ନୂଆ କୀର୍ତ୍ତିମାନ ସ୍ଥାପନ କଲେ କାହ୍ନୁ ଭୋଇ
ଗିନିଜ ୱାର୍ଲଡ ରେକର୍ଡ ରେ ନାମକୁ ସାମିଲ କରିବା ନେଇ ପ୍ରୟାସ ଆରମ୍ଭ
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: ଟିଟିଲାଗଡ଼ ସହର ସ୍ଥିତ ପୌରପରିଷଦ କଲ୍ୟାଣ ମଣ୍ଡପ ରେ କରାଟେ ଆସୋସିସନ ତରଫରୁ ଆୟୋଜିତ ଗିନିସ ୱାର୍ଲଡ ରେକର୍ଡ ପାଇଁ ହୋଇଥିବା ପ୍ରୟାସ ରେ ପୂର୍ବ ରେକର୍ଡ କୁ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଟିଟିଲାଗଡ଼ ବ୍ଲକ ଅଧିନସ୍ଥ କୁରସୁଡ଼ ଗ୍ରାମପଞ୍ଚାୟତ ର କୁନ୍ଦ୍ରା ଗାଁ ର କାହ୍ନୁ ଭୋଇ l ନିଜ ଡାହାଣ ହାତର ଗୋଟିଏ ଆଙ୍ଗୁଠି ରେ ଦୀର୍ଘ 6ଘଣ୍ଟା 6ମିନିଟ 15 ସେକେଣ୍ଡ ପର୍ଯ୍ୟନ୍ତ ଛତା କୁ ସନ୍ତୁଳନ ରଖି ଛିଡା ରଖି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି l ପୂର୍ବରୁ ହାତର ଗୋଟିଏ ଆଙ୍ଗୁଠି ରେ ଛତା କୁ 3 ଘଣ୍ଟା 32 ସେକେଣ୍ଡ ରଖି ସ୍ପେନ ର ରୋବରଟୋ ଲୋପେଜ ରୋଡ଼ରୀଗୁଏସ ଙ୍କ ନାମରେ ରହିଛି l ଏହି ରେକର୍ଡ କୁ ଭାଙ୍ଗିବା ସହ ଏକ ନୃତନ ରେକର୍ଡ ପ୍ରତିଷ୍ଠା କରିବା ପାଇଁ ଦୃଢ ମନୋବଳ ନେଇ କାହ୍ନୁ ଭୋଇ ଏହି ପ୍ରୟାସ ଆରମ୍ଭ କରିବା ସହ ପୂର୍ବର ରେକର୍ଡ କୁ ଅତିକ୍ରମ କରି ଆହୁରି ତିନି ଘଣ୍ଟା ଅଧିକ ସମୟ ପର୍ଯ୍ୟନ୍ତ ରଖିଥିଲେ l
ସକାଳ 12ଟା 5 ମିନିଟ ରୁ ଆରମ୍ଭ କରି ସଂଧ୍ୟା 6.ଘଣ୍ଟା 11ମିନିଟ 15 ସେକେଣ୍ଡ ପର୍ଯ୍ୟନ୍ତ ଏକ ଲୟରେ ଛତା କୁ ଆଙ୍ଗୁଠିରେ ରଖି ନିଜ ଏକାଗ୍ରତା ର ପରିଚୟ ଦେଇଛନ୍ତି l ଏହି ରେକର୍ଡ କୁ ପରିଚାଳନା କରିଥିଲେ ରେଫରୀ ତଥା ଜଜ ମାନଙ୍କ ମଧ୍ୟରେ ଡି ଆର. ସତ୍ୟପିର ପ୍ରଧାନ, ଅଭିଜିତ ଦାଶ,ବୈଷ୍ଣବ କବାଟ, ରାଜେଶ ସ୍ୱାଇଁ, ଦିଲୀପ କୁମାର ତ୍ରିପାଠୀ, ଦେବେନ୍ଦ୍ର ଜୈନ, ରୋଶନ କୁମାର ସୌରା,କେଦାର କବାଟ,ଜିତେନ୍ଦ୍ର ପୃଷ୍ଟି,ଲୋକ ରଞ୍ଜନ ମାଝୀ ପ୍ରମୁଖ ରହିଥିବା ବେଳେ ସନ୍ଧ୍ୟା ସମୟରେ ଟିଟିଲାଗଡ଼ ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପ ଗୁଛ ଦେଇ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁକେଶ ଜୈନ, ନରସିଂହ ସିଂ, ନବୀନ ଜୈନ ସମେତ କୁରସୁଡ଼ ସରପଞ୍ଚ ଙ୍କ ପ୍ରତିନିଧି ପ୍ରମୁଖ କାହ୍ନୁ ଭୋଇ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ l