ପଦ୍ମପୁର- ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ନେଇ ବନବିଭାଗ ଲୋକଙ୍କୁ ସଚେତନ କରିବା ସହ ବୄକ୍ଷ ରୋପଣ ପାଇଁ ନିବେଦନ କରୁଛନ୍ତି । ବୄକ୍ଷ ରୋପଣ ଓ ସଚେତନତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଓ କାଠ ମାଫିଆଙ୍କ ସହ ମିଲିମିଶି ରହିଥିବା କାରଣରୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ନୄସିଂହନାଥ ରେଂଜ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ଗଛ କଟା ଯାଇଥିବା ଦେଖିବାକୁ ମିଲିଛି । ମୂଲ୍ୟବାନ ଗଛ ଗୁଡିକୁ କଟର ସାହାଯ୍ୟରେ କଟାଯାଇ ଚୋରାଚାଳାଣ ଚାଲିଥିବା ଏଥିରୁ ସନ୍ଦେହ କରାଯାଉଛି । କିଛି ଦିନ ପୂର୍ବରୁ ନୄସିଂହନାଥ ରେଞ୍ଜ ଅଫିସ ପରିସରରୁ ଚନ୍ଦନ ଗଛ ଚୋରି ହୋଇଥିବା ବେଲେ ଜଙ୍ଗଳରୁ ଗଛ ଚୋରି ହେବା କଥା କିଏ ପଚାରେ । ବନକର୍ମଚାରୀଙ୍କ ଆଖି ସାମ୍ନାରୁ ଗଛ ଚୋରି ହେଉଛି ହେଲେ ସେମାନ ଅବଗତ ଅଛନ୍ତି ନା ଜାଣିଶୁଣି ଅଜଣା ହେଉଛନ୍ତି ତାହା ଚର୍ଚ୍ଚାର ବିଷୟ । ମିଲିଥିବା ସୂଚନା ଅନୁସାରେ ବିଭାଗର କିଛି ଅସାଧୁ କର୍ମଚାରୀ କାଠ ମାଫିଆଙ୍କ ସହ ମିଶି ଗଛ ଚୋରାଚାଳାଣ କରୁଥିବା ଚର୍ଚ୍ଚା ହେଉଛି । ଏହି ଚୋରାଚାଳାଣରେ କେବଳ ତଳିଆ କର୍ମଚାରୀ ସମ୍ପୄକ୍ତ ଅଛନ୍ତି ନା ଉପରିସ୍ଥ ଅଧିକାରୀଙ୍କ ପାଖକୁ ତାଙ୍କ ଭାଗ ପହଞ୍ଚୁଛି ତାହା ତଦନ୍ତ ସାପେକ୍ଷ । ଏ ବିଷୟରେ ବିଭାଗୀୟ ଅଧିକାରୀ ତଦନ୍ତ କରି ଗଛ କଟା ଓ ଚୋରାଚାଳାଣ ରୋକି ପାରିଲେ ଜଙ୍ଗଲ କ୍ଷତିରୁ ବଞ୍ଚି ପାରିବ ।
ରାଜ୍ୟ
ନୄସିଂହନାଥ ରେଞ୍ଜ ଅଧିନରେ ଶହଶହ ଗଛ କାଟି ଚୋରାଚାଲାଣ, ବନବିଭାଗ ବାବୁଙ୍କ ସମ୍ପୄକ୍ତି ନେଇ ଚର୍ଚ୍ଚା !
- Hits: 2210