ବରଗଡ଼ :- ଦିନ ଥିଲା ଲୋକେ କହୁଥିଲେ ଯେ ଚାଷ କାମ ଯାହାର କେତେ ସୁଖ ତାହାର , କିନ୍ତୁ ଆଜି ଚାଷ ଓ ଚାଷୀର ଅବସ୍ଥା ଦେଖିଲେ ଲାଗୁଛି ଯେ ଚାଷ କାମ ଯାହାର ସବୁ ଦୁଃଖ ତାହାର । ଦେଶକୁ ଖାଦ୍ୟ ଯୋଗାଉ ଥିବା ଅନ୍ନଦାତା ଆଜି ସବୁ କ୍ଷେତ୍ରରେ ଅବହେଳିତ ଓ ଶୋଷିତ । ଚାଷ କାମ ଆରମ୍ଭ କରିବା ପୂର୍ବରୁ ଓ ଫସଲ ବିକ୍ରି ହେବା ପର୍ଯନ୍ତ ସବୁ ବେଳେ ଚାଷୀ ମାନସିକ , ଶାରୀରିକ , ଓ ଆର୍ଥିକ ଶୋଷଣର ଶିକାର ହୋଇ ଆସୁଛି । ବୀମା ସହାୟତା ଚାଷୀ ପାଇଁ ଏକ ବଡ଼ ଆଶା ହେଲେ ପ୍ରିମୀୟମ ନେଲାବେଳେ ବୀମା କମ୍ପାନୀ ଆଗରେ ଆଉ ବୀମା ଟଙ୍କା ପ୍ରଦାନ ସମୟରେ କମ୍ପାନୀ ମାନଙ୍କ ନାନା ପ୍ରକାର ବାହାନା ଆଉ ଟାଳଟୁଳ ନୀତି ଚାଷୀ ଙ୍କୁ ହତାଶ କରିଛି । ନିଜର ଚାଷ କାମ ଛାଡି ଚାଷୀ କଦାପି ଆନ୍ଦୋଳନ କରିବାକୁ ଚାହେଁ ନାହିଁ କିନ୍ତୁ ଆଜି ପରିସ୍ଥିତି ବାଧ୍ୟ କରିଛି ଚାଷୀକୁ ଆନ୍ଦୋଳନ କରିବା ପାଇଁ । ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଆନ୍ଦୋଳନ କରୁଛନ୍ତି , ଜେଲ ଭରୋ ନାରାରରେ । ଏଥିରୁ ଆଜି ଚାଷୀ ଏହି ଆନ୍ଦୋଳନ ଉଗ୍ରରୂପ ନେବାର ସମ୍ଭାବନା ରହିଛି । ଚାଷୀ ଗତ 2021 ଖରିପ , ମରୁଡି ଜଗୁ ଚାଷୀର ଧାନ ଅମଳ ହୋଇନଥିଲା ହେଲା ସରକାରଙ୍କୁ ବାରମ୍ବାର ଦାବି ଜଣାଥିଲେ ମଧ୍ୟ ବୀମା ରାସି କିମ୍ବା ମରୁଡି ସହାୟତା ପ୍ରଦାନ କରା ଯାଇନାହିଁ । ତେଣୁ ଚାଷୀ ଏବେ ଆକ୍ରୋସରେ । ଚାଷୀ ବାରମ୍ବାର ଆନ୍ଦୋଳନ କରି ଅସୁଛନ୍ତି ହେଲେ ସରକାର କେବଳ ପ୍ରତିଶୃତି ଦେଉଛନ୍ତି ଏବଂ ବୀମା କମ୍ପାନୀକୁ ବଞ୍ଚାଉଛନ୍ତି ତେଣୁ ଚାଷୀ ଏବେ ନିରାଶ ହୋଇ ଆନ୍ଦୋଳନ କରୁଛନ୍ତି । ତେଣୁ ଆଜି ପ୍ରାୟ ପଦ୍ମପୁର ଉପଖଣ୍ଡର 7000 ଚାଷୀ ଆନ୍ଦୋଳନକୁ ଉତରିବାକୁ ନିଷ୍ପତ୍ତି କରିଛନ୍ତି ।
ରାଜ୍ୟ
ପଦ୍ମପୁର ଚାଷୀଙ୍କ ଦ୍ୱାରା ଜେଲ ଭରୋ ଆନ୍ଦୋଳନ
- Hits: 1893