ହେଡଲାଇନସ୍:

ଭାଗ୍ୟର ବିଡମ୍ବନା, ବାପାଙ୍କ ପରେ ମାଙ୍କର କ୍ୟାନସରରେ ମୃତ୍ୟୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସରକାରୀ ସହାୟତା ଅପେକ୍ଷାରେ ତିନି ଅନାଥ ଶିଶୁ କନ୍ୟା।

କଲ୍ୟାଣସିଂ ହପୁର ରୁ ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତର ଡାଣ୍ଡିଆ ସାଇ ରେ ଘଟିଛି ଏକ ଦୁଃଖ ର ଘଟଣା,ବାପା ପରେ ମା ଆରପାରିରେ, ଅନାଥ ହୋଇଗଲେ ତିନି ଜଣ ଶିଶୁ କନ୍ୟା। ସୂଚନା ଅନୁଯାୟୀ ୨୦୧୫ ମସିହାରେ ବାପା ନାଗେଶ ଭତ୍ରା ଙ୍କ ମୃତ୍ୟୁ ହୋଇଯାଇଥିଲା ।ମା ମଣି ଭତ୍ରା ୩ଝିଅ କୁ ନେଇ ବହୁ ଦୁଃଖ କଷ୍ଟରେ ପରିବା ବିକ୍ରି କରି ଛଳେଇ ଆସୁଥିଲେ।ଯେଉଁ ଟଙ୍କା ପାଉଥିଲେ ସେଥିରେ ଘର ଚଳାଇବା ସହିତ ପିଲାଙ୍କ ପାଠ ପଢା ଖର୍ଚ୍ଚ କରିଆସୁଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯେ ମା ମଣି ଭତ୍ରା ମଧ୍ୟ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ପଡିଲେ, ପରେ ରାୟଗଡା, କଟକ, ବ୍ରହ୍ମପୁର, ବିଶାଖାପାଟଣା,ମେଡିକାଲ ଯାଇ ଟ୍ୱିଟମେଂଟ କରିବା ପରେ ମଧ୍ୟ ଟଙ୍କା ଅଭାବ ଯୋଗୁଁ ଘର କୁ ଫେରିବା କୁ ବାଧ୍ୟ ହୋଇଥିଲେ। କିଛି ଦିନ ପରେ ମା ମଣି ଙ୍କ ଦେହ ଅଧିକ ଅସୁସ୍ଥ ହୋଇ, ଜୁନ ମାସ ୧୭ତାରିଖ ଦିନ ଆରପାରିକୁ ଚାଲିଗଲେ ।ବର୍ତ୍ତମାନ ୩ ପିଲା ବାପା ମା ଛେଉଣ୍ଡ ଅନାଥ ହୋଇ ଗଲେ ।ମାଆ ଏବଂ ବାପାଙ୍କୁ ହରାଇ ସମ୍ପୂର୍ଣ ନିଃସହାୟ ଓ ଉପାୟ ଶୂନ୍ୟ ହୋଇ ଭଗବାନ ଭରସାରେ ସହାୟତାକୁ ଚାତକ ଭଲି ଅନେଇ ବସିଛନ୍ତି ବାପା ମାଆଙ୍କୁ ହରାଇ ଅନାଥ ହୋଇ ଯାଇଥିବା ୩ଜଣ ଶିଶୁ କନ୍ୟା ମଧ୍ୟରୁ ଦ୍ୱିତୀୟ ଝିଅ ଇନ୍ଧୁ ସପ୍ତମ ଶ୍ରେଣୀରେ ପଢନ୍ତି ତୃତୀୟ ଝିଅ ଜିନା ଷଷ୍ଠ ଶ୍ରେଣୀ ରେ ପଢ଼ୁଥିବା ବେଳେ ବଡ଼ ଝିଅ ଦଶମ ଶ୍ରେଣୀରେ | କିନ୍ତୁ ଏବେ ଚିନ୍ତା କାରଣ ହୋଇପଡ଼ିଛି ଅନାଥ ବାପା ମା ଛେଉଣ୍ଡ ପିଲା ମାନେ କେମିତି ପାଠ ପଢ଼ିବେ| ସେମାନଙ୍କ ଘର କେମିତି ଚାଲିବ ବୋଲି ସମସ୍ତେ ଚିନ୍ତିତ ।ଏହି ଅନାଥ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ଯେହେତୁ ଘର ଖଣ୍ଡିଏ ମିଳି ପାରିନାହିଁ। ସାହିରେ ଯିଏ ଯାହା ଦେଲେ ତାହା ଖାଇ ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡିରହିଛନ୍ତି ।ଏହି ଅନାଥ ପରିବାରକୁ ପ୍ରଶାସନ ପକ୍ଷରୁ ପିଲାଙ୍କ ଭବିଷ୍ୟତ ପାଇଁ ଭଲ ହଷ୍ଟେଲ ବ୍ୟବସ୍ଥା କରି ଥଇଥାନ ଓ ସହଯୋଗ କରାଯାଉ ବୋଲି ଡାଣ୍ଡିଆସାଇ ଲୋକେ ଦାବି କରିଛନ୍ତି ।ବର୍ତ୍ତମାନ ବାପା ଓ ମାଆକୁ ହରାଇ ଅନାଥ ହୋଇଥିବା ତିନି ଜଣ ଶିଶୁ କନ୍ୟା କୁ ସାହାରା ଦେବ କିଏ ତାକୁ ନେଇ ଆଶା ଆଶଙ୍କାରେ ସାହି ବାସିନ୍ଦା। ଦେଖିବାକୁ ବାକି ରହିଲା ଏହି ଗରିବ ଅନାଥ ପିଲା ଙ୍କୁ ସାହାରା ମିଳିବ କେବେ।

0
0
0
s2sdefault