ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ବ୍ଳକ କାର୍ଯ୍ୟାଳୟ ପରିସର ରେ ଏକ ମିଳିତ ଜନ ଶୁଣାଣି ର କାର୍ଯ୍ୟ କର୍ମ ଆୟୋଜନ କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ,ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ଉପ ଜିଲ୍ଲାପାଳ,ଶିକ୍ଷା ଅଧିକାରୀ, ଜିଲ୍ଲା ଚିକିତ୍ସା ଅଧିକାରୀ , ବିଡିଓ ସତ୍ୟଜିତ ରାଉତ, ତହସିଲଦାର ଅନିତା ନାୟକ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳଙ୍କ ସମେତ ସମସ୍ତ ବିଭାଗ ର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଅଭିଯୋଗ ର ଶୁଣାଣି କରିଥିଲେ। ଏହି ଅବସର ରେ ଭଦ୍ରକ ର ନୂତନ ଜିଲ୍ଲାପାଳ ବାସୁଦେବପୁର ବ୍ଲକ ରେ ଶୁଣାଣି କରିବା ପରେ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ରାଜ୍ୟ
ମିଳିତ ଅଭିଯୋଗ ର ଶୁଣାଣି କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କଲେ ନୂତନ ଜିଲ୍ଲାପାଳ
- Hits: 294