ହେଡଲାଇନସ୍:

ଜେଏସ୍‌ଡବ୍ଲ୍ୟୁ ଜଜାଙ୍ଗ ଲୁହାଖଣିକୁ ଉତ୍କର୍ଷ ପରିବେଶ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଜେଏସ୍‌ଡବ୍ଲ୍ୟୁଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନ ଜନକ କଳିଙ୍ଗ ଏନ୍‌ଭାଇରନ୍‌ମେଣ୍ଟ ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି । ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁ ମାରିଅନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ ଲୁହାଖଣି ଏଭିପି (ଖଣି ପରିଚାଳନା) ରାମଶର୍ମା ଏବଂ ସୁରେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ କମ୍ପାନୀର ପରିବେଶ ବିଭାଗ ଟିମ୍‌ଏହି ପୁରସ୍କାର ଗ୍ରହଣକରିଛନ୍ତି । ୨୦୨୧ ବର୍ଷ ପାଇଁ କମ୍ପାନୀର ପ୍ରଦର୍ଶନ ଆଧାରରେ ଜେଏସ୍‌ଡବ୍ଲ୍ୟୁ ପଞ୍ଚ ତାରକା (ସର୍ବୋଚ୍ଚ ସମ୍ମାନ) ବର୍ଗରେଏହି ଆୱାର୍ଡ ହାସଲକରିଛି । ପରିବେଶ ପରିଚାଳନାରେ ସର୍ବୋତ୍ତମ ପଦକ୍ଷେପ ପାଇଁ କମ୍ପାନୀକୁ ଏହି ସଫଳତା ମିଳିଛି ।
ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ସିଓଓ (ଓଡ଼ିଶା ଏବଂ ଝାଡ଼ଖଣ୍ଡ) ରଞ୍ଜନ ନାୟକ, ଓଡ଼ିଶା ପ୍ରକଳ୍ପମୁଖ୍ୟ ଆଶେଷ କୁମାର ପାଢ଼ି, ଓଡ଼ିଶାଖଣି ପରିଚାଳନା ମୁଖ୍ୟବି. ଆର୍‌. କେ. ପାଢ଼ି ଏଥିପାଇଁ ପୂରାଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ସ୍ଥାୟୀ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ଆୟୋଜିତ ଜାତୀୟ ସେମିନାରର ପୁରସ୍କାର ବିତରଣୀ ଉତ୍ସବରେଏହି ଆୱାର୍ଡ ପ୍ରଦାନ କରାଯାଇଥିଲା । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନ୍‌ଭାଇରନ୍‌ମେଣ୍ଟ ସର୍ଭିସ (ଆଇକ୍ୟୁଇଏମ୍‌ଏସ୍‌) ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ୱର ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ନିକଟରେ ଜେଏସ୍‌ଡବ୍ଲ୍ୟୁର ନାରାୟଣପୋଷି ଏବଂ ଜଜାଙ୍ଗ ଲୁହାଖଣି ଉନ୍ନତି ପାଇଁ ନିରନ୍ତର ପ୍ରୟାସ କ୍ଷେତ୍ରରେ ଭାରତୀୟ ଖଣି ବ୍ୟୁରୋ(ଆଇବିଏମ୍‌) ଭୁବନେଶ୍ୱର ଚାପ୍ଟର ଦ୍ୱାରା ପୁରସ୍କୃତ ହୋଇଥିଲା । ଜେଏସଡବ୍ଲ୍ୟୁ ନାରାୟଣପୋଷି ଖଣି ପୁନରୁଦ୍ଧାର ଏବଂ ପୁନର୍ବାସ ବର୍ଗରେ ଏବଂ ସ୍ଥାୟୀତ୍ୱ ବୃଦ୍ଧି ଅଭିଯାନର ପ୍ରଚାର ପ୍ରସାର ବର୍ଗରେ ଜଜାଙ୍ଗ ଲୁହାପଥର ଖଣି ପୁରସ୍କାର ହାସଲ କରିଥିଲା ।

0
0
0
s2sdefault