ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ''ଆକାଂକ୍ଷା'' ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ମହା ଆଡମ୍ବରରେ ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ କଲୋନୀ ଠାରେ ପାଳିତ ହୋଇଯାଇଛି।
ଏହି ଅବସରରେ ମହିଳା ସଂଗଠନ ତରଫରୁ ଏକ ସଚେତନତା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା :- ରଜଦୋଳି , ଗୀତ ଓ ନାଚର ଆସର ଆୟୋଜନ ହୋଇଥିଲା। ଏହା କାର୍ଯ୍ୟକ୍ରମରେ ୫ନମ୍ବର ୱାର୍ଡ କାଉନସିଲର ଧରିତ୍ରୀ ଶବର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ''ଆକାଂକ୍ଷା'' ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପଦେଷ୍ଟା ଡ.କଲ୍ୟାଣୀ ମିଶ୍ର , ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶ୍ରୀମତୀ ସ୍ଵର୍ଣ୍ଣ ପ୍ରଭା ପାଠୀ , ଶ୍ରୀମତୀ ଅଳକା ସାହୁ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , କଲ୍ୟାଣୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରଜ ଉତ୍ସବର ମାହାତ୍ମ୍ୟ ସଂପର୍କରେ ବୁଝାଇ ଥିଲେ।
ଏହି ଉତ୍ସବ କାର୍ଯ୍ୟକ୍ରମରେ ପୋଡ଼ ପିଠା , ଗଜା , କାକରା , ଆରିସା ଓ ଅନ୍ୟାନ୍ୟ ମିଠା ସହିତ ରଜପାନ ଓ ଶୀତଳ ପାନୀୟ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ଅନ୍ଵେଷା ରଥ ମଙ୍ଗଳା ଚରଣ ଗାନ କରିଥିଲେ। ଛୋଟ ଛୋଟ ଶିଶୁମାନଙ୍କୁ ନେଇ ନାଚର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ''ଆକାଂକ୍ଷା'' ଅନୁଷ୍ଠାନର ସଦସ୍ୟା ମାନେ ସୁନୀତା ରଥ , ରାଜେଶ୍ଵରୀ ବେବର୍ତ୍ତା , ମଧୁସ୍ମିତା ପାଢ଼ୀ , ମେଗା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରଜ ଉତ୍ସବ କାର୍ଯ୍ୟକ୍ରମ ଶେଷରେ ସୁନୀତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
''ଆକାଂକ୍ଷା'' ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ
- Hits: 561