ହେଡଲାଇନସ୍:

ବାଲ୍ୟ ବିବାହ ବନ୍ଦ ନିମନ୍ତେ ଓଡିଶା ଜୀବିକା ମିଶନର କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଗୋଟିଏ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆର୍ . ଉଦୟଗିରି ବ୍ଲକ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ୫୧ ଜଣ ଓଡିଶା ଜୀବିକା ମିଶନର କର୍ମକର୍ତ୍ତା ଏମ୍ ବି କେ , ସିି ଆର୍ ପି ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ନେତା ଉପସ୍ଥିତ ରହିଥିଲେ ୲ ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ସେମାନଙ୍କୁ ବାଲ୍ୟବିବାହ ବିଷୟ ବସ୍ତୁ ଉପରେ ଅବଗତ କରିବା ସହ ଓଡିଶା ଜୀବିକା ମିଶନର କର୍ମକର୍ତ୍ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଓ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶ୍ରୀ ମେହେର ବାଲ୍ୟ ବିବାହ ଦ୍ଵାରା ଶିଶୁର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ , ଶିଶୁଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ , ମାନସିକ ନିର୍ଯାତନାର ଶିକାର ହୋଇଥଏ , ନିଜେ ନିଷ୍ପତ୍ତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରେଇ ଥିଲେ।
ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ହୋଇଛି। ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା l ଗ୍ରାମରେ /ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା , ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ଶିକାରରୁ ସୁରକ୍ଷିତ ରଖିବା ସହିତ ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ ଦକ୍ଷତା ବୃଦ୍ଧି କରାଯାଇ ଥିଲା ୲
"ସଖୀ" ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସଖୀ ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା ବିଷୟରେ ଅବଗତ କରେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଝୁନୁ ବେହେରା (ସମିତି ସଭ୍ଯା, ଆର୍. ଉଦୟଗିରି) , ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର , ଜିଲ୍ଲା ସଂଯୋଜିକା ସ୍ଵୟମ କାର୍ଯ୍ୟକ୍ରମ ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ବି ଏସ୍ ଏସ୍ ଓ ଶ୍ରୀ ଅରୁଣ କୁମାର ଉଦୟଭାନୁ , ବିପିଏମ୍- ଓ ଏଲ୍ ଏମ୍ ଶ୍ରୀଯୁକ୍ତ ରଜନୀକାନ୍ତ ପଣ୍ଡା ଉପସ୍ଥିତ ରହିଥିଲେ।

0
0
0
s2sdefault