ଜଗତସିଂହପୁର,/ସୁମନ୍ତ କୁମାର ଦାସ:ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଜଗତସିଂହପୁର ଜିଲ୍ଲାର ସୁଯୋଗ୍ୟ ସନ୍ତାନ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିଵସ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋୖର ପରିଷଦ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି lନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସ୍ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ପରାଧୀନ ଭାରତର ଦୁରାବସ୍ଥାରେ ବ୍ୟଥିତ ହୋଇ ସେ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ l୧୯୫୦ ମସିହା ଠାରୁ ୧୯୫୬ ମସିହା ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ l ଶ୍ରାଦ୍ଧ ଦିଵସ ଅବସରରେ ଜଗତସିଂହପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ,ପୋୖର ପରିଷଦ ଅଧ୍ୟକ୍ଷା ଶ୍ରୀ ଅର୍ଚାନା ସିଂହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ଖେରସ୍ ଗ୍ରାମରେ ଥିବା ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୋୖର ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଵିଶୋଇ ,କାଉନସିଲର୍ କ୍ରିନିସ୍ ପ୍ରିୟା ପରିଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ,ପୋୖର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା,ଉପ-ପରିଚାଳକ ପ୍ରଜନନ ଶିଶୁ ସ୍ବାସ୍ଥ୍ୟ ,ସୁକାନ୍ତ କୁମାର ପ୍ରଧାନ ସ୍ଥାନୀୟ ବୁଦ୍ଧିଜୀବି ,ଗଣ ମାଧ୍ୟମର ପ୍ରତିନିଧି ,ପୋୖର ପରିଷଦର କର୍ମଚାରୀ ଗଣ ଉପସ୍ଥିତ ଥିଲେ l
ରାଜ୍ୟ
ନବକୃଷ୍ଣ ଚୋୖଧୁରୀଙ୍କ ତିରୋଧାନ ଦିଵସ ପାଳିତ
- Hits: 349