଭୁଶୁଡି ପଡିଛି ଓ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଏହି ସ୍କୁଲର ଉନ୍ନତି କରଣ କାର୍ଯ୍ୟ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କନିଷ୍ଠ ଯନ୍ତ୍ରୀ ରାମ ରାୟ ମାରାଣ୍ଡି ଙ୍କ ନିରୀକ୍ଷଣ ରେ କାର୍ଯ୍ୟ ଟି ଚାଲିଥିବା ବେଳେ ଏତେ ନିମ୍ନ ମାନର କାର୍ଯ୍ୟ କରିବାକୁ କିପରି ଅନୁମତି ଦେଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । । ରାଜ୍ୟ ସରକାର ସରକାରୀ ସ୍କୁଲ ର ରୂପ ରେଖା ବଦଳାଇବା ସହ ପିଲାଙ୍କ ଭବିଷ୍ୟତ ଗଢିବାକୁ ଚିନ୍ତା କରୁଥିବା ବେଳେ ପ୍ରଶାସନିକ ଅଧିକାରୀ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ବ୍ୟକ୍ତି ବିଶେଷଙ୍କୁ ପ୍ରରୋଚନାରେ ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ବୋଲି ଲୋକେ କହୁଛନ୍ତି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ଖାମ ଖିଆଲ ତଦାରଖ ଯୋଗୁଁ ଖାଲି ରଙ୍ଗ ମାରି ଚିତ୍ର ଆଙ୍କି ଲକ୍ଷାଧିକ ଟଙ୍କା ପକେଟରେ ପୁରାଇ ସରକାରଙ୍କ ସୁନ୍ଦର ସ୍ୱପ୍ନ କୁ ଧୂଳିସାତ କରୁଥିବା ଦେଖିବାକୁ ମିଳିଛି।ଘଟଣା ବିଷୟରେ ବୁଝିବାକୁ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେର ଙ୍କୁ ଯୋଗା ଯୋଗ କରିଥିଲୁ ସେ ଦୁଇ ପଦରେ ଉତ୍ତର ଦେଇ ଫୋନ କାଟି ଦେଇଥିଲେ।ଉତ୍ତରରେ କହିଲେ ପାଚେରୀ ଭୁଶୁଡିବା ଘଟଣା ଜାଣି ନାହିଁ ଖବର ପାଇଲି ଦେଖିବା କୁ ଯାଉଛି କହିଥିଲେ।କନିଷ୍ଠ ଯନ୍ତ୍ରୀ ଙ୍କ ଫୋନ ବନ୍ଦ ରହିଛି।ଅନ୍ୟପଟେ ଏହିଭଳି ନିମ୍ନ ମାନର ଦେଖି କ୍ଷୋଭ ପ୍ରକାଶ କରିବା ସହ ଏହି କାମର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି।।ତେଣୁ 5t ଅଧୀନରେ ଧୋଡ୍ରା ସ୍କୁଲ ପରିସର ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟର ତଦନ୍ତ ଦାବି କରୁଛନ୍ତି ସାଧାରଣ ଲୋକେ ଓ ଜନ ପ୍ରତିନିଧି।

0
0
0
s2sdefault