ହେଡଲାଇନସ୍:

ନିଷ୍ଠା ପରିବାର ତରଫ ରୁ ଜୀବନଦାନ ସଚେତନତା ପାଇଁ ବାଇକ ରେଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶହ ଶହ ବାଇକ ଆରୋହି ବରଗଡ଼ ସହର ବୁଲି ସଚେତନ କଲେ

ବରଗଡ଼ :-ବରଗଡ଼ ଜିଲ୍ଲା ର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତାଙ୍କର ସେବାକାର୍ୟ୍ଯ ପାଇଁ ଆଜି କେବଳ ବରଗଡ଼ ନୁହଁ ସାରା ଓଡ଼ିଶାରେ ବେଶ ପରିଚିତ । ମୁଖ୍ୟତଃ ରକ୍ତଦାନ ଶିବିର ମାଧ୍ୟମରେ ନିଷ୍ଠା ପରିବାର ଯୁବ ସମାଜ କୁ ସମାଜ ସେବାରେ ଯୋଡିବାର ଏକ ସଫଳ ପ୍ରୟାସ ଜାରି ରଖିଛି । ଆସନ୍ତା 14 ତାରିଖ ଦିନ ନିଷ୍ଠା ପରିବାର ପାଳନ କରିବାକୁ ଯାଉଛି ତାର ୧୩ତମ ପ୍ରତିଷ୍ଠା ଦିବସ । ଏହି ଦିନଟି କୁ ବିଶ୍ବ ରକ୍ତଦାତା ଦିବସ ଭାବରେ ସାରା ବିଶ୍ୱ ପାଳନ କରିଥାଏ । ଏହି ଉପଲକ୍ଷେ ରକ୍ତଦାନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ଏକ ମୋଟର ସାଇକଲ ରେଲିର ଆୟୋଜନ ଆଜି ପରିବାର ଦ୍ୱାରା ବରଗଡ଼ରେ କରାଯାଇଥିଲା। ଏହି ରାଲି ରେ ନିଷ୍ଠା ପରିବାରର ନେତୃତ୍ୱରେ ପ୍ରାୟ ଦୁଇ ଶହରୁ ଉର୍ଦ୍ବ ମୋଟର ସାଇକଲ ସାମିଲ ହୋଇ ଥିଲେ । ଏହି ରେଲି ବରଗଡ଼ ନିକଟସ୍ଥ ନିଷ୍ଠା ଭବନ ରୁ ଆରମ୍ଭ ହୋଇ ବରଗଡ଼ ସହର ପରିକ୍ରମା କରି ଜନସାଧାରଣ ଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ରାଲି କୁ ନିଷ୍ଠା ପରିବାର ସଭାପତି ରକ୍ଷପାଲ ସାହୁ , ସମ୍ପାଦକ ଲୋକନାଥ ସାହୁ ଓ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ପରିଚାଳନା କରିଥିଲେ।ବାଇକ ରାଲି ରେ ଯୋଗଦାନ ତଥା ସହଯୋଗ କରିଥିବା ସମସ୍ତ ଆରୋହି, ପୋଲିସ ପ୍ରଶାସନ, ସାମ୍ବାଦିକ ବନ୍ଧୁଗଣ ଏବଂ ଜନସାଧାରଣ ଙ୍କୁ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀଯୁକ୍ତ ଅଶ୍ବିନୀ ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ।

0
0
0
s2sdefault