ପୁରୀ (ଅନିମେଶ ପଟ୍ଟନାୟକ ): ଯୁବ ଆଇନଜୀବୀଙ୍କୁ ପୌରସଂସ୍ଥା ଏନଫୋର୍ସମେଣ୍ଟ ଅଫିସରଙ୍କ ଦୁର୍ବ୍ୟବହାର । ଫାଇନ ଆଦାୟକୁ ନେଇ ଆଇନଜୀବୀ ରାମଚନ୍ଦ୍ର ସାହୁଙ୍କ ସହ ଏନଫୋର୍ସମେଣ୍ଟ ଅଫିସର ବୃନ୍ଦାବନ ପତିଙ୍କ ଯୁକ୍ତିତର୍କ । ରାମଚନ୍ଦ୍ରଙ୍କ କହିବା ଅନୁଯାଇ ଅଫିସର ଜଣକ ବଡ଼ଶଙ୍ଖ ବଜାର ଦୋକାନୀଙ୍କଠାରୁ ୫ସହ ଟଙ୍କା ଲେଖାଏଁ ଫାଇନ ଆଦାୟ କରୁଥିଲେ । କରୋନା ଯୋଗୁଁ କ୍ଷୁଦ୍ର ବ୍ୟବସାୟୀମାନେ ଏବେ ବି ନାନାଦି ଅସୁବିଧା ଭୋଗୁଛନ୍ତି । ଏପରି ସ୍ଥିତିରେ ସେମାନଙ୍କ ଠାରୁ ଫାଇନ ଆଦାୟ ନ କରିବାକୁ ଅନୁରୋଧ କରିଥିଲେ ରାମଚନ୍ଦ୍ର । ହେଲେ ଅଫିସର ଜଣକ ତାଙ୍କୁ ଦୁର୍ବ୍ୟବହାର କରିବା ସହ କୁମ୍ଭାରପଡ଼ା ଥାନାକୁ ନେଇଥିଲେ । ରାମଚନ୍ଦ୍ରଙ୍କୁ ଦୁର୍ବ୍ୟବହାର ଖବର ପାଇ ଥାନାକୁ ସତାଧିକ ଆଇନଜୀବୀ ଓ ବ୍ୟବସାୟୀ ପହଞ୍ଚିଥିଲେ । ପରେ ଅଫିସର ଜଣକ ନିଜ ଭୁଲ ବୁଝିପାରି ରାମଚନ୍ଦ୍ରଙ୍କ ସହ ଆପୋସ ସମାଧାନ କରିଥିବା ଜଣା ପଡିଛି ।
ରାଜ୍ୟ
ଆଇନଜୀବୀଙ୍କୁ ଏନଫୋର୍ସମେଣ୍ଟ ଅଫିସରଙ୍କ ଦୁର୍ବ୍ୟବହାର
- Hits: 473