ହେଡଲାଇନସ୍:

ଆଶ୍ରା ସ୍କୁଲ ପରିସରରେ ଆନ୍ତର୍ଜାତିୟ ନିଶା ବିରୋଧ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂହାରପୁର ପଂଚାୟତ ନୂଆପୋଲସ୍ଥିତ ଆଶ୍ରା ସ୍କୁଲ ପରିସରରେ ଆନ୍ତର୍ଜାତୀୟ ନିଶା ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସ୍ଥାନୀୟ ବଜାର ପରିକ୍ରମା କରି ଲୋକମାନଙ୍କୁ ନିଶା ବିରୋଧରେ ସଚେତନତା କରାଯିବା ସହ ସ୍କୁଲ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଯୋଗ ଦେଇ ଯୁବ ସମାଜକୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଶ୍ରା ସ୍କୁଲ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ , ସ୍ଥାନୀୟ ସିଂହାରପୁର ପଂଚାୟତର ପୂର୍ବତନ ସରପଂଚ ଧୀରେନ୍ଦ୍ର ବେହେରା , ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଜ୍ୟୋର୍ତୀମୟୀ ସ୍ବାଇଁ , ସ୍ୱାଗତ ରଞ୍ଜନ ଦାଶ,ଅରୁଣ କୁମାର ମହାନ୍ତି ,ମାନସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଯୁବ ସମାଜକୁ ନିଶା ନିବାରଣ ସମ୍ପର୍କରେ ସଚେତନ କରିବା ସହିତ ନିଶାଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ ।

0
0
0
s2sdefault