ହେଡଲାଇନସ୍:

ସୋନୁ ସୁଦ୍‍ଙ୍କୁ ନେଇ ଶ୍ୟାମ୍‍ ଷ୍ଟିଲ ଆରମ୍ଭ କଲା ନୂଆ ଟିଭିସି ପ୍ରଚାର ଅଭିଯାନ "ମକ୍‍ସଦ ତୋ ଇଣ୍ଡିଆ କୋ ବନାନା ହୈ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର: ପ୍ରାଇମେରୀ ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନ ଓ ନିର୍ମାଣକାରୀ ଶ୍ୟାମ୍‍ ଷ୍ଟିଲ ସୋନୁ ସୁଦ୍‍ଙ୍କୁ ନେଇ ତାହାର ନୂଆ ଟିଭିସି ପ୍ରଚଳନ କରିଛି । ଏହି ନୂଆ ଟିଭିସି ହେଉଛି ଶ୍ୟାମ ଷ୍ଟିଲ୍‍ର ପ୍ରଚାର ଅଭିଯାନ ‘ମକ୍‍ସଦ ତୋ ଇଣ୍ଡିଆ କୋ ବନାନା ହୈ’ର ବିସ୍ତାର । ଏହି ପ୍ରଚାର ଅଭିଯାନ ସର୍ବତ୍ର ଏହି ବ୍ରାଣ୍ଡ୍‍ର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଯେ ଶ୍ୟାମ ଷ୍ଟିଲ୍‍ ଜନସାଧାରଣଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ସହଯୋଗ କରିବ କାରଣ ଇସ୍ପାତ କେବଳ ଏକ ଉତ୍ପାଦ, କିନ୍ତୁ ଏହା ପଛରେ ରାଷ୍ଟ୍ର ନିର୍ମାଣର ଚିନ୍ତାଧାରା ରହିଛି । ଟିଭିସି ପ୍ରଚାର ଅଭିଯାନ ମୋଗେ ମିଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ବୈଭବ ମିଶ୍ରା ଏହାର ନିର୍ଦ୍ଦେଶନା ଦେଇଛନ୍ତି ।
ଏହି ଟିଭିସି ଜରିଆରେ ଶ୍ୟାମ ଷ୍ଟିଲ୍‍ ଇସ୍ପାତ କେବଳ ଏକ ଉତ୍ପାଦ କିନ୍ତୁ ରାଷ୍ଟ୍ରନିର୍ମାଣ ଏହାର ବୃହତ୍ତର ଲକ୍ଷ୍ୟ ବୋଲି ଚିନ୍ତାଧାରା ସହିତ ସାମର୍ଥ୍ୟ, ନମନୀୟତା ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରତିନିଧିତ୍ୱ କରୁଛି । ଜଣଙ୍କର ସ୍ୱପ୍ନ ସାକାର ନିମନ୍ତେ ଦୃଢତା, ସାମର୍ଥ୍ୟ ଏବଂ ଏକାଗ୍ରତା ଆବଶ୍ୟକ, ଯାହା ମଧ୍ୟ ଶ୍ୟାମ ଷ୍ଟିଲ୍‍ ବ୍ରାଣ୍ଡ୍‍ର ମୂଳ ଭାବଧାରା ସହିତ ସହବନ୍ଧିତ ହୋଇଛି । ଟିଭିସି ଏହାର ଚିନ୍ତନ ପ୍ରକ୍ରିୟାକୁ ଏହିଭଳି ପ୍ରତିଫଳିତ କରୁଛି ଯେ ଯେତେବେଳେ ଆପଣଙ୍କର ସ୍ୱପ୍ନର ଘରଟିଏ ଶ୍ୟାମ ଷ୍ଟିଲ୍‍ ଫ୍ଲେକ୍ସି-ଷ୍ଟ୍ରଙ୍ଗ ଟିଏମ୍‍ଟି ରିବାର୍‍ରେ ନିର୍ମିତ ହେଉଛି ସେତେବେଳେ ତାହା ସାମର୍ଥ୍ୟ ଏବଂ ନମନୀୟତାର ସଠିକ ତାଳମେଳକୁ ପ୍ରତିନିଧିତ୍ୱ କରୁଛି ।
ଟିଭିସି ପ୍ରଚାର ଅଭିଯାନରେ ସୋନୁ ସୁଦ୍‍ଙ୍କୁ ଏକ ଉଚ୍ଚ କୋଠା ନିର୍ମାଣ ସ୍ଥଳରେ ଦେଖିବାକୁ ମିଳୁଛି ଯେଉଁଠାରେ ସେ ତାଙ୍କ ସ୍ୱପ୍ନ ସାକାର କରିବାର ଅନୁଭୂତିକୁ ପ୍ରକାଶ କରୁଛନ୍ତି । ଜଣଙ୍କର ସ୍ୱପ୍ନ ଯେତେବେଳେ ଇସ୍ପାତ ଭଳି ଏକ ମଜଭୁତ ମୂଳଦୁଆ ଉପରେ ନିର୍ମିତ ହେଉଛି, ସେତେବେଳେ ତାହା ଦୀର୍ଘକାଳ ସ୍ଥାୟୀ ହୋଇଥାଏ । ଅନୁରପ ଭାବରେ ବାସଗୃହ ଯେତେବେଳେ ଶ୍ୟାମ ଷ୍ଟିଲ୍‍ ଫ୍ଲେକ୍ସି-ଷ୍ଟ୍ରଙ୍ଗ ଟିଏମଟି ରିବାର୍‍ରେ ନିର୍ମାଣ କରାଯାଏ ସେତେବେଳେ ଉକ୍ତ ଘରଗୁଡିକ ଅଧିକକାଳ ସ୍ଥାୟୀ ହୋଇଥାଏ । ଏହି ଟିଭିସି ଜରିଆରେ ଶ୍ୟାମ ଷ୍ଟିଲ୍‍ ଏହି ବାର୍ତ୍ତା ଚତୁର୍ଦ୍ଦିଗରେ ପରିବ୍ୟାପ୍ତ କରିବାକୁ ଚାହୁଁଛି ଯେ କମ୍ପାନୀ କେବଳ ଇସ୍ପାତ ବିକ୍ରି କରେନାହିଁ, ତାହାସହିତ ଏକ ଦୀର୍ଘାବଧି ଭିତ୍ତିରେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିଥାଏ ।
ଟିଭିସି ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଲଳିତ ବେରିୱାଲା, ଡାଇରେକ୍ଟର, ଶ୍ୟାମ ଷ୍ଟିଲ୍‍ କହିଛନ୍ତି, “ପ୍ରଚାର ଅଭିଯାନରେ କରାଯାଇଥିବା ବର୍ଣ୍ଣନାରେ ଶ୍ୟାମ ଷ୍ଟିଲ୍‍ ଯେଉଁଥିପାଇଁ ଏକ ବ୍ରାଣ୍ଡ୍‍ ଭାବରେ ପ୍ରତିଷ୍ଠାଲାଭ କରିଛି, ସେହି ନୀତିଗୁଡିକୁ ସ୍ଥାନ ଦିଆଯାଇଛି । ଏହି ଟିଭିସି ଜନସାଧାରଣଙ୍କୁ ସେମାନଙ୍କ ସ୍ୱପ୍ନ ହାସଲ କରିବା ଦିଗରେ ସହଯୋଗ କରିବା ନେଇ ସୋନୁ ସୁଦ୍‍ଙ୍କ ଉଦାହରଣଯୋଗ୍ୟ କାର୍ଯ୍ୟ ପରିପ୍ରେକ୍ଷୀରେ ବ୍ରାଣ୍ଡ୍‍ର ଚିନ୍ତାଧାରାକୁ ପ୍ରତିଫଳିତ କରୁଛି । ଏହି ପ୍ରଚାର ଅଭିଯାନ ଜରିଆରେ ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟ ଦର୍ଶକଙ୍କ ସହିତ ଗଭୀର ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛୁ ।”
ଏହି ଟିଭିସି ନିମନ୍ତେ ଶ୍ୟାମ ଷ୍ଟିଲ୍‍ ସହିତ ନିଜର ସହଯୋଗିତା ସମ୍ପର୍କରେ ପ୍ରକାଶ କରି ସୋନୁ ସୁଦ୍‍ କହିଛନ୍ତି, “ଶ୍ୟାମ ଷ୍ଟିଲ୍‍ ସହିତ କାର୍ଯ୍ୟ କରିବାରେ ଏକ ଚମତ୍କାର ଅନୁଭୂତି ମିଳିଛି । ଏହି ଟିଭିସି ଜରିଆରେ ଆମେ ଜନସାଧାରଣଙ୍କୁ ସେମାନଙ୍କ ସ୍ୱପ୍ନକୁ ନେଇ ଆଗକୁ ବଢିବା ଦିଗରେ ସେମାନଙ୍କୁ ପ୍ରେରଣା ଯୋଗାଇବା ଏବଂ ଦର୍ଶକଙ୍କ ସହିତ ବ୍ରାଣ୍ଡ୍‍ର ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟ ରଖିଛୁ ।”
ଏହି ପ୍ରଚାର ଅଭିଯାନ ଚିନ୍ତାଧାରା ସମ୍ପର୍କରେ ପ୍ରକାଶ କରି ଶ୍ରୀ ହରିଶ ଆରୋରା, କ୍ରିଏଟିଭ ଡାଇରେକ୍ଟର, ମୋଗେ ମିଡିଆ କହିଛନ୍ତି, “ଶ୍ୟାମ ଷ୍ଟିଲ୍‍ ଫ୍ଲେକ୍ସି ଷ୍ଟ୍ରଙ୍ଗ ଟିଏମ୍‍ଟି ବାର୍‍କୁ ନେଇ ଆମେ ଦେଶର କୋଟି କୋଟି ଯୁବବର୍ଗଙ୍କ ସ୍ୱପ୍ନକୁ ଆଗକୁ ବଢାଇବା ଦିଗରେ ପ୍ରୟାସ କରିଛୁ । ଆଜିର ଯୁବପିଢି ନୂଆ ଭାରତରେ ସଫଳତାର ଶିଖରରେ ପହଞ୍ଚିବାକୁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏବଂ ଅବଶିଷ୍ଟ ଗାରିମାଗୁଡିକ ଅନନ୍ୟ ପ୍ରତିଭାଧାରୀ ଅଭିନେତା ତଥା ଜଣେ ମହାନ ମଣିଷ ସୋନୁ ସୁଦ୍‍ଙ୍କ ଦ୍ୱାରା ସଂଯୁକ୍ତ କରାଯାଇଛି ।”
ସୋନୁ ସୁଦ୍‍ ଦେଶବ୍ୟାପୀ ତାଲାବନ୍ଦ ସମୟରେ ଜରୁରୀ ଆବଶ୍ୟକତା କରୁଥିବା ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସହାୟତା କରିବାର ମାନବୀୟ ମୂଲ୍ୟବୋଧ ଜରିଆରେ ସମସ୍ତଙ୍କ ହୃଦୟ ଜିତିବା ସହିତ ଜଣେ ରୋଲ ମଡେଲ ହୋଇପାରିଛନ୍ତି । ସୋନୁ ସୁଦ୍‍ ଏବଂ ବ୍ରାଣ୍ଡ୍‍ ମଧ୍ୟରେ ସହଯୋଗିତା ସେହି ସମାନ ମୂଲ୍ୟବୋଧ, ଯେପରିକି ଜନସାଧାରଣଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ସହାୟତା କରିବା ଏବଂ ଦୀର୍ଘକାଳୀନ ସମ୍ପର୍କ ଗଢିତୋଳିବା ଭାବଧାରାକୁ ପ୍ରତିଫଳିତ କରୁଛି । ଟିଭିସି ପ୍ରଚାର ଅଭିଯାନ ୩୬୦ ଡିଗ୍ରୀ ଆଭିମୁଖ୍ୟ ନେଇ ପ୍ରସାରଣ କରାଯିବ । ଡିଜିଟାଲ ପ୍ଲାଟଫର୍ମକୁ ଅଗ୍ରଭାଗରେ ରଖି ଏହି ଟିଭିସି ଟିଭି ଓ ସିନେମା ହଲ୍‍ଗୁଡିକରେ ଖବର ଓ ଜିଇସି ଚାନେଲଗୁଡିକରେ ପ୍ରଦର୍ଶିତ ହେବ । ଏହା ପରେ ପରେ ପାର୍ବଣ ଋତୁ ପର୍ଯ୍ୟନ୍ତ ଯୋଗାଯୋଗ ବଜାୟ ରଖିବାକୁ ଆଉଟଡୋର ଏବଂ ଛପା ଗଣମାଧ୍ୟମରେ ଏହା ସ୍ଥାନପାଇବ ।
ବାର୍ଷିକ ୪୫୦୦ କୋଟି ଟଙ୍କା କାରବାର ସହିତ ଶ୍ୟାମ ଷ୍ଟିଲ୍‍ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟାଘାତ ସତ୍ତ୍ୱେ ସମ୍ପ୍ରତି ସମ୍ପ୍ରସାରଣ ପଥରେ ଅଗ୍ରସର ହେଉଛି । ନୂଆ ଭାରତ ଗଠନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ଏହି କମ୍ପାନୀ ୨୦୩୦-୩୧ ସୁଦ୍ଧା ୩୦୦ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ପ୍ରତିବଦ୍ଧ ରହିଛି । ଶ୍ୟାମ ଷ୍ଟିଲ୍‍ ମଧ୍ୟ ସୋନୁ ସୁଦ୍‍ଙ୍କ ସମେତ ଅଲିମ୍ପିକ ପଦକ ବିଜେତା ଲଭଲିନା ବୋରଗୋହେନ୍‍ ଏବଂ ମନପ୍ରୀତ ସିଂହଙ୍କୁ ତାହାର ବିଲ୍ଡ ଇଣ୍ଡିଆ ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରାଇଛି । ଏହି ବ୍ରାଣ୍ଡ୍‍ ମଧ୍ୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ କମ୍ପାନୀର ମୁଖ୍ୟ ଉପସ୍ଥାପକ ଭାବରେ ସଂଯୁକ୍ତ କରାଇଛି ।

0
0
0
s2sdefault