ହେଡଲାଇନସ୍:

ସ୍ବାମୀ କେରଳରୁ ପଠାଇ ଥିବା ଟଙ୍କା ଉଠାଇବା କୁ ଆସି ଅଟୋ ଦୁର୍ଘଟଣା ରେ ମା ମୃତ, ୩ ଛୁଆ ଙ୍କୁ ଦେଖିବା ପାଇଁ କେହି ନାହିଁ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ / ଜିତେନ୍ଦ୍ର ମହାନ୍ତି : ସ୍ବାମୀ ଦାଦନ ଖଟିବାକୁ ଯାଇଛନ୍ତି କେରଳ ରାଜ୍ୟ କୁ। ଚଳିବା ବହୁତ କଷ୍ଟ ହେଉଛି ବୋଲି ସ୍ତ୍ରୀ ବାରମ୍ବାର କହିବା ପରେ ସ୍ବାମୀ ଅତି କଷ୍ଟ ରେ ଟଂକା ପଠାଇଥିଲେ। ଏହି ଟଂକା ଉଠାଇବା କୁ ଆସି ଦୁର୍ଘଟଣା ର ଶିକାର ହେଲେ ସ୍ତ୍ରୀ ସବିନା।ମୃତ୍ୟୁ ଘଟିବା ପରେ ୩ ଛୁଆ ଙ୍କୁ ବର୍ତ୍ତମାନ କେହି ଯତ୍ନ ନେଉନଥିବା ପରି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଭଣ୍ଡାରି ଗୁଡା ଗ୍ରାମ ପଞ୍ଚାୟତ ଅଧୀନ ରେ ଆସୁଥିବା ପୂଜାରିଗୁଡା ଗ୍ରାମରେ ଦେଖିବାକୁ ମିଳିଛି।
ଠିକ ୫ ମାସ ତଳେ କୌଣସି କାମ ନପାଇବା ପରେ ଏହି ଗ୍ରାମର ନିଳ ହରିଜନ ଦାଦନ ଖଟିବାକୁ ସୁଦୂର କେରଳ ଯାଇଥିଲେ। ଘରେ ସ୍ତ୍ରୀ, ୩ ଛୁଆ। ୨ ଝିଅ ଓ ଗୋଟିଏ ପୁଅ। ଘରେ ସ୍ତ୍ରୀ ସବୀନା ବହୁତ କଷ୍ଟ ରେ ୩ ଛୁଆ ଙ୍କୁ ଲାଳନ ପାଳନ କରୁଥିଲେ। ଯେଉଁ ଜଙ୍ଗଲ ଜାତ ଦ୍ରବ୍ୟ ଗୋଟାଇ ଥିଲେ, ତାକୁ ଗାଁ ରେ ବିକ୍ରି କରି ବହୁତ କଷ୍ଟ ରେ ୩ ଛୁଆଁ ଙ୍କୁ ଖାଇବାକୁ ଦେଉଥିଲେ। ସେହି ଟଙ୍କା ସରିଗଲା ପରେ ଘରେ ଖାଇବା ପିଇବା,ଚଳିବା ବହୁତ କଷ୍ଟ ହେଲା। ସବିନା ବାଧ୍ୟ ହେଇ ସ୍ବାମୀ ଙ୍କୁ ତୁରନ୍ତ ଟଂକା ପଠାଇବା ପାଇଁ ଫୋନ କଲେ। ସ୍ବାମୀ ନୀଳ କହିଲେ ମୋ ମାଲିକ ମୋତେ ଟଙ୍କା ଦେଉନି, କେମିତି ପଠାଇବି‌। ଭୋକ ଉପାସ କୁ ସମ୍ଭାଳି ନ ପାରି ସ୍ତ୍ରୀ ଯେମିତି ହେଉ ଟଂକା ପଠାଇବା ପାଇଁ ସ୍ବାମୀ ପାଖ ରେ ନେହୁରା ହେଲେ। ଶେଷ ରେ ନିଳ ହରିଜନ ବହୁତ କଷ୍ଟ ରେ ୫୦୦୦ ଟଙ୍କା ଧାର ଉଦ୍ଧାର କରି ସ୍ତ୍ରୀ ଙ୍କ ପାଖ କୁ ଅନଲାଇନ ରେ ଗୁରୁବାର ଦିନ ଟଙ୍କା ପଠାଇ ସ୍ତ୍ରୀ କୁ ଫୋନ ଯୋଗେ ଜଣାଇଥିଲେ।ଭଣ୍ଡାରିଗୁଡା ରେ କିଓସ୍କ ବ୍ୟାଙ୍କ ଥିଲେ ମଧ୍ୟ ସେ ଏକା ଥରକେ ୫୦୦୦/ ଦେବନି ବୋଲି ୩ ଛୁଆ ଙ୍କୁ ଘରେ ରଖି ଅଟୋ ରେ ଟଙ୍କା ଉଠାଇବା ପାଇଁ ଧୋଡ୍ରା ଆସିଥିଲେ। ଟଂକା ଉଠାଇ ଛୁଆ ମାନଙ୍କ ପାଈଁ କିଛି ଖାଇବା ସାମଗ୍ରୀ କିଣି ସବିନା ଅଟୋ ରେ ଘରକୁ ଫେରୁଥିଲେ କାଲି ପ୍ରାୟ ସଂଧ୍ୟା ୪ ଟା ସମୟ ରେ ଅଟୋ ଚାଳକ ଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ଧୋଡରା ନିକଟସ୍ଥ ବିଏସପଦର ଗ୍ରାମ ରେ ଏକ ସ୍ପିଡବ୍ରେକର ଠାରେ ଜୋର୍ ରେ ବ୍ରେକ ମାରିଦେବା ରୁ ସିବିନା ତଳେ ପଡ଼ିଯାଇଥିଲେ ଓ ତାଙ୍କ ମୁଣ୍ଡ ରେ ଅଟୋ ର ପଛ ଚକା ମାଡ଼ିଯିବା ରୁ ମୁଣ୍ଡ ଟି ୨ ଫାଳ ହୋଇଯାଇଥିଲା।ଫଳରେ ଘଟଣା ସ୍ଥଳ ରେ ହିଁ ସବିନା ଙ୍କ ମୃତ୍ୟୁ ଘଟିଲା। ଏଥିରେ ଅଟୋ ଡ୍ରାଇଭର ଭୟ ବିତ ହେଇ ଉମରକୋଟ ହସ୍ପିଟାଲ୍ ରେ ଛାଡ଼ି ପଳାଇଯାଇଥିଲେ। ଡକ୍ଟର ମୃତ ଘୋଷଣା କରିଥିଲେ। ଖବର ପାଇଁ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କପୁର ଚାନ୍ଦ ନାୟକ ଓ ଗ୍ରାମ ଲୋକେ ହସ୍ପିଟାଲ୍ ରେ ପହଞ୍ଚିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପୁଜାରୀ ଗୁଡା ଗ୍ରାମ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ଘଟଣା ଜଣେଇବା ପାଇଁ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କପୁର ନାୟକ ଉମରକୋଟ ବିଡ଼ିଓ ଓ ତହସିଲଦାର ଙ୍କୁ ମୋବାଇଲ ମାଧ୍ୟମ ରେ ଜଣେଇବା ପାଇଁ ଫୋନ କରିଥିଲେ କିନ୍ତୁ କେହି ଫୋନ ଉଠାଇ ନଥିଲେ ତେଣୁ କ୍ଷୋଭ ଓ ଦୁଃଖ ରେ ଅଭିଯୋଗ କରିଛନ୍ତି କପୁର ଚାନ୍ଦ ନାୟକ। ନିଳ ଙ୍କ ବଡ଼ ଭାଇ ସୁକଲାଲ ହରିଜନ ଉମରକୋଟ ଥାନା ରେ ଏତଲା ଦେବାପରେ ପୋଲିସ ୨୩୧/୨୨ ରେ ମକଦ୍ଦମା ରୁଜୁ କରିଛି। ସବିନା ଙ୍କ ସ୍ବାମୀ ଖବର ପାଇ ଆଜି ସଂଧ୍ୟା ରେ ବସ ଯୋଗେ କେରଳ ରୁ ବାହାରିଛନ୍ତି। ସବିନା ଙ୍କ ଠାରୁ ୪୫୦୦/ ଟଙ୍କା ଉଦ୍ଧାର କରାଯାଇଛି। ବର୍ତ୍ତମାନ ମା ଛେଉଣ୍ଡ ୩ ପିଲା ବଡ଼ ବାପା ଙ୍କ ଘରେ ଅଛନ୍ତି। ଖବର ପାଈ ଭଣ୍ଡାରି ଗୁଡା ପିଇଓ ପିଣ୍ଟୁ ରଞ୍ଜନ ଦେ ୩ ଛୁଆ ଙ୍କ ଲାଗି ଚାଉଳ ଓ ବିସ୍କୁଟ ପଠାଇଛନ୍ତି। ଏହି ୩ ଛୁଆ ଙ୍କର ଲାଳନ ପାଳନ ଜିଲ୍ଲା ପ୍ରଶାସନ ନେବା ପାଈଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କପୁର ଚାନ୍ଦ ନାୟକ ଦାବୀ କରିଛନ୍ତି

0
0
0
s2sdefault