ହେଡଲାଇନସ୍:

ବଡବାଗ ଗାଁ ଠାରେ ଧୂମଧାମ ରେ " ଆମ ଗାଁ ରଜ ପରବ ପାଳିତ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ମହାବୀର କଳା ବିକାଶ କେନ୍ଦ୍ର " ଓ "ଦଧିବାମନ ଜୀଉ ସାଂସ୍କୃତିକ ସଂଗଠନ" ମିଳିତ ଆନୁକୂଲ୍ୟରେ ମାର୍କଣ୍ଡପୁ ସ୍ଥିତ ମା ମଙ୍ଗଳା ମନ୍ଦିର ପରିସରରେ "ଆମ ଗାଁ ରଜ ପରବ " ମହା ଆଡ଼ମ୍ବର ସହକାରେ ରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଦିନତମାମ ରଜପାନ | ରଜ ଗୀତ | ପୋଡ଼ ପିଠା | ନୁର୍ତ୍ୟଗୀତ | ଜଣା ଅଜଣା ଆଦି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟନାୟକ ମା ସୂଦୀପ୍ତା ଦତ୍ତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଆମ ଗାଁ ରଜ ପରବ ଉଛବ କୁ ଆନୁଷ୍ଟିନିକ ଭାବେ ଉଦଘାଟନ କରିଥିଲେ | ମହାବୀର କଳା ବିକାଶ କେନ୍ଦ୍ର ସଭାପତି ପ୍ରଭାକର ଦାସ ଙ୍କ ସଭାପତିତ୍ୱ ରେ କ୍ରିଷ୍ଣା କଲଚରାଲ ଗ୍ରୁପ ଦ୍ଵାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା |ସଂମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା | ମୁଖ୍ୟବକ୍ତା ଭାବେ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ଜିଲ୍ଲା ସଭାପତି ଶୁଭଙ୍କର ଜେନା | ସଂମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା |ଦଧିବାମନଜୀଉ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ପ୍ରଭାକର ସାହୁ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | ପରିଶେଷରେ ସମାଜରେ ଉଲେଖନିୟ କାର୍ଯ୍ୟପାଇଁ ସାମ୍ବାଦିକ ସରୋଜିନୀ ପାଣି | ଈଶ୍ୱର ଚନ୍ଦ୍ର ଦାସ | ସତ୍ୟ ବ୍ରତ ଦାସ ପ୍ରମୁଖ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା | ଶେଷରେ କ୍ରିଷ୍ଣା ଦତ୍ତ ଧନ୍ୟବାଦ ଅର୍ପଣ ଦେଇଥିଲେ |

0
0
0
s2sdefault