ହେଡଲାଇନସ୍:

ଭାରତୀୟ କ୍ଷେତ ମଜଦୁର ୟୁନିୟନ ଏବଂ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାବୀ ଗୁଡିକ ନେଇ ଭିନ୍ନ ଭିନ୍ନ ଭାବେ ବିକ୍ଷୋଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଭାରତୀୟ କ୍ଷେତ ମଜଦୁର ୟୁନିୟନ () ଏବଂ ଅଖିଳ ଭାରତ କୃଷକ ସଭାର ଓଡିଶା କୃଷକ ସଭା ଗଜପତି ଜିଲ୍ଲା ଶାଖା ପକ୍ଷରୁ ଚାଷୀ, କୃଷକ ଆଦିବାସୀ ଓ ଗରିବ ଘରହୀନ ମାନଙ୍କ ବିଭିନ୍ନ ଦାବୀ ନେଇ ଭିନ୍ନ ଭିନ୍ନ ଭାବେ ପ୍ରତିବାଦ ଶୋଭାଯାତ୍ରା ବିକ୍ଷୋଭ ପ୍ରଦର୍ଶନ ଓ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମଜଦୁର ୟୁନିୟନ ପକ୍ଷରୁ ୟୁନିୟନର ରାଜ୍ୟ ସଂପାଦକ ଜନା ସୁବାସ ଚନ୍ଦ୍ର ରାଓ ଙ୍କ ନେତୃତ୍ୱରେ ସ୍ଥାନୀୟ ଫାୟାରଷ୍ଟେସନ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସରକାର ବିରୋଧି ଶ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ଓ ସଭା କରିଥିଲେ । ସଂପାଦକ  ଶ୍ରୀ ରାଓ ୬ଦଫା ଦାବୀ ଗୁଡିକ ଉପରେ ଦୋହରାଇ ଆଦିବାସୀ ହରିଜନଙ୍କ ଉପରେ ହେତ୍ସୁଥିବା ଅତ୍ୟାଚାର ବନ୍ଦ କରାଯାଉ । ମନେରଗା ଯୋଜନାରେ ୫୦୦ଟଙ୍କା ମଜୁରୀ ଦିଆଯାଉଛି ବର୍ଶକୁ ୨୫୦ ଦିନର କାମ ଯୋଗାଇ ଦିଆଯାଉ । ଭୂସଂସ୍କାର ଆଇନ କାର୍ଯ୍ୟକାରୀ କରି ଜମିହୀନଙ୍କୁ ଜମି ପ୍ରଦାନ  କରାଯାଉ । ସହର ଓ ଗ୍ରାମାଞ୍ଚଳ ରେ ଜଳହୀନ ଲୋକଙ୍କୁ ଘରଢିଅ ପ୍ରଦାନ କରାଯାଉଏ ଏବଂ ଜଙ୍ଗଲଜମି ପଟ୍ଟା ଆଦିବାସୀମାନଙ୍କୁ ପ୍ରଦାନ କରାଯିବା ଉପରେ କହିଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

ସେହିଭଳି ଓଡିଶା କୃଷକ ସଭା ଜିଲ୍ଲା ଶାଖା ପକ୍ଷରୁ କୃଷକ ସହର ଏମ ବାଙ୍ଗାଲୁରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀ ସ୍ଥାନୀୟ କାର୍ଯ୍ୟାଳୟ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାଟି ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ  ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କହିଥିଲେ । କୃଷକ ସଭାରେ ଏମ ବାଙ୍ଗାଲୁର ଦାବୀ ଗୁଡିକ ଉପରେ ମୁଖ୍ୟତଃ କୃଷକ ଓ କୃଷି ଶ୍ରମିକଙ୍କ ଋଣବୋଝ ମୁକ୍ତ କରାଯିବା, ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ସହ କୃଷି ଉପକରଣ ଉପରେ ରିହାତି ବୃଦ୍ଧି କରାଯାଉ । ଜଙ୍ଗଲ ଜମି ଅଧିକାର ଆଇନକୁ ୨୦୦୭କୁ କାର୍ଯ୍ୟକାରୀ କରାଯାଉ । ଗରୀବ, ମଧ୍ୟମ ଏବଂ କୃଷି ଶ୍ରମିକ ୫୦୦ଟଙ୍କା ପେନସନ ଦିଆଯିବା ଏବଂ କୃଷକ ପରିବାରର ସ୍ୱାସ୍ଥ୍ୟ ବୀମା ଯୋଜନାକୁ ସୁନିଶ୍ଚିତ କରାଯିବା ଦାବୀ କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ତହସିଲଦାର କେଦାରନାଥ ଭୋଇଙ୍କୁ ପ୍ରଦାନ କରିଥିଲେ ।

 

0
0
0
s2sdefault