ବିଭାଗୀୟ ଅଧିକାରୀ ମାନଙ୍କର ଅନୁପସ୍ଥିତ କୁ ନେଇ ସମାଲୋଚନା
ବରଗଡ :- ଗତ ମେ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ପବିତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ଙ୍କର ପବିତ୍ର ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳାର ଆୟୋଜନ କରାଯାଇଥିଲା । ଚଳିତ ଥର ମେଳା ଆୟୋଜନ ଓ ପରିଚାଳନା ପାଇଁ ସ୍ଥାନୀୟ ସଚେତନ ନାଗରିକ ମାନଙ୍କୁ ନେଇ , ଛଅ ଗୋଟି ବିଭାଗ ପାଇଁ ଏକ 27 ଜଣିଆ କମିଟିର ଗଠନ କରାଯାଇଥିଲା । ମେଳାର ସଫଳ ଆୟୋଜନ ପାଇଁ ଏହି କମିଟିର ଅଧିକାଂଶ କର୍ମକର୍ତ୍ତା ମାନେ କଠୋର ପରିଶ୍ରମ କରିଥିଲେ । ଏଥିପାଇଁ ପାଇଁ ଆଜିର ବୈଠକରେ ସର୍ବ ପ୍ରଥମେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ମେଳା କମିଟିର ସମସ୍ତ ସଭ୍ୟ ମାନଙ୍କୁ ଆଜିକାର ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ନାୟକ , ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହାପରେ ମେଳାର ଆୟବ୍ୟୟ ସମ୍ମନ୍ଧୀୟ ବିବରଣୀ ପାଠ କରାଯାଇଥିଲା । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଏହି ବୈଠକରେ କେବଳ ଜଳ ଓ ପରିମଳ ବିଭାଗ ଓ ବିଦ୍ୟୁତ ବିଭାଗ ର ଅଧିକାରୀ ମାନଙ୍କୁ ଛାଡି ଅନ୍ୟ କୋଣସି ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ନଥିଲେ । ଏଥିପାଇଁ ତୀବ୍ର ସମାଲୋଚନା କରାଯାଇଥିଲା । ଏହି ବୈଠକରେ ମେଳା କମିଟିର ଅଧିକାଂଶ ସଭ୍ୟ , ମନ୍ଦିର କାର୍ଯ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।