୩୭ ବର୍ଷ ପରେ ଏକାଠି ହେଲେ ସ୍କୁଲ ସହପାଠୀ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶାର ପାରମ୍ପରିକ ରଜପର୍ବ ଅବସରରେ ରଘୁନାଥ ବିଦ୍ୟାପୀଠ ୧୯୮୫ ମସିହା ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ଶୁକ୍ରବାର ଦିନ ଓଡ଼ଗାଁ କଲ୍ୟାଣମଣ୍ଡପ ଠାରେ ଏକ ଉତ୍ସବରେ ମିଳିତ ହୋଇଥିଲେ । ୩୭ ବର୍ଷ ତଳେ ସ୍କୁଲ ପାଠପଢା ସାରି ବିଭିନ୍ନ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରି ଦେଶ ବିଦେଶ, ରାଜ୍ୟ ତଥା ବିଭିନ୍ନ ଜିଲ୍ଲାରେ ରହି ଜିବୀକା ଅର୍ଜନ କରୁଥିବା ସାଙ୍ଗମାନେ ଶୁକ୍ରବାର ଦିନ ଓଡ଼ଗାଁ କଲ୍ୟାଣୀମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟର୍କମରେ ଅଂଶଗ୍ରହଣ କରିଥିଲେ । ପାଠପଢାର ଅନେକ ବର୍ଷ ପରେ ଏଭଳି ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଆନନ୍ଦିତ ହୋଇଥିଲେ । ବାଲ୍ୟ ଜୀବନର ସ୍ମୃତି ରୋମନ୍ଥନ, କେତେକ ନିଚ୍ଛକ ଅନୁଭୁତିକୁ ବଖାଣିବା ସହିତ ସେତବେଳର ଛାତ୍ର ଶିକ୍ଷକ ସମ୍ପର୍କ ଓ ଶିକ୍ଷା ଦାନ ପ୍ରଣାଳି ଏବଂ ବର୍ତମାନ ସମୟର ଛାତ୍ର ଶିକ୍ଷକ ସମ୍ପର୍କ ଓ ଶିକ୍ଷା ଦାନ ପ୍ରଣାଳି ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ବର୍ଷମାନଙ୍କରେ ବହୁ ସଂଖ୍ୟାରେ ସାଙ୍ଗ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରିବା ସହିତ ଏହାର ଧାରାବାହିକତା ବଜାୟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ପାତ୍ର, କୁମାର ଦେବଦତ, ଗୋବିନ୍ଦ ଚନ୍ଦ୍ର ସାହୁ ଓ ଚିତ ରଞ୍ଜନ ଦାଶ ଏବଂ ସମସ୍ତ ସାଙ୍ଗମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସରସ ସୁନ୍ଦର ହୋଇଥିଲା ।