ହେଡଲାଇନସ୍:

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଦେବସ୍ନାନ ଯାତ୍ରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ତିନି ଠାକୁରଙ୍କ ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି ।
ସକାଳୁ ସେବାୟତ ମାନେ ଶ୍ରୀମନ୍ଦିରରେ ଠାକୁରଙ୍କ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିବା ପରେ ସ୍ନାନ ମଣ୍ଡପକୁ ଧାଡି ପହଣ୍ଡିରେ ଠାକୁର ମାନଙ୍କ ବିଜେ ହୋଇଥିଲା।
ସ୍ନାନ ମଣ୍ଡପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା କରାଯିବା ପରେ ପଇଡ଼ ପାଣି , ଗଙ୍ଗା ପାଣିରେ ତିନି ଠାକୁରଙ୍କୁ ସ୍ନାନ କରି ଚନ୍ଦନ ଲେପନ କରାଯାଇଥିଲା। ପରେ ଠାକୁର ମାନଙ୍କୁ ହାତୀ ତଥା ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା।

0
0
0
s2sdefault