ଗୁରୁବାର ଠାରୁ ସ୍ବାଭାବିକ ଭାବରେ ଖୋଲାହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।
ପଦ୍ମପୁର-ଫସଲ ବୀମା ପ୍ରଦାନ ଓ ମରୁଡି ଘୋଷଣା ଦାବିରେ ଦୀର୍ଘ ନଅ ଦିନ ହେବ ରାଜବୋଡାସମ୍ବର କୄଷକ ସଙ୍ଗଠନ ପକ୍ଷରୁ ଉପଜିଲ୍ଲାପାଳ ଅଫିସକୁ ତାଳାଦେଇ ବନ୍ଦ କରିବା ସହ ଆନ୍ଦୋଳନ କରୁଛନ୍ତି । ବୁଧବାର ସନ୍ଧ୍ୟା ସମୟରେ ବରଗଡ଼ ଏଡିଏମ ମିର୍ଧା ଟପୋ ଓ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଚାଷୀ ମାନଙ୍କ ଆନ୍ଦୋଳନ ସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଯେହେତୁ ଏହି ପ୍ରସଙ୍ଗ ରାଜ୍ୟ ସ୍ତରରେ ମଧ୍ୟ ଆଲୋଚନା ହୋଇ ମୁଖ୍ୟ ଶାସନ ସଚିବ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜିଲ୍ଲାପାଳ ମଧ୍ୟ ବୀମା କମ୍ପାନୀକୁ ଚିଠି ଲେଖିଛନ୍ତି ତେବେ ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ । ଚାଷୀମାନେ ବିଚାର ବିମର୍ଶ କରି ଆଗାମୀ ଜୁଲାଇ ୫ ତାରିଖ ମଧ୍ୟରେ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାନଗଲେ ୬ ତାରିଖ ଦିନ ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରାଯିବ ବୋଲି ଚେତାବନୀ ଦେବା ସହ ବର୍ତ୍ତମାନର ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି । ଏହି ଆଲୋଚନାରେ କୄଷକ ସଂଗଠନର ସଭାପତି ବାନ୍ଛାନିଧି ନାୟକ, ଆବାହକ ଅଶୋକ ସାହୁ, ଅଜିତ ଶତପଥି, ରୋହିତ ପ୍ରଧାନ, ଚିନ୍ମୟ କୁମାର ପଣ୍ଡା ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ ।