ହେଡଲାଇନସ୍:

ସରକାର କା ମାଲ ଦରିଆ ମେ ଡାଲ ନୀତି ରେ ଚାଲୁଛି ଟିଟିଲାଗଡ଼ ପ୍ରଶାସନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ମହାରାଜ ସାଗର ପାର୍କ ଙ୍କୁ ଭାଙ୍ଗିଲେ ପ୍ରଶାସନ

  • ଅନେକଙ୍କ ଡ୍ରିମ ପ୍ରୋଜେକ୍ଟ ଉପରେ ଲାଗିଲା ପ୍ରଶ୍ନ ଚି଼ହ୍ନ

  • କୋଟିଏ ଟଙ୍କା ର ପ୍ରକଳ୍ପ କୁ  ଖିନଭିନ କରିଦେଲା ପ୍ରଶାସନ

ଟିଟିଲାଗଡ଼/ ରଶ୍ମି ରେଖା ମହାପାତ୍ର : ଟିଟିଲାଗଡ଼ ସହର ମଧ୍ୟ ଭାଗରେ ରହିଛି ମହାରାଜ ସାଗର l ଏହି ସାଗରର ପୁନଃ ଉଦ୍ଧାର ତଥା ସୌନ୍ଦର୍ଯ୍ୟ କରଣ କାମ ହାତକୁ ନେଇ ଟିଟିଲାଗଡ଼ ପ୍ରଶାସନ ତଥା ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଅନୁଦାନ ବ୍ୟୟ କରି ଟିଟିଲାଗଡ଼ ସହର ବାସୀ ଙ୍କ ପାଇଁ ସାଗର ହିଡ଼ରେ ଏକ ମନୋରଞ୍ଜନ ପାର୍କ ନିର୍ମାଣ କରିବା ସହ ଲୋକଙ୍କ ପାଇଁ ପ୍ରାତଃ ଭ୍ରମଣ ତଥା ସଂଧ୍ୟା ଭ୍ରମଣ ପାଇଁ କଂଗ୍ରେସ ସ୍କୁଲ ନିକଟରୁ ନୀଳଚକ୍ର ନଗର ପର୍ଯ୍ୟନ୍ତ ଥିବା ହିଡ଼ ଉପରେ ଆଇ ଲଭ ଟିଟିଲାଗଡ଼ ନିର୍ମାଣ କରାଯାଇଥିଲା l ପୂର୍ବରୁ ଟିଟିଲାଗଡ଼ ସହରର ମୁଖ୍ୟ ଡ୍ରେନ ଡାକ୍ତରଖାନା ତଥା ବସ୍ତିର ଅନେକ ଅଳିଆ ଆବର୍ଜନା ପାଣି ଡ୍ରେନ ରେ ଆସି ଫରେଷ୍ଟ ଅଫିସ ପଛପଟ ଦେଇ ସାଗର ଭିତରକୁ ପ୍ରବେଶ କରୁଥିଲା l ଏହାକୁ ରୋକିବା ପାଇଁ ଉକ୍ତ ସ୍ଥାନରେ ପାର୍କ ନିର୍ମାଣ କରାଯାଇ ଡ୍ରେନ ପାଣି କୁ ଅନ୍ୟତ୍ର ସ୍ଥାନରେ ନିଷ୍କାସନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁଦାନ ଆସିଥିଲା l ହେଲେ କୋଟିଏ ଟଙ୍କା ରୁ ଉର୍ଦ୍ଧ ଟଙ୍କା ବିନିଯୋଗ ରେ ନିର୍ମାଣ ହୋଇଥିବା ପାର୍କ କୁ ଦୁଇ ମାସ ନ ଯାଉଣୁ ପୁଣି ଭାଙ୍ଗିଦେବା ସହଡ୍ରେନ ପାଣି ସାଗର ଭିତରକୁ ପ୍ରବେଶ କରାଇବା ପାଇଁ କାମ ଆରମ୍ଭ ହୋଇ ବଡ଼ ବଡ଼ ହ୍ୟୁମପାଇପ ବିଛl ଯାଇଛି l ଫଳରେ ଟିଟିଲାଗଡ଼ ସହର ବାସୀ ଙ୍କ ପାଇଁ ଥିବାମନୋରଞ୍ଜନ ପାର୍କ ଟି ସମ୍ପୃଣ ଭାବରେ ନଷ୍ଟ ହୋଇଛି l ସ୍ଥାନୀୟ ଲୋକେ କିଛି ଦିନ ପୂର୍ବରୁ ଉକ୍ତ ପାର୍କ ରେପିଲା ଠୁ ନେଇ ବୟସ୍କ ପର୍ଯ୍ୟନ୍ତ ରହି ବେଶ ଆନନ୍ଦ ଉପଭୋଗ କରିବା ସହ ପାର୍କ ରେ ଲାଗିଥିବା ବିଭିନ୍ନ ଉପକରଣ ଦୋଳି, ପିଲା ଙ୍କ ଖେଳ, ସ୍ଲାଏଡିଙ୍ଗ, ସମେତ ଶାରୀରିକ ବ୍ୟାୟାମ ପାଇଁ ମଧ୍ୟ ଅନେକ ଯନ୍ତ୍ରପାତି ତଥା ଉପକରଣ ରହିଥିଲା l ହେଲେ ପ୍ରଶାସନ ଡ୍ରେନ ପାଣି ସାଗର ଭିତରକୁ ନେବା ନେଇ ପୁଣି ପାର୍କ କୁ ମାଟି ଖୋଲି ଛୀନ ଭିନ କରିବା ଘଟଣା ସହର ବାସୀ ଙ୍କୁ ଆଚମ୍ବିତ କରିଛି l ପୂର୍ବରୁ ଏହି ମହାରାଜ ସାଗର ପୁନଃ ଉଦ୍ଧାର ତଥା ସୌନ୍ଦର୍ଯ୍ୟ କରଣ କୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତମାନ କେବିକେ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସ୍ଥାନୀୟ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ଜିଲ୍ଲା ପାଳ ଚଞ୍ଚଳ ରଣା ସମେତ 5 ଟି ସଚିବ ଭି କେ ପାଣ୍ଡିଆନ ଙ୍କ ଏହା କୁଆଡେ ଡ୍ରିମ ପ୍ରୋଜେକ୍ଟ ରହିଥିଲା l ଏଥିପାଇଁ ଏହି କାମ ଉପରେ ସ୍ୱତନ୍ତ୍ର ନଜର ରଖି କାମ କୁ ତ୍ୱରାନ୍ୱିତ କରିଆସୁଥିଲା ପ୍ରଶାସନ l ପୌର ନିର୍ବାଚନ ପରେ ଏହି ପାର୍କ କୁ ସର୍ବ ସାଧାରଣ ଙ୍କ ପାଇଁ ଖୋଲି ଦିଆଯିବା ସହ ମନ୍ତ୍ରୀ ଟୁକୁନି ସାହୁ ଏହାର ଉଦଘାଟନ ଵି କରିଥିଲେ l ହେଲେ ଦୁଇ ମାସ ଵି ନ ଯାଉଣୁ ଏବେ ପାର୍କ କୁ ଭାଙ୍ଗିବା ସହ ପାର୍କ ଭିତରେ ଦେଇ ଡ୍ରେନ ପାଣି ନିଷ୍କାସନ କରି ସିଧାସଳଖ ସାଗର ଭିତରକୁ ପାଣି ଛାଡ଼ିବା ନେଇ ଅସନ୍ତୋଷ ଦେଖା ଦେଲାଣି l ପୂର୍ବରୁ ସେହି ସ୍ଥାନରେ ଏକପୋଲ ରହି ସହରର ଡ୍ରେନ ପାଣି ସମେତ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ର ପାଣି ଆସି ମହାରାଜ ସାଗର ଭିତରେ ପଡୁଥିଲା l ହେଲେ ପାର୍କ ନିର୍ମାଣ ବେଳେ ଟିଟିଲାଗଡ଼ ପୌରପରିଷଦ ରେ କାର୍ଯ୍ୟରତ ଜେଇ ନୀଳକଣ୍ଠ କିସାନ କୁ ଡ୍ରେନ ପାଣି ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପରେ ରହିଥିବା ପୋଲକୁ ମାଟି ଦେଇ ପୋତିବା ପାଇଁ ଲୋକେ ଅଭିଯୋଗ କରିଥିଲେ l ହେଲେ ଜେଇ ନୀଳକଣ୍ଠ କିସାନ କାହାର ଅଭିଯୋଗ କୁ ଭୁକ୍ଷେପ ନ କରି ପାର୍କ ପାଇଁ ପୋଲକୁ ମାଟିରେ ପୋତିଦେଇ ତାହାରି ଉପରେ ଗ୍ରାସ ଆଣି ରୋପିବା ସହ ସରକାର ଙ୍କ ଅନୁଦାନ ରେ ଆସିଥିବା ଟଙ୍କା କୁ ମନ ମୁଖି ଖର୍ଚ୍ଚ କରିଥିଲେ l ବର୍ଷା ଜଳ କେମିତି ନିଷ୍କାସନ ହେବ, କେମିତି ଆଗକୁ ପାର୍କ ପ୍ରତି ଅସୁବିଧା ନ ହେବ ସେ ନେଇ କୌଣସି ଯୋଜନା ନ କରି ନିଜ ମନ ମୁତାବକ କାମ କରି ଚାଲିବା ଯୋଗୁଁ ନିର୍ମାଣ ର ଦୁଇ ମାସ ମଧ୍ୟରେ ପାର୍କ କୁ ଭାଙ୍ଗିବା କୁ ପଡିଛି ବୋଳି ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ କହିଛନ୍ତି l ଟିଟିଲାଗଡ଼ ପୌରପରିଷଦ ଜେଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନାମ ନେଇ ଅନେକ ବେଆଇନ ଭାବରେ କାର୍ଯ୍ୟ କରୁଥିବା ବିଜେପି ରଯୁବ ନେତା ନରସିଂହ ସିଂ ଅଭିଯୋଗ କରିଛନ୍ତି l କୌଣସି ବୃହତ ଯୋଜନା ନ କରି ତଥା ଆଗାମୀ ଭବିଷ୍ୟତ କୁ ନ ନେଇ ନିଜ ମନ ମୁତାବକ କାମ ଗୁଡିକୁ କରୁଥିବା ତଥା ଆସିଥିବା ଅନୁଦାନ ଗୁଡିକୁ ବାଟ ମାରଣା କରିବା ନେଇ କାମ କରୁଥିବାରୁ ଏବେ ଟିଟିଲାଗଡ଼ ପୌରପରିଷଦ ଦୁର୍ନୀତି ର ଗନ୍ଥା ଘର ପାଲଟି ଥିବା ଗରିବ ସେନା ଆବାହକ ବୀରେନ୍ଦ୍ର ବାଗ ଅଭିଯୋଗ କରିଛନ୍ତି l ସେପଟେ ବଡ଼ ବଡ଼ିଆ ଙ୍କ ଡ୍ରିମ ପ୍ରୋଜେକ୍ଟ ଥିବା ଏହି ମହାରାଜ ସାଗର ପ୍ରକଳ୍ପ ଉପରେ ଏବେ କେମିତି ନଜର ରହୁଛି ତାହାକୁ ନେଇ ସହରରେ ଚର୍ଚ୍ଚା ଲାଗି ରହୁଛି l ତେବେ ସହରର ନାଳ ନାର୍ଧମା ର ପାଣି ସାଗର ଭିତରକୁ ନ ଛାଡ଼ିବା ପାଇଁ ଡ୍ରେନ ନିର୍ମାଣ, ସହ ଅନେକ କାର୍ଯ୍ୟ ବର୍ତମାନ ସୁଦ୍ଧା ଜାରି ରହିଛି l ଏଥିପାଇଁ ଅତୀତ ରେ ମହାରାଜ ସାଗର ର ପାଣି କୁ ହିଡ଼ କାଟି ସଫା କରିବା ସହ ପଙ୍କ ଉଦ୍ଧାର କାମ ବିହୋଇଛି l ହେଲେ ଏସବୁ କାମ ଏବେ ଶୁଖୁଆ ପୋଡା ରେ ଗଲା ବୋଲି ସହରରେ ଚର୍ଚ୍ଚା ଆରମ୍ଭ ହେଲାଣି l କଥା କଥାରେ ଏବେ ଶୁଣିବାକୁ ମିଳୁଛି ଯେ ସରକାର କା ମାଲ ଦରିଆ ମେ ଡାଲ. |

0
0
0
s2sdefault