ହେଡଲାଇନସ୍:

ରଥ ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଥଯାତ୍ରା ପାଇଁ ଆଉ ୪ଦିନ ବାକି ରହିଛି। ଏଥିଲାଗି ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ରବିବାର ଦିନ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖ ରଥନିର୍ମାଣ କାର୍ଯ୍ୟର ତଦାରଖ କରିଥିବାର ଜଣାପଡିଛି।
ସେହିପରି ଶୃଙ୍ଖଳିତ ଭାବେ ଯାତ୍ରା କିପରି ପରିଚାଳନା ହେବ ସେ ନେଇ ଆଲୋଚନା କରିବା ସହ ଟ୍ରାଫିକ ବ୍ୟବସ୍ଥା , ସୁରକ୍ଷା ବ୍ୟବସ୍ଥା , ପାନୀୟ ଜଳ ବ୍ୟବସ୍ଥା ଆଦି ଉପରେ ବିଭିନ୍ନ ଅଧିକାରୀ ଓ ରଥଯାତ୍ରା କମିଟି ସହ ଆଲୋଚନା କରିଥିବାର ଦେଖିବାକୁ ମିଳିଥିଲା।

0
0
0
s2sdefault