ହେଡଲାଇନସ୍:

ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ଝଙ୍କଡ଼ ଶାରଳା ମନ୍ଦିର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ-ପବିତ୍ର ଜ୍ୟେଷ୍ଟପୁର୍ଣିମା ଓ ପହିଲି ରଜରେ ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରସିଦ୍ଧ ବାଣୀକ୍ଷେତ୍ର ଓ ଝଙ୍କଡ଼ ମା ' ଶାରଳା ମନ୍ଦିର ପରିଦର୍ଶନ କରିଛନ୍ତି l ମଙ୍ଗଳବାର ସକାଳ ୭ଟା ରେ ମନ୍ଦିରରେ ପହଂଚିବା ପରେ ମା’ଙ୍କ ସେବାୟତ ଓ ସ୍ଥାନୀୟ ଅଧିବାସୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ l ପରେ ପରେ ଝଙ୍କଡ଼ର ମା ଶାରଳାଠାକୁରାଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଏଠାରେ ପରମ୍ପରା ଅନୁଯାୟୀ ମନ୍ତ୍ରୀ ଶ୍ରୀ ନାୟକ ଚନ୍ଦନ ପୋଖରୀରେ ପ୍ରଦପ୍ରଖାଳନ କରି ଶହେ ଆଠଗରା ତୀର୍ଥଜଳରେ ମା’ଙ୍କ ସ୍ନାନ ମାର୍ଜନା କରି ପୂଜାର୍ଚ୍ଚନା କରିଥିଲେ l ପରେ ମନ୍ତ୍ରୀ ମନ୍ଦିର ବେଡା ପରିକ୍ରମା କରି ସିଂହଦ୍ୱାର ସମ୍ମୁଖରେ ଶାରଳା ମନ୍ଦିରର ପଣ୍ଡା ସେବକ ମାନଙ୍କ ତରଫରୁ ମନ୍ତ୍ରୀଙ୍କୁ ଯୁବସେବାୟତ ରଶ୍ମିରଂଜନ ରାଉଳଙ୍କ ନେତୃତ୍ୱରେ ମା'ଙ୍କ ପାଟ ବସ୍ତ୍ର ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମାନପତ୍ର ଅର୍ପଣ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଶାରଳା ସାହିତ୍ୟ, ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ, ବିଜୟ କୁମାର ରାଉଳ, ଲକ୍ଷ୍ମୀଧର ମହାପାତ୍ର, ଅରୁଣ ମହାପାତ୍ର,ଚିତ୍ତରଞ୍ଜନ ମହାପାତ୍ର, ବିମଳ କୁମାର ମହାପାତ୍ର,ଚିତ୍ତରଞ୍ଜନ ମିଶ୍ର, ସୁରେନ୍ଦ୍ର ମହାପାତ୍ରଙ୍କ ସମେତ ସ୍ଥାନୀୟ ଆଞ୍ଚଳିକ ଜନ ପ୍ରତିନିଧି ମାନେ ଏହି ସମ୍ବର୍ଦ୍ଧନା ପୂର୍ବରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l

0
0
0
s2sdefault