ହେଡଲାଇନସ୍:

ଜଗତସିଂହପୁର ସରକାରୀ ବହୁବୃତ୍ତି (ପଲିଟେକନିକ)ଅନୁଷ୍ଠାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଏକ ମାତ୍ର ସରକାରୀ ଡିପ୍ଲୋମା ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ,ନାଉଗାଁ ବ୍ଲକ୍ ଅନ୍ତର୍ଗତ ଜାମୁଗା ପଞ୍ଚାୟତ ରେ ୨୦୧୭ ମସିହା ଠାରୁ ସ୍ଥାପନ କରାଯାଇଛି l ଏହି ଅନୁଷ୍ଠାନ ରେ ମେକାନିକାଲ ,ଇଲେକ୍ଟ୍ରିକାଲ,ସିଭିଲ ଏବଂ ମେଡ଼ିକାଲ ଇଂଜିନିୟରିଂ ରେ ପ୍ରତ୍ୟେକ ବିଭାଗରେ ୬୦ ଟି ଲେଖା ସିଟ ରହିଛି l ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ଦେଵା ପାଇଁ ଅଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ନିଯୁକ୍ତି ଦିଆଯାଇଛି l ଏହି ଅନୁଷ୍ଠାନ ରେ ଛାତ୍ର ଛାତ୍ରୀ ମାନଙ୍କୁ ଶିଳ୍ପ ପ୍ରଯୁଯ୍ୟ, ଦକ୍ଷ ଓ କୁଶଳୀ କରିଵା ପାଇଁ ଏଠାରେ ଅତି ଉନ୍ନତ ମାନର ଯନ୍ତ୍ରପାତି ଓ ଉପକରଣ ସବୁ ପ୍ରତ୍ୟେକ ବିଭାଗରେ ରହିଅଛି l ଏହି ଅନୁଷ୍ଠାନରେ ଛାତ୍ର ଛାତ୍ରୀ ମାନଙ୍କର ସୁବିଧା ନିମନ୍ତେ ଉଭୟ ପୁଅ ଓ ଝିଅ ମାନଙ୍କ ପାଇଁ ହଷ୍ଟେଲ ରହିଅଛି l ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଛାତ୍ର ବୃତ୍ତି ,ପ୍ରତ୍ୟେକ ବର୍ଗ ଓ ଶ୍ରେଣୀର ପିଲାମାନଙ୍କୁ ଏହି ଅନୁଷ୍ଠାନରେ ଯୋଗାଇ ଦିଆଯାଇଛି l ଛାତ୍ର ଛାତ୍ରୀ ମାନେ ଏଠାରେ ପାଠ ପଢି ନିଜର ଭବିଷ୍ୟତ ଉଜ୍ବଳ କରିଵା ସହିତ ନିଯୁକ୍ତିର ସୁଯୋଗ ପାଉଛନ୍ତି l ଏଠାରେ ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ପାଠ ପଢା ବ୍ୟତୀତ ଖେଳକୁଦ ,ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଅଛି l ଏହି ବୈଷୟିକ ଅନୁଷ୍ଠାନରେ ୨୦୨୨-୨୩ ଶିକ୍ଷା ବର୍ଷ ରେ ନାମ ଲେଖା ପ୍ରକ୍ରିୟା ଜୁନ ୨୭ ତାରିଖ ଠାରୁ www.samsodisha.gov.in ଏବଂ www.dteorissa.gov.in ୱେବସାଇଟ ରେ ଆରମ୍ଭ ହେବାକୁ ଯାଉଛି l୩ ବର୍ଷିଆଡିପ୍ଲୋମା ନିମନ୍ତେ 10th ପାସ ଓ ୨ ବର୍ଷିଆ ଡିପ୍ଲୋମା ନିମନ୍ତେ +୨ ବିଜ୍ଞାନ/ଆଇ.ଟି.ଆଇ ପାସ ଯୋଗ୍ୟତା ରହିଛି lଜଗତସିଂହପୁର ଜିଲ୍ଲାର ଇଛୁକ ଛାତ୍ର ଛାତ୍ରୀ ମାନେ ଏହାର ସୁଯୋଗ ନେବାକୁ ସରକାରୀ ବହୁବୃତ୍ତି ଅନୁଷ୍ଠାନ,ଜଗତସିଂହପୁର ଅଧ୍ୟକ୍ଷ ସୂଚନା ଦେଇଛନ୍ତି l

0
0
0
s2sdefault