ପୁରୀ(ଅନିମେଶ ପଟ୍ଟନାୟକ): ଦିଆସିଲିରେ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ । ଖାଲି ସେତିକି ନୁହେଁ, ତିନି ରଥରେ ବିରାଜମାନ ତିନି ଠାକୁର । ଯାହା ଏବେ ଜଗନ୍ନାଥ ପ୍ରେମିଙ୍କ ମନ କିଣୁଛି । ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେଉଛି ଯୁବ ପ୍ରତାଭା ସାସ୍ୱତରଞ୍ଜନ ସାହୁଙ୍କ ଏହି ମିନିଏଚର । ଏହି ତିନି ରଥ ପ୍ରସ୍ତୁତ କରିବାରେ ୪୮୩୦ ଦିଆସିଲ କାଠିର ବ୍ୟବହାର କରାଯାଇଥିବା କହିଛନ୍ତି ସାସ୍ୱତ। ଯାହାକୁ ତିଆରି କରିବାକୁ ୧୮ ଦିନ ସମୟ ଲାଗିଥିଲା ।
ଦିଆସିଲିର ଏହି କୁନି ରଥର ମୋଟେଇ ୬ ଇଞ୍ଚ ଲେଖାଏଁ ଥିବା ବେଳେ ବଡଠାକୁରଙ୍କ ତାଳଧ୍ଵଜର ଉଚ୍ଚତା ୧୧.୫ ଇଞ୍ଚ, ଦେବୀ ସୁଭଦ୍ରାଙ୍କ ରଥର ଉଚ୍ଚତା ୧୧ ଇଞ୍ଚ ଓ ମହାପ୍ରଭୁ ଜଗନ୍ନାଥଙ୍କ ଉଚ୍ଚତା ୧୧.୪ ଇଞ୍ଚ ଅଛି ।
ଆଉ ମାତ୍ର ତିନି ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଥିବାବେଳେ ସାସ୍ୱତ ଏହି ମିନିଏଚର ଜରିଆରେ ସମସ୍ତ ଜଗନ୍ନାଥ ପ୍ରେମିଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ।