-
ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କ ଠାରୁ ୬ କୋଟି ଠକେଇ ଘଟଣା ।
-
ଠାକୁର ସେଲମା ବେଲ ପରେ ନିଖୋଜ । ମହିଳାମାନଙ୍କ ଆତ୍ମହତ୍ୟା କରିବା ଚେତାବନୀ
ଟିଟିଲାଗଡ(ରଶ୍ମିରେଖା ମହାପାତ୍ର ): ଟିଟିଲାଗଡ ଅଂଚଳର ବହୁ ଚର୍ଚ୍ଚିତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଳୋଭ ଦେଖାଇ ବିଭିନ୍ନ ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀରୁ ରୂଣ ଆଣି ଯୋଗାଇଦେବା ପରେ ସବୁ ଟଙ୍କା ନେଇ ଫେରାର ମାରିଥିବା ଠାକୁର ସେଲମା ବିରୋଧରେ ମହିଳାମାନେ ଟିଟିଲାଗଡ ଥାନା ଏବଂ ମୁରିବାହାଲ ଥାନାରେ ଠକେଇ ହୋଇଥିବା ନେଇ ଏକ ମୋକଦ୍ଧମା ଦାଏର କରିଥିଲେ । ଫଳରେ ଟିଟିଲାଗଡ ପୋଲିସ ଠାକୁର ସେଲମାକୁ ଗିରଫ କରିବା ସହ ଟିଟିଲାଗଡ ଥାନାକୁ ଆଣି କୋର୍ଟ ଚାଲାଣ କରିଥିଲା । ହେଲେ ଠିକ ସମୟରେ ପୋଲିସ ଚାର୍ଜସିଟ ଦାଖଳ ନକରିବାରୁ ଠାକୁର ସେଲମାକୁ ମାନ୍ୟବର ଜଜ ବେଲ ପ୍ରଦାନ କରିବା ପରେ ଠାକୁର ସେଲମା ବେଲ ରୁ ବାହାରି ଫେରାର ହୋଇଯାଇଥିବା ନେଇ ଠକେଇର ଶିକାର ହୋଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ସେପଟେ ଜଣେ ଜଣେ ମହିଳା ଏକାଧିକ ଘରୋଇ କମ୍ପାନିରୁ ରୂଣ ନେଇଥିବାରୁ ସମ୍ପୁକ୍ତ ଘରୋଇ କମ୍ପାନିର କର୍ମଚାରୀମାନେ ରୂଣ ଅସୁଲ ନେଇ ମହିଳାମାନଙ୍କ ପାଖକୁ ଯାଉଥିବା ବେଳେ ଅନେକ ମହିଳା ଲୋକ ଲଜ୍ଜା କାରଣରୁ ଆତ୍ମହତ୍ୟା ଭଲି ଚରମ ପଦକ୍ଷେପ ନେଇଥିବା ଯୋଗୁଁ ଏହାରି ଉପରେ ଜିଲ୍ଲାପ୍ରଶାସନ ତଥା ସ୍ଥାନିୟ ଟିଟିଲାଗଡ ପ୍ରଶାସନ ହସ୍ତକ୍ଷେପ କରିବା ଦାବୀ ନେଇ ଆଜି ଗରୀବ ସେନା ତରଫରୁ ବିରେନ୍ଦ୍ର ବାଗଙ୍କ ନେତ୍ରୁତ୍ୱରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଗରୀବ ସେନା ପକ୍ଷରୁ ପାଂଚ ଦଫା ଦାବୀ ସମ୍ବଳିତ ଏକ ପତ୍ର ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ଲଲିତ ବାଗଙ୍କୁ ପ୍ରଦାନ କରିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବୀ କରାଯାଇଛି । ଫାଇନାନ୍ସ କମ୍ପାନି ରୁ ରୂଣ ଆଣି ପାଖାପାଖି ୯୦୦ ମହିଳା ଯେଉଁମାନେ ଠକାମୀର ଶିକାର ହୋଇଛନ୍ତି ସମସ୍ତଙ୍କୁ ନେଇ ଏକ ବୈଠକ କରିବା ସହ ସମସ୍ୟାର ସମାଧାନ ପାଇଁ ବାଟ କାଢିବାକୁ ନିବେଦନ କରିବା ସହ ଠକାମୀର ଶିକାର ହୋଇଥିବା ୯୦୦ ମହିଲା ମାନଙ୍କ କେଶ ଟିଟିଲାଗଡ କୋର୍ଟରେ ବିଚାରଧିନ ରହିଥିବାରୁ ଏହାର ଫଇସଲା ହେବା ପଯ୍ୟର୍ନ୍ତ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାମାନଙ୍କୁ ଜୋର ଜବରଦସ୍ତ ରୂଣ ସଂଗ୍ରହ ବା ଆଦାୟ କରିବାରୁ ଦୁରେଇ ରଖାଯାଉ,ଠାକୁର ସେଲମାର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ନିଲାମ କରାଯାଇ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାମାନଙ୍କୁ ରୂଣ ବାବଦକୁ ପ୍ରଦାନ କରାଯାଉ ,ଆଦି ସହ ଅନେକସମସ୍ୟାନେଇ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଗଣଧାରଣାରେ ଗରୀବ ସେନାର ଆବାହକ ବିରେନ୍ଦ୍ର ବାଗ ସମେତ ,ବିଜେପି ଯୁବ ନେତା ନରସିଂ ସିଂ,ଝରଣା ଜାନୀ,ସୁମିତ୍ରା ଭୋଇ,ଗାୟତ୍ରୀ ପୁଟେଲ,ବିଶାଖା ପୁଟେଲ,ଭୁମି ମହାନ୍ତି,ଦେବତୀ ବାଗ,ରୁକ୍ମଣି ପୁଟେଲ,ରୁନିତା ବାଗ,ସୁପର ପୁଟେଲ,ରିନା ବାଗ,ମହିନି ପୁଟେଲ,ଦିଆ ସୁନା,ହେମା ସୁନା,ତାରା କେଲା,ଲଲିତା ଚନ୍ଦନ,ରମାକାନ୍ତି ଭୋଇ,ତୁଲସା ଭୋଇ,ଉମେଶ ମାଝି,ନୋପାଲ ଜାନୀ,ଶୁଶିଲା ପୁଟେଲ,ଲତା ପୁଟେଲ,ଶାନ୍ତା ପ୍ରଧାନି ସମେତ ଶତାଧିକ ମହିଳା ଗଣଧାରଣାରେ ସାମିଲ ହେବା ସହ ଆଗାମି ଦିନରେ ଦାବୀ ପୁରଣ ନହେଲେ ଅନେକ ସ୍ୱୟଂ ସହାୟାକ ଗୋଷ୍ଠୀର ମହିଳାମାନେ ସାମୁହିକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଳି କଡା ଚେତାବନୀ ଦେଇଛନ୍ତି ।