ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଦେଖାଯାଇଛି l ଏହି ବ୍ଲକ କନିମୁଳ ପଂଚାୟତ ମିର୍ଜାପୁର ଗ୍ରାମର ସ୍ବର୍ଗତ ଧୂର୍ବ ଚରଣ ମଲ୍ଲିକ ଙ୍କ ପତ୍ନୀ ସତ୍ୟଭାମା ଙ୍କ ସର୍ପଘାତରେ ମୃତ୍ୟୁ ଘଟିଥିଲା l ସେ ଅତ୍ୟନ୍ତ ଗରିବ ପରିବାର l ତାଙ୍କର ଏକ ପୁତ୍ର ନରେଶ ମୁଲପାତି ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି l ସାଂସଦ ଡ଼. ମଲ୍ଲିକ ଖବର ପାଇ ନରେଶ ଙ୍କ ମିର୍ଜାପୁର ବାସଭବନରେ ପହଞ୍ଚି ସାମାଜିକ ଅନୁଷ୍ଠାନ ବସୁନ୍ଧରା ର ଗୟାଧର ମହାନ୍ତିଙ୍କ ସହଯୋଗରେ ଶୁଖିଲା ଖାଦ୍ୟ ଯୋଗାଇଦେବା ସହିତ ପାଲ ଓ ଘର ପ୍ଳାଷ୍ଟର ପାଇଁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିବେବୋଲି କହିଥିଲେ l ପରେ ଏହି ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଗ୍ରାମବାସୀ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ତାଲା ପକାଇ ଧାରଣାରେ ବସିଥିବା ଖବର ପାଇ ଧାରଣାସ୍ଥଳକୁ ଧାଇଁଯାଇଥିଲେ l ସେଠାରେ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହିତ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ l ପରେ ଏ ସମ୍ପର୍କ ରେ ଜ଼ିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ l ସେଠାରୁ କୃଷ୍ଣାନନ୍ଦପୁର ପଞ୍ଚାୟତ ହାଜି ଶେଖ ସମୀରଉଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ମଧ୍ୟାହ୍ନ ଭୋଜନ ଖାଇବା ସହିତ ଖାଦ୍ୟର ମାନ ପରୀକ୍ଷା କରିଥିଲେ l ତାହାପରେ ଯଇପୁର - କତିକଟା ମହାନଦୀ ଉପରେ ନିର୍ମାଣଧୀନ ପୋଲ ଅନୁଧ୍ୟାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସାଂସଦ ଡ଼. ମଲ୍ଲିକ ଙ୍କ ସହିତ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ଜ଼ିଲ୍ଲାପରିଷଦ ରଞ୍ଜିତା ସିଂ, ପୂର୍ବତନ ଜ଼ିଲ୍ଲାପରିଷଦ ତଥା ତିର୍ତ୍ତୋଲ ବ୍ଲକ ବିଜେଡି ଉପ ସଭାପତି ସନାତନ ଦଳାଇ, ପ୍ରଭାସ କୁମାର ସାହୁ, ଜ଼ିଲ୍ଲା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ରାଉତ, ମହମଦ ମାଜୁଦ ଅଲ୍ଲୀ, ଅଜୟ ଖଟୁଆ, ବୁଲୁ ଜେନା, କୃଷ୍ଣାନନ୍ଦପୁର ସମିତିସଭ୍ୟ ସୁବାଷ ବେହେରା, କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ପଂଚାୟତ ଯୁବ ସଭାପତି ଶିବଶଙ୍କର ସ୍ୱାଇଁ, ହାଜି ଶେଖ କଲ୍ଲୀମୁଲ୍ଲା, ବିଚିତ୍ରା ନନ୍ଦ ସାହୁ, ଏସ କେ ସମସୁଦ୍ଦିନ, ପ୍ରଶାନ୍ତ ସ୍ୱାଇଁ, ଶେଖ ରାଜା,ମଦନ ମୋହନ ବାରିକ, ପ୍ରମୋଦ ରାଉତ, ବସନ୍ତ କର, ଗଣେଶ ସ୍ଵାଇଁ, ଜ୍ଞାନରଞ୍ଜନ କର, ସୁମିତ କୁମାର ଜେଠୀ, ବିଶ୍ଵଜିତ ପରିଡା, ବିଶ୍ଵଜିତ ସେଠୀ, ବଳରାମ ମଲ୍ଲିକ, ପବିତ୍ର ପ୍ରଧାନ,
କରୁଣାକର ବେହେରା, ଶୁକଦେବ ମଲ୍ଲିକ, ଗଣେଶ୍ଵର ମଲ୍ଲିକ, ବିଶ୍ଵଜିତ ତରାଇ, ଭୋଳା ରାଉତ, ଶେଖ ଆବାସ ଉଦ୍ଦିନ ଙ୍କ ସମେତ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ l
ରାଜ୍ୟ
ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ ଙ୍କ ଧୋୟାଅଞ୍ଚଳ ଗସ୍ତ
- Hits: 637