ହେଡଲାଇନସ୍:

ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତି "ଆରୋଗ୍ୟ ରତ୍ନ ୨୦୨୨" ରେ ଭୂଷିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫୋଣ୍ଡସନ (HMRF) ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀର ଏକ ବର୍ଣ୍ଣାଢ଼୍ୟ ସମାବର୍ତ୍ତନ କାର୍ଯକ୍ରମରେ ସିଫା (sifa)ଆନ୍ତର୍ଜାତୀୟ ପୁରସ୍କାର ଓ ସମାବର୍ତ୍ତନ ଉତ୍ସରେ ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ପଦକ "ଆରୋଗ୍ୟ ରତ୍ନ ୨୦୨୨" ରେ ଭୂଷିତ କରାଯାଇଛି ।
ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ। କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ଡ଼ଃ ବି. ଆର୍. ଆମ୍ବେଦକର ଭବନ ଅଡିଟୋରିୟମରେ ଏଚ୍ ଏମ୍ ଆର୍ ଏଫ , ତେଲେଙ୍ଗାନା ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯକ୍ରମରେ ଡ. ଚରତିଙ୍କୁ ଏହି ସର୍ବୋତ୍ତମ ମାନପତ୍ର ପ୍ରଦାନ କରାଯାଇଥିଲା। ପାରମ୍ପରିକ ଆୟୁର୍ବେଦ ଔଷଧରେ ସିଦ୍ଧହସ୍ତ ତଥା ଏକ ସଫଳ ଯୁବ ଡ଼ାକ୍ତର ଭାବେ ତାଙ୍କୁ ଏଇ ସର୍ବ ବୃହତ୍ ''ଆରୋଗ୍ୟ ରତ୍ନ ୨୦୨୨''ରେ ଉକ୍ତ ଆନ୍ତର୍ଜାତୀୟ ମହାମଞ୍ଚରେ ଭୂଷିତ କରାଯାଇଥିଲା। ସୂଚନାଯୋଗ୍ୟ କି ସର୍ବପ୍ରଥମେ ଡ଼ାକ୍ତର ନରସିଂହ ପ୍ରସାଦ ଚରତିଙ୍କ ତବଲା ବାଦନରୁ ଏଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
HMRF ର ସମସ୍ତ ସଦସ୍ୟ ମାନଙ୍କ ସହ ୫୩ ଗୋଟି ଦେଶର ଡ଼ାକ୍ତର ମାନେ ବିଶ୍ବବ୍ୟାପୀ ପାରମ୍ପରିକ ଔଷଧର ପ୍ରଚାର ପ୍ରସାର କରି ବିଶ୍ଵରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିଥିଲେ। ଏଇ ବଛା ବଛା ପାରମ୍ପରିକ ଔଷଧ ପ୍ରୟୋଗକରି ଡାକ୍ତରୀ ଦଳଙ୍କ ଏଇ ସଫଳ ଯାତ୍ରା ନିମନ୍ତେ ଡ଼ଃ ଦୀପକ ରାଉତଙ୍କ ତତ୍ତ୍ଵାବଧାନରେ ୨ଦିନ ଧରି ଏଇ ୨ୟ ପାରମ୍ପରିକ ଔଷଧ ବିଶ୍ଵ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ କି ସର୍ବପ୍ରଥମେ ଡ଼ାକ୍ତର ନରସିଂହ ପ୍ରସାଦ ଚରତିଙ୍କ ତବଲା ବାଦନରୁ ଏଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ପ୍ରମୁଖ ଅତିଥି ଭାବେ ଆଲ୍ ଫାରବି କାଝକ୍ ଜାତୀୟ ବିଶ୍ଵବିଦ୍ୟାଳୟର କୁଳପତି ଡ଼ଃ. ତାତ୍ୟାନା ମୌଲ୍ , ମୁଖ୍ୟ ଅତିଥି ଭାବେ କର୍ଣାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ କେ.ସୁଧାକର ଏବଂ ଆନ୍ତର୍ଜାତୀୟ ବକ୍ତା ଭାବେ ସୁଇଜରଲ୍ୟାଣ୍ଡର Prof.Dr . Jacqueline Jacques , Prof Dr ଅଲି ଇରାନୀ ଏବଂ ସମ୍ମାନିତ ଅତିଥି ଭାବେ ଭାରତୀୟ Acupuncture system ର ଜନକ ପ୍ରଫେସର୍ Dr ଇନ୍ଦ୍ରଜିତ ସିଂହ ଏବଂ ISRO ର ତତ୍କାଳୀନ ବିଶିଷ୍ଟ ବୈଜ୍ଞାନିକ ଶ୍ରୀ ଡ଼ଃ ଭୋଜରାଜ ଗାଉଡେର୍ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପରିଶେଷରେ ସନ୍ଧ୍ୟା ସମୟରେ ସଙ୍ଗୀତ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ନରସିଂହ ପ୍ରସାଦ ଚରତି ବିଶେଷ ତବଲା ବାଦନ କରି ଦର୍ଶକଙ୍କ ମନହରଣ କରିନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ଚରତିଙ୍କୁ ସମ୍ମାନିତ କରାଯାଇଥିଲା।
ସେ ପରିଶେଷରେ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ବିଶ୍ଵରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି କହିଛନ୍ତି।
ସେ ନିଜ ବାପା , ନାନୀ ଏବଂ ବଡ଼ ଭାଇଙ୍କ ପ୍ରେରଣାରୁ ଏଇ କାର୍ଯ୍ୟ କରିଆସୁଛନ୍ତି ଏବଂ ସେମାନଙ୍କୁ ଅଶେଷ କୃତଜ୍ଞତା ମଧ୍ୟ ଦେଇଛନ୍ତି । ତଥା ଉକ୍ତ ଗୌରବମୟ ସମ୍ମାନକୁ ଭାରତୀୟ ଜନସାଧାରଣ ନିମନ୍ତେ ଉତ୍ସର୍ଗ କରିଛନ୍ତି।
ଏଇ ପରିପ୍ରେକ୍ଷୀରେ ଡକ୍ଟର ଚରତିଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି।

0
0
0
s2sdefault