ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଅବକାରୀ ବିକାଶ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି l ନିଶା ଅଭ୍ୟାସ ସ୍ୱାସ୍ଥ୍ୟରେ କ୍ଷତି କରେ, ପରିବଟିକ ବିଶୃଙ୍ଖଳିତ ସୃଷ୍ଟି କରେ, ଦୁର୍ଘଟଣା ବୃଦ୍ଧି ଘଟାଏ ଏବଂ ପରିଶେଷରେ ମୃତ୍ୟୁ ମୁଖରେ ପକାଏ l ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ଶ୍ରୀମତୀ ବୈଜୟନ୍ତୀ ପଣ୍ଡା ଯୋଗଦେଇ କହିଲେ ଦିବସଟିକୁ ପାଳନରେ ସୀମିତ ନ ରଖି ଏହାର କାର୍ଯ୍ୟକାରିତା ଦିନପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ ଅଟେ l ସଜାଗ ଓ ସଚେତନତା ଦ୍ୱାରା ହିଁ ମାନବ ସମାଜକୁ ନିଶା ସେବନରୁ ମୁକ୍ତ କରିହେବ l ଲୋକଙ୍କୁ ସଚେତନତା ଓ ନିଶା ସେବନରୁ ମୁକ୍ତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଅଭିଭାବକମାନେ ନିଜର ସନ୍ତାନର ଯୁବ ଅବସ୍ଥାରେ ତା ପ୍ରତି ନିଜର ରଖିବା ଓ ସେମାନଙ୍କୁ ସଚେତନ କରିବା ଆଜିର ଦିନରେ ମୁଖ୍ୟ ଆବଶ୍ୟକ l ସୁସ୍ଥ ସମାଜ ପାଇଁ ଯୁବଯୁବତୀଙ୍କୁ ସତର୍କ କରାଇବା ଆଦି ଦିବସ କୁ ମୁଖ୍ୟ ଉର୍ଦ୍ଧେଶ୍ୟ l ଏହି କାର୍ଯ୍ୟକ୍ରମରେ ଇନିସିପାକ୍ଟର ନିମାଇଁ ଚରଣ ସିଂହ, ରଂଜୁଲତା ବାରିକ,ଓ. ଆଇ. ସି ଜଗତସିଂହପୁର ଭାରତୀ ନାୟକ ଓ ଆଇ. ସି ବାଲିକୁଦା ସୋମ୍ୟରଞ୍ଜନ ନାୟକ, ଓ. ଆଇ. ସି,ଜିଲ୍ଲା ମୋବାଇଲ ଟିମ,ବଳରାମ ଦାସ, ଓଆଇସି ତିର୍ତ୍ତୋଲ ଅବନୀ ମହାପାତ୍ର, ଓ. ଆଇ. ସି ପାରାଦ୍ବୀପ ପ୍ରମୁଖ ଉପସ୍ଥିତ ଥିଲେ l ନିଜ ନିଜ ଅଂଚଳରେ ଚ୍ୟାନେଲ ଓ ଲିଫଲେଟ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବେ l ଏହି ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ଏକ ପ୍ରଚାର ଗାଡି ଦିଲ୍ଲୀ ପରିକ୍ରମା କରିବ l
ରାଜ୍ୟ
ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳନ
- Hits: 319