ପାଟଣାଗଡ଼/ଯତୀନ୍ଦ୍ର ନନ୍ଦ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବହୁତ ଅବ୍ୟବସ୍ଥା ଦେଇ ଗତି କରୁଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ୨୧ ପଞ୍ଚାୟତ ର ୧୩୨ ଗାଁ ଏବଂ ବେଲପଡା ବ୍ଲକ୍ ର କିଛି ଗାଁ ର ଲୋକ ନିର୍ଭର କରନ୍ତି। ଏହିସ୍ବାସ୍ଥ୍ୟକେନ୍ଦ୍ରରେ ବହୁତ ବିଶେଷଜ୍ଞ ଡାକ୍ତର ପଦବୀ ସହ ଅନେକ ପଦବୀ ମାନ ଖାଲି ପଡ଼ି ରହିଛି। ତା ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ଲୋକଙ୍କ ଅଭିଯୋଗ କୁ ଆଖିଆଗରେ ରଖି ଆମେ ସ୍ବାସ୍ଥ୍ୟକେନ୍ଦ୍ରର ଭଲ ମନ୍ଦ ଜାଣିବା ପରିଦର୍ଶନ ରେ ଯାଇଥିଲୁ । ସେଠାରେ ପହଞ୍ଚି ଆମେ ଯାହା ଦେଖିଲୁ ଆଶ୍ଚର୍ଯ୍ୟ ଚକିତ ହୋଇଗଲୁ ଏତେ ବଡ ଡାକ୍ତରଖାନା ଚାରିଆଡେ ଖାଁ ଖାଁ ଲାଗୁଥିଲା ଏତେବଡ ଡାକ୍ତରଖାନା କୁ କେବଳ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ସୁରକ୍ଷାକର୍ମୀ ଙ୍କ ଦାୟିତ୍ଵ ରେ ଛାଡି ଦେଇ ରୋଗୀ ଙ୍କ ଭଗବାନ ଡାକ୍ତର ବାବୁ ମାନେ ନିଜ ଘରେ ଆରାମ କରୁଥିଲେ । ଡ୍ୟୁଟି ରେ ଥିବା ଷ୍ଟାଫ୍ ନର୍ସ ଙ୍କ ପ୍ରତିକ୍ରିୟା ନେବାରୁ ତାଙ୍କ କହିବା ମୁତାବକ ଡାକ୍ତର ଖାଇବାକୁ ଯାଇଛନ୍ତି । ଯଦି କୈାଣସି ଗୁରୁତର ରୋଗୀ ଆସନ୍ତି ତା'ହେଲେ ସେ ଆସିବେ । ଯଦି ଡାକ୍ତର ଙ୍କ ଆସିବା ମଧ୍ୟରେ କୈାଣସି ଗୁରୁତର ରୋଗୀ ଙ୍କ ମୃତ୍ୟୁ ହୋଇଯାଏ ତାହେଲେ ସେଥି ପାଇଁ ଦାୟିତ୍ଵ କିଏ ହେବ ! ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଓ କର୍ମଚାରୀ ମାନେ ନିଜର ମନମୁଖୀ କାର୍ଯ୍ୟକୁ ବନ୍ଦ କରି ରୋଗୀ ସେବା ପ୍ରତି ଧ୍ୟାନ ଦିଅନ୍ତୁ ଓ ଖାଲି ଥିବା ଡ଼ାକ୍ତର ଏବଂ ଅନ୍ୟ ପଦବୀ ସବୁ ଶୀଘ୍ର ପୁରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ଅନ୍ୟଥା ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏଠାରେ କହିବା ବାହୁଲ୍ୟ ଯେ, ରାଜ୍ୟ ସରକାର ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଣ୍ଡ ବ୍ୟଥାର କାରଣ ସାଜିବା ପୂର୍ବରୁ ରାଜ୍ୟ ମୁଖିଆ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, 5ଟି ସଚିବ ଭିକେ ପାଣ୍ଡିଆନ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ସ୍ଥାନୀୟ ବିଧାୟକ ସରୋଜ ମେହେର ଗୋଟିଏ ସରଳ ରେଖାରେ ରହି ସମସ୍ୟାର ତୁରନ୍ତ ସମାଧାନ କରିବା ହିଁ ବୁଦ୍ଧିମତାର ପରିଚୟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି !!
ରାଜ୍ୟ
"ଭଗବାନ ଭରସାରେ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି"
- Hits: 434