ହାଇ ଲେବୁଲ ବ୍ରିଜ ପାଇଁ ଅଞ୍ଚଳ ବାସୀ ଜଣାଇଲେ କୃତଜ୍ଞତା
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ଠାରେ ଗତ ଜାନୁଆରୀ ମାସ ସାତ ତାରିଖ ଦିନ ପଦ୍ମପୁର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଓ ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଲଖମରା ଠାରେ ଅଙ୍ଗ ନଦୀ ଉପରେ ଏକ ହାଇ ଲେବଲ ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାଇକମାଲ ବ୍ଲକ ଲଖମରା ଓ ଚରଦାପାଳି ପଂଚାୟତ ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ପଦ୍ମପୁର, ବରଗଡ଼ , ପାଇକମାଲ କିମ୍ବା ରାଜ୍ୟର ଯେ କୋଣସି ସ୍ଥାନକୁ ଯିବାକୁ ହେଲେ ଚରଦାପାଳି ଗ୍ରାମ ବାସୀଙ୍କୁ ଏହି ନଦୀ ପାର କରିବାକୁ ପଡିଥାଏ । ନଦୀରେ କମ ପାଣି ଥିଲେ ବି ଲୋକେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ ବର୍ଷା ଦିନରେ ଲୋକେ ନାହିଁ ନ ଥିବା କଷ୍ଟ ଭୋଗ କରୁଥିଲେ । ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଏହି ଅଂଚଳର ଜନସାଧାରଣ ଦୀର୍ଘ ଦିନ ହେଲା ରାଜ୍ୟ ସରକାର ଙ୍କର ନିକଟରେ ଦାବି କରି ଆସୁଥିଲେ । ଲୋକଙ୍କ ଆବଶ୍ୟକତା କୁ ଦେଖି ଓ ଲୋକଙ୍କ ଦାବିକୁ ସମ୍ମାନ ଜଣେଇ ,ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ମୁଖ୍ୟମନ୍ତ୍ରୀ ଙ୍କର ନିକଟରେ ଦୃଢ଼ ଦାବି ଓ ବାରମ୍ବାର ସରକାର ଙ୍କର ସହିତ ଆଲୋଚନା , ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉଦ୍ୟମ କ୍ରମେ ଅନେଜ ବୈଷୟିକ ସମସ୍ୟା ର ସମାଧାନ ହେଲା ପରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ମାନ୍ୟବର ବିଧାୟକ ଶ୍ରୀ ବାରିହା ଙ୍କର ଦ୍ୱାର ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରା ଯାଇଥିଲା ।
ଶିଳାନ୍ୟାସ ପରେ କ୍ରମାଗତ ଭାବରେ ନିର୍ବାଚନ ଓ ଆଚରଣବିଧି ବିଧି ପାଇଁ ଏହି ପୋଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ରେ ସାମାନ୍ୟ ବିଳମ୍ବ ହୋଇଥିଲା । ଏହାପରେ ଟେଣ୍ଡର ପ୍ରକ୍ରିୟା ସରି ଗଲାଣି ତେଣୁ ବର୍ତମାନ ଖୁବ ଶୀଘ୍ର ଠିକା ସଂସ୍ଥା ତରଫରୁ ନିର୍ମାଣ କାର୍ୟ୍ଯ ଅରମ୍ବ ହେବ । ଆଜି ଅଞ୍ଚଳ ବାସୀ ଙ୍କର ତରଫରୁ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ବାସନ୍ତୀ ବାଳମ , ଲାଖମର ସରପଞ୍ଚ ସୁବାଷ ଝଗରା , ଙ୍କର ନେତୃତ୍ୱରେ ଅଂଚଳର ଏକ ପ୍ରତିନିଧି ଦଳ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ଙ୍କୁ ତାଙ୍କର ବାସ ଭବନରେ ଭେଟି , ଏହି ପୋଲ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ହାଇ ଲେବୁଲ ବ୍ରିଜ ପାଇଁ ବିଭାଗ ତରଫରୁ କୋଡିଏ କୋଟି ରୁ ଉର୍ଦ୍ବ ଟଙ୍କାର ବ୍ୟୟ ଅଟକଳ ରହିଥିବା ଜଣା ପଡିଛି ।