ହେଡଲାଇନସ୍:

 ସରକାରୀ ଉପେକ୍ଷା କାରଣରୁ ମୂଳନିବାସୀ ବା ଆଦିବାସୀ ଦାରିଦ୍ର୍ୟ,ଅଶିକ୍ଷା,ସ୍ୱାସ୍ଥ୍ୟ,ବେକାରୀ ସମସ୍ୟାରେ ପିଡୀତ ଅଛନ୍ତି : ମଧୁ କୋଡା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯୋଡା/Samir Kumar  :   ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ମୂଳନିବାସୀ ବା ଆଦିବାସୀ ସମାଜ ନିଜର ପାରମ୍ପରିକ ରୁଢି ପ୍ରଥା ଓ ପ୍ରଶାସନିକ ବ୍ୟବସ୍ଥା ବଜାୟ ରଖିଥିବା ସତ୍ୱେ ସରକାରୀ ଉପେକ୍ଷା କାରଣରୁ ଦାରିଦ୍ର୍ୟ,ଅଶିକ୍ଷା,ସ୍ୱାସ୍ଥ୍ୟ,ବେକାରୀ ସମସ୍ୟାରେ ପିଡୀତ ଅଛନ୍ତି ବୋଲି  ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି | 

ଅଖିଳ ଭାରତୀୟ ଆଦିବାସୀ ମହାସଭା ଆନୁକୂଲ୍ୟରେ ୨୫ତମ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସମଗ୍ର ବିଶ୍ୱରେ ୯ ଅଗଷ୍ଟକୁ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ଆଦିବାସୀ ମହାସଭା ବଡବିଲ ଶାଖା ଓ ଆଦିବାସୀ ମୂଳନିବାସୀ ଯୁଗ୍ମ ହିତ କମିଟି ସିଆଳିଯୋଡା କମିଟି ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ସିଆଳିଯୋଡା ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆରେ ବିଶ୍ୱ ଆଦିବାସୀ ମହାସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ବିଲେଇପଦାରୁ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସଭା ପଡିଆରେ ପହଂଚିବା  ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଖିଳ ଭାରତୀୟ ବିଶ୍ୱ ଆଦିବାସୀ ମହାସମ୍ମିଳନୀର କେନ୍ଦୁଝର ଜିଲ୍ଲା ସଂଯୋଜନକ ଲୁଗୁନ ହାସଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱ ଆଦିବାସୀ ଦିବସ ପାଳନର ଉଦ୍ଦେଶ୍ୟ  ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ଅନୁସୂଚୀତ ଜନଜାତି ସମ୍ପ୍ରଦାୟଙ୍କର ସମ୍ପୃକ୍ତ ସମସ୍ୟାର ନିରାକରଣ ନିମନ୍ତେ ୧୯୯୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ୯ ଅଗଷ୍ଟକୁ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ ନିମନ୍ତେ ଘୋଷିତ ହୋଇଛି ବୋଲି ମୁଖ୍ୟ ଅତିଥି ଶ୍ରୀ କୋଡା ଏହି ସମ୍ମିଳନୀରେ ପ୍ରକାଶ କରିଥିଲେ । ତେବେ ଦୀର୍ଘ ୫ ବର୍ଷ ହେଲା ଅଖିଳ ଭାରତୀୟ ଆଦିବାସୀ ମହାସଭା ବଡବିଲ ଶାଖା ପକ୍ଷରୁ ଯୋଡା ସ୍ଥିତ କେନ୍ଦ୍ରୀୟ ଖେଳ ପଡିଆରେ ଏହି ଜିଲ୍ଲା ସ୍ତରୀୟ ସମ୍ମିଳନୀ କ୍ରମାଗତ ଭାବେ ପାଳନ ହୋଇଆସୁଥିବା ସମୟରେ ଚଳିତ ବର୍ଷ ସିଆଳିଯୋଡା ଠାରେ ଏହା ପାଳନ ନିମନ୍ତେ ସର୍ବ ସମ୍ମତି ନିଷ୍ପତ୍ତି ଗ୍ରହଣ ହୋଇଥିଲା ବୋଲି ସମ୍ମିଳନୀର ଆବାହକ ସୁଖଲାଲ ହୋନ୍ହାଗା ଏହି ଅବସରରେ ପ୍ରକାଶ କରିଥିଲେ । ବିଶ୍ୱର ଏହି ମୂଳଅଧିବାସୀଙ୍କ ସାମଗ୍ରିକ ଉନ୍ନତି ନିମନ୍ତେ ମିଳିତ ଜାତିସଂଘରେ ଗୃହୀତ ପ୍ରସ୍ତାବ ଅଦ୍ୟାବିଧି ଦେଶରେ କାର୍ଯ୍ୟକାରୀ ହୋଇନଥିବା କାରଣରୁ ଏହି ସମ୍ମିଳନୀରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ତେବେ ଆଦିବାସୀ ମାନଙ୍କର ଶୁଶାସନ,ସାମାଜିକ,ନ୍ୟାୟିକ,ଆର୍ଥôକ ଅଧିକାର ଗୁଡିକର ସଂରକ୍ଷଣ ସହ କାର୍ଯ୍ୟକାରୀ ନିମନ୍ତେ ଏହି ସଭାରେ କେତେକ ମୌଳିକ ପ୍ରସ୍ତାବ ଗୃହିତ ହୋଇଥିଲା । ଝାଡଖଣ୍ଡ ଡେପୁଟି କଲେକ୍ଟର ଗୁଗୁଲ ଲୁଗୁନ,ପୂର୍ବତନ ଚମ୍ପୁଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ମୋତିଲାଲ ଲାଗୁରୀ,ସମାଜସେବୀ ଯଥାକ୍ରମେ ଶ୍ରୀମନ୍ତ ତ୍ରିପାଠୀ,ଜିବି ଆଲୁୱାଲିଆ,ଜଗନ୍ନାଥ ହାସଦା,ସୁଦର୍ଶନ ଲୋହାର,ସୁନିଆ ମୁଣ୍ଡା,ଲକ୍ଷ୍ମଣ ବାଙ୍କିରା,ରାଜୁ ଖୁଣ୍ଟିଆଙ୍କ ସମେତ ଯୋଡା କାଉନସିଲର ଶ୍ରୀକାନ୍ତ ସାମନ୍ତ,ଜୁରୁଡି ସରପଞ୍ଚ ସୁଜାତା ହେମ୍ବ୍ରମ,ଜଲହରି ସରପଞ୍ଚ ମୀତା ମୁଣ୍ଡା ପ୍ରମୁଖ ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଆଦିବାସୀଙ୍କ ଅଧିକାର ସମ୍ପର୍କରେ ଉପସ୍ଥିତଙ୍କୁ ଆହ୍ୱାନ କରିଥିଲେ । ଧନୁର୍ଜ୍ଜୟ କୁର୍ଲି ଓ ଚିନିଆ ସଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ରଘୁ ମୁଣ୍ଡା,ପାଣ୍ଡିଆ ମୁଣ୍ଡା,ଜଷ୍ଟିନ ମୁଣ୍ଡା,ରମେଶ ଲାଗୁରୀ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦିବାସୀ ଡିଂଡୁପୁଲ ନୃତ୍ୟ ସମେତ ବିଭିନ୍ନ ପ୍ରକାର ଆଦିବାସୀ ସଂଗୀତ ଓ ବାଦ୍ୟ ପରିବେଷଣ ହୋଇଥିଲା ।

ସ୍ଥାନୀୟ ସିଆଳିଯୋଡା ଗ୍ରାମର ବବଲୁ ମୁଣ୍ଡା ବିଶ୍ୱ ଉସୁ ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କରିଥିବାର ସ୍ୱୀକୃତି ସ୍ୱରୂପ ଏହି ସମ୍ମିଳନୀରେ ବବୁଲୁ ଓ ତଙ୍କର ପ୍ରଶିକ୍ଷକ ପଙ୍କଜ ମହାନ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀ କୋଡା ମାନପତ୍ର ଓ ଉପଢୌକନ ପ୍ରଦାନ ମାଧ୍ୟମରେ ସମ୍ମାନୀତ କରିଥିଲେ । ଯୋଡା ଓ ବଡବିଲ ସମେତ ଜୁରୁଡି,କାଳିମାଟି,ବଲାଣୀ,ଭୋଳବେଢା,ଝୁମ୍ପୁରା,ଚମ୍ପୁଆ,ଗୁଆଲି,ଠାକୁରାଣୀ,ରଇଡା,ହରିଚନ୍ଦନପୁର,ତେଲକୋଇ ତଥା ଝାଡଖଣ୍ଡର ଚାଇଁବାସା ଓ ଜଗନ୍ନାଥପୁର ଅଞ୍ଚଳରୁ ପ୍ରାୟ ୩୦୦୦ରୁ ଉଦ୍ଧ୍ୱର୍ ଆଦିବାସୀ ଏହି ସମ୍ମିଳନୀରେ ଯୋଗଦେଇଥିଲେ ।  

 

 

 

 

 

0
0
0
s2sdefault