ନବରଙ୍ଗପୁର/ଅଶୋକ ସାହୁ.:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ବାରିଆଘାଟ୍ ଗ୍ରାମରେ ନାହିଁ ନ ଥିବା ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ସୁଦୂର ନବରବଙ୍ଗପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ପ୍ରାୟ ପଞ୍ଚତିରିଶ କିଲୋମିଟର ଦୂରରେ ଥିବା ଏହି ଗ୍ରାମ ସମ୍ପୂର୍ଣ ଭାବେ ବାହ୍ୟଜଗତ ଠାରୁ ଅଲଗା ଥିବା ଅନୁଭୂତ ହୋଉଛି. ପୋଡ଼lଗଡ଼ ଡ୍ୟାମ୍ ଠାରୁ ଦୁଇଶହ ମିଟର ଦୂରରେ ଏହି ଗ୍ରାମରେ ଅନେକ ପରିବାର ବସବାସ କରୁଥିବାବେଳେ ଏହି ଗ୍ରାମକୁ ଗମନାଗମନ,ପାନୀୟ ଜଳ ଶିକ୍ଷା , ଅଙ୍ଗନବାଡି , ବାର୍ଦ୍ଧକ୍ୟଭତ୍ତା ଆଦି ସରକାରୀ ଯୋଜନା ଏହି ଗ୍ରାମର ଲୋକେ ସରକାରଙ୍କ ଠାରୁ ପାଇ ପାରିନାହାନ୍ତି ।
ଦୁଃଖର ବିଷୟ ଏହିକି ଯେ, ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ଵାରା ସାରା ରାଜ୍ୟକୁ ବିଦ୍ୟୁତ ଯୋଗାଉଥିବା ଏହି ପ୍ରକଳ୍ପ ଅଂଚଳର ଲୋକେ ଦୀର୍ଘ ଚାଳିଶିବର୍ଷରୁ ଅଧିକା ସମୟ ବସବାସ କରୁଥିବା ବେଳେ , ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମରେ ଗୋଟାଏ ବି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିଜୁବାବୁଙ୍କ ପକ୍କା ଘର ଟିଏ କାହାରିକୁ ମିଳିବା ଜଣା ପଡୁନାହିଁ. ଏହି ଗ୍ରାମର ଲୋକେ ଗ୍ରାମଠାରୁ ପାଞ୍ଚଶହ ମିଟର ଦୁରସ୍ଥ ପାହାଡ଼ ଫାଟି ଗଡି ଯାଉଥିବା ଝରଣା ପାଣିକୁ ନିଜର ନିତ୍ୟ ବ୍ୟବହାର ପାଇଁ ପାନୀୟ ଓ ରନ୍ଧନକ୍ରିୟା ପାଇଁ ନିଅନ୍ତି.| ଏହି ପାଣିରେ ମାଛ , କଙ୍କଡା , ପୋକ ଜୋକ ସାଲୁବାଲୁ ଥିବାବେଳେ ପ୍ରାୟ କୋଡିଏ ମିଟର ପାହାଡ଼ ଗଡାଣୀଆରୁ ଏହି ପାଣି ମୁଣ୍ଡରେ ବୋହି ପାହାଡ଼ ପଥର ଉପରୁ ଉଠିବା ବଡ଼ କଷ୍ଟକର ହୋଇ ପଡୁଛି ।ଏଇ ପରିପ୍ରେକ୍ଷୀରେ ସରକାର ଅତିଶୀଘ୍ର ସମସ୍ତ ସରକାରୀ ଯୋଜନା ଗ୍ରାମବାସୀଙ୍କୁ ପ୍ରଦାନ କରିବାକୁ ଏହି ଗ୍ରାମର ଲୋକେ ଦାବୀ କରିଅଛନ୍ତି |
ରାଜ୍ୟ
ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ବାରିଆଘାଟ୍ ଗ୍ରାମର ସ୍ଥିତି ଦୟନୀୟ.
- Hits: 328