କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହିଁ ସକଳ ପାପତାପରୁ ମୁକ୍ତି ଦେଇଥାଏ - ସ୍ୱାମୀ ନିର୍ଲିପ୍ତାନନ୍ଦ ମହାରାଜ
ଭୁବନେଶ୍ୱର:ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୨ତମ ବାର୍ଷିକଉତ୍ସବ, ଆଜି ତା୨୬ା୦୬ା୨୦୨୨ରିଖ ସନ୍ଧ୍ୟା ଘ୬:୩୦ମିନିଟ୍ ସମୟରେଭୁବନେଶ୍ୱରସ୍ଥଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି ।ଉତ୍ସବକୁ ଉଦ୍ଘାଟନ କରିଋଷିକେଶସ୍ଥିତ ଦିବ୍ୟଜୀବନ ସଂଘର ଉପ-ସଭାପତିସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀମହାରାଜ ସ୍କନ୍ଦପୁରାଣବର୍ଣ୍ଣିତ ନୀଳମାଧବ ଉପାସନାଠାରୁଶ୍ରୀମନ୍ଦିରରେଇନ୍ଦ୍ରଦ୍ୟୁମ୍ନଙ୍କଚତୁର୍ଦ୍ଧା ଦାରୁମୂର୍ତ୍ତି ପ୍ରତିଷ୍ଠା ଓ ଉପାସନାହେବା ପର୍ଯ୍ୟନ୍ତ ଘଟଣାବଳୀକୁବର୍ଣ୍ଣନାକରିକହିଥିଲେ ଯେ, ମହାପ୍ରଭୁଶ୍ରୀଜଗନ୍ନାଥଙ୍କ ଦର୍ଶନ ହିଁସକଳ ପାପ ତାପରୁମୁକ୍ତି ଦେଇଥାଏ ।
ମୁଖ୍ୟବକ୍ତାତିରୁପତିବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ତାଙ୍କଭାଷଣରେକହିଥିଲେ ଯେ, ବିଗତ ୪୦ ବର୍ଷରୁଊର୍ଦ୍ଧ୍ୱସମୟ ଧରିଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ନିଷ୍ଠାରସହଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର, ଗବେଷଣା, ପ୍ରକାଶନ ଓ ଆଲୋଚନାଚକ୍ର ପ୍ରଭୃତି ନୀରବଚ୍ଛିନ୍ନଭାବରେକରିଆସୁଥିବାରୁ ପ୍ରତିଷ୍ଠାନରଭୂୟସୀ ପ୍ରଶଂସାକରିଥିଲେ ।ଶ୍ରୀଜଗନ୍ନାଥ ଚେତନାକୁମାନବଜାତି ନିଜେହୃଦୟଙ୍ଗମକରିମହାପ୍ରଭୁଙ୍କଚିନ୍ତା ଓ ଚେତନାରେଜୀବନ ଅତିବାହିତ କରିବାଲାଗିସେ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ପ୍ରତିଷ୍ଠାନ ତରଫରୁଶ୍ରୀଜଗନ୍ନାଥମନ୍ଦିରର ପୂର୍ବତନ ପ୍ରଶାସକଶ୍ରୀରବୀନ୍ଦ୍ର ନାରାୟଣମିଶ୍ରଙ୍କୁ “ଶ୍ରୀଜଗନ୍ନାଥ ସମ୍ମାନ” ୨୦୨୦, ବିଶିଷ୍ଟଗବେଷକ ପଣ୍ଡିତଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ “ଶ୍ରୀଜଗନ୍ନାଥ ସମ୍ମାନ” ୨୦୨୧ ଓ ବିକେ ପକ୍ଲିକେଶନ୍ସରସ୍ୱତ୍ୱାଧିକାରୀଶ୍ରୀବିଜୟକୁମାରମହାପାତ୍ରଙ୍କୁ “ଶ୍ରୀ ନୀଳଚକ୍ର ସମ୍ମାନ” ଦ୍ୱାରା ସମ୍ମାନିତ କରାଯାଇଥିଲା । ପ୍ରତ୍ୟେକଙ୍କୁଉତ୍ତରୀୟ, ମାନପତ୍ର, ପ୍ରତିଷ୍ଠାନର ଫଳକ, ପୁଷ୍ପଗୁଚ୍ଛ ଓ ଦଶହଜାରଟଙ୍କା ପ୍ରଦାନ କରାଯାଇଥିଲା ।
ପ୍ରତିଷ୍ଠାନ ଦ୍ୱାରାସମ୍ପାଦିତଶ୍ରୀଜଗନ୍ନାଥଚେତନା, ଭାବସମୁଦ୍ର (୩ୟ ସଂସ୍କରଣ), ଶ୍ରୀମଦ୍ଭଗବଦ୍ଗୀତା, ଶ୍ରୀଅରବିନ୍ଦ ଚିନ୍ତନ (ହିନ୍ଦୀ), ଶ୍ରୀଜଗନ୍ନାଥ ଅନୁଭବ (ବଙ୍ଗଳା) ପ୍ରଭୃତି ପୁସ୍ତକ ସମ୍ମାନିତ ଅତିଥିମାନଙ୍କ ଦ୍ୱାରାଉନ୍ମୋଚନ ଓ ଲୋକାର୍ପଣକରାଯାଇଥିଲା ।
ଉତ୍ସବରେସ୍ୱାଗତଭାଷଣସହପୌରୋହିତ୍ୟକରିଥିଲେ ପ୍ରଫେସରଶ୍ରୀସୁରେନ୍ଦ୍ର ନାଥ ଦାଶ । ଅତିଥିମାନଙ୍କୁ ପରିଚିତକରାଇଥିଲେ ପ୍ରଫେସର ପ୍ରମୋଦ କୁମାର ପରିଡ଼ା ।ବିବରଣୀଉପସ୍ଥାପନ କରିଥିଲେ ସମ୍ପାଦକ ପ୍ରଫେସର ନାରାୟଣ ସାହୁ । ପ୍ରତିଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶ୍ରୀ ଅଲେଖ କୁମାର ଦାସ, ଉପ-ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ପତ୍ରୀ, କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରଭୃତି କର୍ମକର୍ତ୍ତାଙ୍କ ଦ୍ୱାରା ଉତ୍ତରୀୟ, ପୁଷ୍ପଗୁଚ୍ଛ, ପ୍ରତିଷ୍ଠାନ ପ୍ରକାଶିତ ପୁସ୍ତକମୁଖ୍ୟ ଅତିଥି ସ୍ୱାମୀ ନିର୍ଲିପ୍ତାନନ୍ଦ ମହାରାଜ ଓ ମୁଖ୍ୟବକ୍ତା ପ୍ରଫେସର ହରେକୃଷ୍ଣ ଶତପଥୀଙ୍କୁ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମାନସକୁମାର ଦାସ ।ସମ୍ପୂର୍ଣ୍ଣକାର୍ଯ୍ୟକ୍ରମକୁସଂଯୋଜନାକରିଥିଲେ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ।
ପ୍ରଜ୍ଞା ନୃତ୍ୟାୟନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।