ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଆସନ୍ତା ୧୯.୦୬.୨୨ରିଖ ରେ ମକ୍ଡ୍ରିଲ୍ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଉଅଛି l ଏହି ବୈଠକରେ ଅଧ୍ୟକ୍ଷତା କାରୀ ଜିଲ୍ଲପାଳ ଶ୍ରୀମତୀ ପାରୁଲ୍ ପଟ୍ଟୱାରୀ କହିଲେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ଆସନ୍ତା ଜୁନ୍ ୧୯ ତାରିଖରେ ଜିଲ୍ଲା ର ୪୫ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ମକ୍ଡ୍ରିଲ୍ ଏକ୍ସରସାଇଜ ଅନୁଷ୍ଠିତ ହେବ l ଏଥି ନିମନ୍ତେ ଜିଲ୍ଲା ଓ ବ୍ଲକ ସ୍ତରୀୟ ୧୮ ତାରିଖରେ ଟେବୁଲ ଟପ ଏକ୍ସରସାଇଜ କରାଯିବ l ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀରେ ଏହି ମକ୍ଡ୍ରିଲ୍ ନିମନ୍ତେ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ କରି ଆଶ୍ରୟସ୍ଥଳୀର ସଭାପତି, ସମ୍ପାଦକ, ସ୍ବେଛାସେବୀ ସଂଗଠନ, ପଞ୍ଚାୟତ ପ୍ରତିନିଧି, ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରିବାକୁ ବିଡ଼ିଓ ମାନଙ୍କୁ ପରାମର୍ଶ ଦେଇଥିଲେ l ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ଯୋଗାଇଦିଆଯାଉଥିବା ଉପକରଣ ଡିଜିସେଟ, ଆସ୍କାଲାଇଟ, ଗଛ କଟା ଯନ୍ତ୍ର, ପାନୀୟ ଜଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା ନିରୀକ୍ଷଣ କରିବାକୁ ବିଡ଼ିଓ ଓ ତହସିଲଦାର ସୁନିଶ୍ଚିତ କରାଇବେ l ଜୁନ ୧୯ ତାରିଖରେ ସମସ୍ତ ଆଶ୍ରୟସ୍ଥଳୀରେ ମକ୍ ଏକ୍ସରସାଇଜ ଉଦ୍ଧାର, ଫାଷ୍ଟେଟ, ରିଲିଫ ଆଦି ଓଡ୍ରାଫ ଅଗ୍ନିଶମ ବାହିନୀ ଏବଂ ଟାସ୍କଫୋର୍ସଙ୍କ ଦ୍ୱାରା ଆୟୋଜିତ ହେବ l ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ତଦାରଖ କରିବେ l ପ୍ରତିବର୍ଷ ଜିଲ୍ଲାରେ ବାତ୍ୟା ଓ ବନ୍ୟା ଆଶଙ୍କା ଥିବାରୁ କିପରି ଏହାର ସଠିକ ମୁକାବିଲା କରାଯିବ ସେଥିପ୍ରତି ସମସ୍ତ ଅଧିକାରୀ ମାନେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ, ରାଜସ୍ୱ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ଯୋଗଦେଇ କହିଲେ ଏହି ମକ୍ଡ୍ରିଲରେ ଗୋଷ୍ଠୀ, ନୋଡାଲ ଏନ. ଜି. ଓ, ଓଡ୍ରାଫ, ଅଗ୍ନିଶମ, ସିରିଲ ଡିଫେନ୍ସ,ଆଶା, ଅଙ୍ଗନବାଡି, କର୍ମୀମାନେ ଅଂଶଗ୍ରହଣ କରିବେ l ଏହି ବୈଠକରେ ଡିପିଓ ଆଶୁତୋଷ ମହାନ୍ତି, ଅଗ୍ନିଶମ ଅଧିକାରୀ,ଏଡିଏମ ଓ ଡ଼ଃ ଅଜୟ କୁମାର ସ୍ୱାଇଁ, ଅଧିକ୍ଷଣ ଯନ୍ତ୍ରୀ, RWSS ସମସ୍ତ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ସେକ୍ରେଟାରୀ, ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
ରାଜ୍ୟ
ଜୁନ ୩୦ ରେ ମକ ଡ୍ରିଲ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
- Hits: 321